କାଶୀପୁର, ୨୭।୧୧ କାଶୀପୁର ବ୍ଲକ ଅନ୍ତର୍ଗତ ଦୁଡୁକାବାହାଲ ପଞ୍ଚାୟତ ଥୁଟିବର ଗ୍ରାମଠାରେ ଓଡ଼ିଶା ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ କ୍ଷେତ୍ର ଦିବସ ପାଳିତ ହୋଇଛି।ଏହି ଅବସରରେ ମାଣ୍ଡିଆ ଚାଷ କରି ଅଧିକ ଲାଭ ପାଇବା ପାଇଁ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦିଆଯାଇ ଥିଲା । ରାସାୟନିକ ସାର ଓ କୀଟନାଶକ ବିନା ଜୈବିକ ପ୍ରଣାଳୀରେମାଣ୍ଡିଆ ଉତ୍ପାଦନ ଏବଂ ଏହାର ବିକ୍ରି ବଟାର ସୁବିଧା ସମ୍ପର୍କରେ ଅବଗତ କରାଯାଇ ଥିଲା ।
ଉତ୍ପାଦନବୃଦ୍ଧି ପାଇଁ ଏସ ଏମ ଆଇ ପଦ୍ଧତିରେ ଚାଷ କଲେ ଚାଷୀଙ୍କ ଖାତା କୁ ପାଞ୍ଚବର୍ଷ ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆ ଯିବାର ବ୍ୟବସ୍ଥା ବିଷୟରେ ରିସର୍ଚ୍ଚ ପରସନ କୃଷି ଅଧିକାରୀ ନିରଞ୍ଜନ ନାୟକ କହିଥିଲେ ।ଏଥିରେ ଗ୍ରାମର ଏସଏଚ ଜି ଙ୍କ ସହିତ ମହିଳା ଏବଂ ପୁରୁଷ ଚାଷୀ ,ସ୍ୱାସ୍ଥ୍ୟ ସହାୟିକା, ୱାର୍ଡମେମ୍ବରପ୍ରମୁଖ ଉପସ୍ଥିତ ଥିଲେ ।ଓଡିଶା ମିଲେଟ ମିଶନ ର କାଶିପୁର ବ୍ଳକ ସଂଯୋଜକ ଉମାକାନ୍ତ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଅଭିରାମ ଝୋଡ଼ିଆ,ରାଜେନ୍ଦ୍ର ମାଝୀ, ମହେନ୍ଦ୍ର ମାଝୀ,ଅଭି ମାଝୀ,ସେବତି ମାଝୀପ୍ରମୁଖ ମିଲେଟ ମିଶନ ର କର୍ମଚାରୀ ମାନେ ପରିଚାଳନା ରେ ସହାୟତା କରିଥିଲେ ।