ଭୁବନେଶ୍ବର, ୨୬।୯ : ଆରଡିସି ତଦନ୍ତ ନୁହେଁ। ଚିକିଟି ମଦମୃତ୍ୟୁ ମାମଲାର ତଦନ୍ତ କରିବେ ରାଜସ୍ବ ପର୍ଷଦ ସଦସ୍ୟ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଏଥିପାଇଁ ୪ଟି ଟର୍ମ ଅଫ ରେଫେରାନ୍ସ ଦିଆଯାଇଛି । କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା । ଏହି ଘଟଣା ପାଇଁ କିଏ ଦାୟୀ । ଅବକାରୀ ବିଭାଗ ଓ ପୋଲିସ ବିଭାଗର ଅବହେଳା ଅଛି ନା ନାହିଁ ? ଭବିଷ୍ୟତର ଏଭଳି ଘଟଣା ଯେପରି ନଘଟେ ସେ ନେଇ ସରକାରଙ୍କୁ ପରାମର୍ଶ ଦେବେ ରାଜସ୍ବ ପର୍ଷଦ ସଦସ୍ୟ ।
ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁର ଗାଁରେ ବିଷାକ୍ତ ମଦ ପିଇ ଗତ ଅଗଷ୍ଟ ମାସ ୧୯ ତାରିଖରେ ୨୦ ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିଲେ । ପ୍ରଥମେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆସିଥିଲେ । ଏହି ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟିଛି।