ନୂଆଦିଲ୍ଲୀ,୨୪।୯: ଗୃହ ମନ୍ତ୍ରଣାଳୟର ସାଇବର ଓ୍ବିଙ୍ଗ 14c ଲଗାତାର ସାଇବର ଫ୍ରଣ୍ଡ ରୋକିବା ଦିଗରେ କାମ କରୁଛି। ଏହି କ୍ରମରେ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରି ସରକାର ୬ ଲକ୍ଷ ମୋବାଇଲ ଫୋନ୍ ବନ୍ଦ କରିଦେଇଛନ୍ତି। ଏହା ସହ ଗୃହମନ୍ତ୍ରଣାଳୟ ସାଇବର ଓ୍ବିଙ୍ଗକୁ ନିର୍ଦେଶ ଦେଇ ୬୫ ହଜାର ସାଇବର ଫ୍ରଡ୍ କରୁଥିବା ‘ୟୁଆରଏଲ’କୁ ମଧ୍ୟ ବ୍ଲକ କରିଦେିଛନ୍ତି। ସାଇବର ଫ୍ରଡରେ ଲିପ୍ତ ପ୍ରାୟ ୮୦୦ ଆପ୍ଲିକେସନ୍କୁ ମଧ୍ୟ ବ୍ଳକ କରାଯାଇଛି। ସାଇବର ଫ୍ରଡ୍କୁ ରୋକିବା ପାଇଁ ଗୃହବିଭାଗ 14c ଲଗାତାର ବଡ଼ ଧରଣର ପଦକ୍ଷେପ ଗ୍ରହଣ କରିଛି।
୨୦୨୩ ରେ ଏନ୍ସିଆରପି(ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ)କୁ ୧ ଲକ୍ଷରୁ ଅଧିକ ଇନଭେଷ୍ଟମେଣ୍ଟ ସ୍କାମ୍ ଅଭିଯୋଗ ମିଳିଛି। ପୁରା ଦେଶରେ ଏ ସମ୍ପର୍କିତ ପ୍ରାୟ ୧୭ ହଜାର ଏଫ୍ଆଇଆର ରୁଜୁ କରାଯାଇଛି। ଜାନୁଆରୀ ୨୦୨୪ ରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଡିଜିଟାଲ ଆରେଷ୍ଟର ୬୦୦୦, ଟ୍ରେଡିଂ ସ୍କାମ୍ର ୨୦,୦୪୩, ଇନଭେଷ୍ଟମେଣ୍ଟ ସ୍କାମ୍ର ୬୨,୬୮୭ ଓ ଡେଟିଂ ସ୍କାନ୍ର ୧୭୨୫ ଅଭିଯୋଗ ମିଳିଛି।
ସାଇବର ଓ୍ବିଙ୍ଗ ନେଇଛି କେଉଁ ସବୁ ଆକ୍ସନ ?
୧-ଗତ ୪ ମାସରେ ୩.୨୫ ଲକ୍ଷ Mule Accounts (ଫ୍ରଡ କରୁଥିବା ଆକାଉଣ୍ଟ) ଡେବିଟ୍ ଫ୍ରିଜ୍।
୨- ସାଇବର ଅପରାଧରେ ବ୍ୟବହାର ହେଉଥିବା ୩୪୦୧ ସୋସିଆଲ ମିଡିଆ, ଓ୍ବେବସାଇଟ୍, ହ୍ବାଟସଆପ୍ ଗ୍ରୁପ୍ ବନ୍ଦ।
୩-ଗତ କିଛି ବର୍ଷରେ ସାଇବର ଫ୍ରଡ୍ କାରଣରୁ ୨୮୦୦ କୋଟି ବଞ୍ଚାଇ ହୋଇଛି।
୪- MHA ପକ୍ଷରୁ ୮ ଲକ୍ଷ ୫୦ ହଜାର ସାଇବର ଭିକ୍ଟିମ୍କୁ ଠକଙ୍କଠାରୁ ବଞ୍ଚାଇବା ସମ୍ଭବ ହୋଇଛି।