ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେଗାଷ୍ଟାର ଚିରଞ୍ଜିବୀ ଓ ଅଭିନେତ୍ରୀ ବୈଜୟନ୍ତୀ ମାଳାଙ୍କୁ ପଦ୍ମବିଭୂଷଣ ପୁରସ୍କାର

ନୂଆଦିଲ୍ଲୀ,୧୦/୦୫: ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ସମାରୋହରେ ଅଭିନେତା କୋନିଡେଲା ଚିରଞ୍ଜିବୀ ଓ ବିଗତ ଦିନର ଅଭିନେତ୍ରୀ ବୈଜୟନ୍ତୀ ମାଳାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । ଏଥିସହ ଭାରତର ପ୍ରଥମ ମହିଳା ବିଚାରପତି ଏମ୍‌ ଫାତିମା ବିବିଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । 

ମିଡିଆ ବ୍ୟକ୍ତିତ୍ୱ ହୋର୍ମୁସଜୀ ଏମ୍‌ କାମା, ହୃଦରୋଗ ବିଶେଷଜ୍ଞ ଡକ୍ଟର ଅଶ୍ୱିନ ବାଲଚନ୍ଦ ମେହଟ୍ଟା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀ (ମରଣୋତ୍ତର)ଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଛି । ସେହିଭଳି ଆଣ୍ଡାମାନ ଓ ନିକୋବରର ଚାଷୀ କେ. ଚେଲାମଲ୍ଲ, କ୍ରୀଡାବିତ୍‌ ଜ୍ୟୋତ୍ସ୍ନା ଚିନ୍ନପା, ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ସୋମଦତ୍ତ ବଟ୍ଟୁ, କୃଷି କ୍ଷେତ୍ରରେ ସତ୍ୟନାରାୟଣ ବେଲରି ଏବଂ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୋର୍ଡାନ ଲେପ୍‌ଚାଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ।

ଗତ ଏପ୍ରିଲ ୨୨ରେ ରାଷ୍ଟ୍ରପତି ୩ ପଦ୍ମବିଭୂଷଣ, ୮ ପଦ୍ମଭୂଷଣ ଏବଂ ୫୫ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ । ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୧୦ ଜଣଙ୍କୁ ପଦ୍ମଶ୍ରୀ ଘୋଷଣା କରାଯାଇଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.