ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେରିକା-ଚୀନ୍ ବିବାଦ ଭିତରେ ମାଇକ୍ରୋସଫ୍ଟର ବଡ଼ ପଦକ୍ଷେପ, ୮୦୦ କର୍ମଚାରୀଙ୍କୁ ଦେଲା ଏହି ନିର୍ଦେଶ

ନୂଆଦିଲ୍ଲୀ,୧୬।୫:  ଚୀନ୍ ସହ  ଜାରି ବିବାଦ ଭିତରେ ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ ଏବେ ଆକ୍ସନ ମୁଡ୍‌ରେ ଆସିଛି।   ମାଇକ୍ରୋସଫ୍ଟର ନିଜର ୮୦୦ ଚୀନ୍ କର୍ମଚାରୀଙ୍କୁ ବାହାର ଦେଶକୁ ପଠାଇବାକୁ ସ୍ଥିର କରିଛି।  ଓ୍ବାଲଷ୍ଟ୍ରୀଟ୍ ଜର୍ଣ୍ଣାଲ ନିଜର ଏକ ରିପୋର୍ଟରେ କହିଛି, ମାଇକ୍ରୋସଫ୍ଟ ନିଜର ଚୀନ୍ ସ୍ଥିତ କ୍ଲାଉଡ କମ୍ପ୍ୟୁଟିଂ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅପରେସନ୍‌ରେ ପ୍ରାୟ ୭୦୦ ରୁ ୮୦୦ ଲୋକଙ୍କୁ ଦେଶ ବାହାରକୁ ପଠାଇବାର ଯୋଜନା କରୁଛି। ରିପୋର୍ଟରେ କୁହାଯାଇଛି, କର୍ମଚାରୀଙ୍କ ଭିତରେ ଅଧିକାଂଶ ଚୀନ୍ ନାଗରିକତା ଥିବା ଇଞ୍ଜିନିୟରଙ୍କୁ ସପ୍ତାହ ଆରମ୍ଭରୁ ଆମେରିକା, ଆୟରଲ୍ୟାଣ୍ଡ, ଅଷ୍ଟେ୍ରଲିଆ ଓ ନ୍ୟୁଜିଲାଣ୍ଡ ସହିତ ଦେଶକୁ ଯିବାର ବିକଳ୍ପ ଦିଆଯାଉଛି।

ମାଇକ୍ରୋସଫ୍ଟର ମୁଖପାତ୍ର ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି, କର୍ମଚାରୀଙ୍କୁ ଅନ୍ତରୀଣ ଅବସର ପ୍ରଦାନ କରିବା ତାଙ୍କ ଗ୍ଲୋବାଲ ବିଜନେସ୍‌ର ଏକ ଅଂଶ। ରଏଟର୍ସ ଚଳିତ ମାସ ଆରମ୍ଭରୁ ରିପୋର୍ଟ ଦେଇଥିଲା ଯେ, ଆମେରିକା କମର୍ସ ଡିପାର୍ଟମେଣ୍ଟ ମାଲିକାନା କିମ୍ବା ବନ୍ଦ ସ୍ରୋତ ଏଇ ମଡେଲର ରପ୍ତାନିକୁ ବ୍ୟାନ୍ କରିବା ପାଇଁ ଏକ ନୂଆ ରେଗୁଲେଟରୀ ପଦକ୍ଷେପ ଉପରେ ବିଚାର କରୁଛି, ଯାହାର ସଫ୍ଟଓ୍ବେର ଓ ଯେଉଁ ଡାଟାରେ ଏହାକୁ ଟ୍ରେଣ୍ଡ କରାଯାଉଛି ତାକୁ ଗୁପ୍ତ କରାଯାଉଛି। ତେବେ ମୁଖପାତ୍ର ଖବର କାଗଜକୁ କହିଛନ୍ତି, କମ୍ପାନୀ ତାଙ୍କ ପାଇଁ ପ୍ରତିଶୃତିବଦ୍ଧ ଓ ଚୀନ୍‌ରେ କାମ କରିବା ଜରି ରଖିବ।

ଉଲ୍ଲେଖନୀୟ ଯେ, ଏହି ପଦକ୍ଷେପ କାରଣରୁ ଆମେରିକା-ଚୀନ୍ ଖରାପ ସମ୍ପର୍କକୁ ନେଇ ରହିଛି। କାରଣ ବାଇଡେନ୍ ପ୍ରଶାସନ ଇଲୋକ୍ଟେ୍ରାନିକ୍ ବାହାର(ଇଭି) ବ୍ୟାଟେରୀ, କମ୍ପ୍ୟୁଟର ଚିପ୍ସ ଓ ମେଡିକାଲ ସହିତ ଚୀନ୍ ଉତ୍ପାଦିତ ବିଭିନ୍ନ କ୍ଷେତ୍ର ଉପରେ କଟକଣା ଲାଗୁଛି। ଆମେରିକା ଏବେ ଚୀନ୍ ଇଲୋକ୍ଟେ୍ରାନିକ୍ସ ବାହାନ ଉପରେ ୧୦୦% ଶୁକ୍ଲ, ସେମି-କଣ୍ଡକ୍ଟର ଉପରେ ୫୦% ଓ ଇଲେକ୍ଟ୍ରିକ୍ ବାହନର ବ୍ୟାଟେରୀ ଉପରେ ୨୫% ଶୁକ୍ଳ ଲଗାଇଛି। ଯାହାକି ବାଇଡେନ୍‌ଙ୍କ ଏହି ପଦକ୍ଷେପ ପରେ ଏବେ ଦୁନିଆ ଆଗରେ ଏକ ନୂଆ ଆମେରିକ ଓ ଚୀନ୍ ଟ୍ରେଡ୍ ଓ୍ବାରର ବିପଦ ସୃଷ୍ଟି କରିଛି। ଆମେରିକାରେ ଯେତେବେଳେ ଟ୍ରମ୍ପଙ୍କ ସରକାର ଥିଲା, ସେତେବେଳେ ଦୁହିଁଙ୍କ ଭିତରେ ଟ୍ରେଡ୍ ଓ୍ବାରର ବିପଦ ଥିଲା। ଏବେ ଦୁନିଆ ଆଗରେ ପୁଣିଥରେ ନୂଆ ଏକ  ଆମେରିକା ଓ ଚୀନ୍ ଟ୍ରେଡ୍ ଓ୍ବାର ବିପଦ ସୃଷ୍ଟି ହୋଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.