ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦ୍ରୁତ ତରଳୁଛି ମେରୁ ବରଫ, ୨୦୨୯ ବେଳକୁ ଘଡ଼ିରୁ କମିପାରେ କିଛି ସେକେଣ୍ଡ

ନୂଆଦିଲ୍ଲୀ ୨୯/୦୩: ସମୟ ସହିତ ଜଳବାୟୁ ପରିବର୍ତ୍ତନ ସଙ୍କଟ ଘନେଇବାରେ ଲାଗିଛି । ବିଶ୍ୱ ଉତ୍ତାପନ ଯୋଗୁ ମେରୁ ଅଞ୍ଚଳ ବରଫ ଦ୍ରୁତ ବେଗରେ ତରଳୁଛି । ଏହା ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟାକୁ ପ୍ରଭାବିତ କରୁଛି । ପୃଥିବୀର ଘୂର୍ଣ୍ଣନ ପ୍ରକ୍ରିୟା ପ୍ରଭାବିତ ହେଲେ ସମୟ ଉପରେ ବଡ଼ ପ୍ରଭାବ ପଡ଼ିବ । ସମୟରେ କିଛି ସେକେଣ୍ଡ୍‌ର ପରିବର୍ତ୍ତନ ହୋଇପାରେ ବୋଲି ସଦ୍ୟତମ ଅଧ୍ୟୟନ ଚେତାବନୀ ଦେଇଛି । ଅଧ୍ୟୟନର ତଥ୍ୟ ନେଚର ପତ୍ରିକାରେ ପ୍ରକାଶ ପାଇଛି ।

ବିଶ୍ୱ ତାପନ ମେରୁ ବରଫ ତରଳିବାର ମୁଖ୍ୟ କାରଣ । ଏଥିପାଇଁ ପୃଥିବୀ ଯେଉଁ ବେଗରେ ଘୂରିବା କଥା ତା’ଠୁ କମ୍‌ ବେଗରେ ଘୂରୁଛି । ଏହି କାରଣ ପାଇଁ ବିଶ୍ୱର ସମୟ ନିର୍ମାତାମାନଙ୍କୁ ଆମ ଘଡ଼ିରୁ କିଛି ସେକେଣ୍ଡ୍‌ ହ୍ରାସ କରିବା ଲାଗି ବିଚାର କରିବାକୁ ପଡ଼ିପାରେ । ଏହାକୁ ‘ନେଗେଟିଭ୍‌ ଲିପ୍‌ ସେକେଣ୍ଡ୍‌’ କୁହାଯାଏ । ୨୦୨୯ ବେଳକୁ ଆମ ଘଡ଼ିରୁ କିଛି ସେକେଣ୍ଡ୍‌ କମିପାରେ ବୋଲି ଅଧ୍ୟୟନ ସ୍ପଷ୍ଟ କରିଛି । 

ଏପରି ହେଲେ କମ୍ପ୍ୟୁଟର ନେଟ୍‌ୱର୍କ ଟାଇମିଂ ପାଇଁ ଅଦୃଶ୍ୟ ସମସ୍ୟା ସୃଷ୍ଟି ହେବ ଏବଂ ପୂର୍ବ ଯୋଜନା ତୁଳନାରେ ୟୁଟିସି(କୋଅର୍ଡିନେଟେଡ୍‌ ୟୁନିଭର୍ସାଲ ଟାଇମ୍‌)ରେ ପରିବର୍ତ୍ତନ ଆବଶ୍ୟକ ହେବ ବୋଲି ଅଧ୍ୟୟନର ବିଶେଷଜ୍ଞ କହିଛନ୍ତି । ୟୁଟିସି ହେଉଛି ଘଡ଼ି ଓ ସମୟ ନିୟନ୍ତ୍ରଣ ଲାଗି ପ୍ରୟୋଗ ହେଉଥିବା ବିଶ୍ୱସ୍ତରୀୟ ପ୍ରାରମ୍ଭିକ ସମୟ ମାନକ ।

ଅଧ୍ୟୟନର ଲେଖକ ୟୁନିଭର୍ସିଟି ଅଫ୍‌ ସାନ୍‌ ଡିଗୋର ସ୍କ୍ରିପ୍ସ ଇନ୍‌ଷ୍ଟିଚ୍ୟୁସନ୍‌ ଅଫ୍‌ ଓସେନୋଗ୍ରାଫିର ଭୂବିଜ୍ଞାନୀ ଡଙ୍କନ୍‌ ଆଗ୍‌ନ୍ୟୁ କହିଛନ୍ତି, ମେରୁ ବରଫ ତରଳିବା ଯୋଗୁ ପୃଥିବୀର ଘନତ୍ୱ କେନ୍ଦ୍ରିତ ହେଉଥିବା ସ୍ଥାନରେ ପରିବର୍ତ୍ତନ ହୁଏ । ଏହି ପରିବର୍ତ୍ତନ ପୃଥିବୀର ଆଙ୍ଗୁଲାର ଭେଲୋସିଟି ବା କୋଣୀୟ ବେଗକୁ ପୂର୍ବାପେକ୍ଷା ଅଧିକ ପ୍ରଭାବିତ କରୁଛି । ଏହି କାରଣରୁ ‘ନେଗେଟିଭ୍‌ ଲିପ୍‌ ସେକେଣ୍ଡ୍‌’ର ଆବଶ୍ୟକତା ହୋଇପାରେ । ଅର୍ଥାତ୍‌ ପୃଥିବୀର ସମୟରୁ କିଛି ସେକେଣ୍ଡ୍‌ କମିପାରେ । ଏହି ସମୟ ୨୦୨୬ ବେଳକୁ ଆସିବ ବୋଲି ବୈଜ୍ଞାନିକମାନେ ଆକଳନ କରିଥିଲେ । କିନ୍ତୁ ଆଉ ୩ ବର୍ଷ ପରେ ଏହାକୁ ଆପଣେଇବାକୁ ପଡ଼ିପାରେ ବୋଲି ସେମାନେ ଅନୁମାନ କରିଛନ୍ତି । ଏହା ଦ୍ୱାରା ପୃଥିବୀର ଘୂର୍ଣ୍ଣନକୁ ଅଧିକ ଭଲଭାବେ ଆକଳନ କରିବାରେ ବିଶେଷଜ୍ଞଙ୍କୁ ସମୟ ମିଳିବ । 

ବିଶ୍ୱ ତାପନ ଯୋଗୁ ପୃଥିବୀ ଏବେ ଯେଉଁ ସଙ୍କଟର ସମ୍ମୁଖୀନ ହେଉଛି, ତାହା ପୂର୍ବରୁ ହୋଇନଥିଲା । ମେରୁ ବରଫ ତରଳିବା ପରଠୁ ପୃଥିବୀର ଭୂମଧ୍ୟରେଖା ଚତୁପାଶ୍ୱର୍ର ଭାର ବଢୁଛି, ଯାହା ଗ୍ରହର ଘୂର୍ଣ୍ଣନକୁ ପ୍ରଭାବିତ କରୁଛି ବୋଲି ଡଙ୍କନ୍‌ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.