ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ରାଜ୍ୟରେ ପ୍ରଥମ: ଏମ୍‌କେସିଜିରେ ୯ ବର୍ଷ ଝିଅର ଆଡ୍ରେନାଲ୍‌ ଗ୍ରନ୍ଥି ଅସ୍ତ୍ରୋପଚାର ସଫଳ

ବ୍ରହ୍ମପୁର,୧୬/୦୪: ବ୍ରହ୍ମପୁର ମେଡିକାଲ କଲେଜ ଓ ହସ୍‌ପିଟାଲରେ ପ୍ରଥମ ଥର ପାଇଁ  ଆଡ୍ରେନାଲ୍‌ ଗ୍ରନ୍ଥି ଅସ୍ତ୍ରୋପଚାର ହୋଇଛି । ଏହି ଅସ୍ତ୍ରୋପଚାର ରାଜ୍ୟରେ ପ୍ରଥମ ବୋଲି ଡାକ୍ତର  କହିଛନ୍ତି । ଏଣ୍ଡୋକ୍ରିନୋଲୋଜି ବିଭାଗରେ ଭର୍ତ୍ତି  ହୋଇଥିବା ଜଣେ ୯ବର୍ଷ ଝିଅର ଶରୀରରେ ମାତ୍ରାଧିକ ହରମୋନ୍‌ ନିର୍ଗତ ହେଉଥିଲା । ତାହା ରୋକିବାକୁ ରୋଗୀଙ୍କ ଉଭୟ ପଟ କିଡ୍‌ନି ଉପରେ ରହିଥିବା  ଆଡ୍ରେନାଲ୍‌ ଗ୍ରନ୍ଥିକୁ ଅସ୍ତ୍ରୋପଚାର କରି ବାହାର କରାଯାଇଛି । 

ଗଞ୍ଜାମ ଜିଲ୍ଲା ରମ୍ଭା ନିକଟସ୍ଥ ଖଣ୍ଡଦେଉଳି ଗାଁର ୯ ବର୍ଷର ଝିଅ ମାତ୍ରାଧିକ ଓଜନ ଓ ଉଚ୍ଚ ରକ୍ତଚାପ  ଯୋଗୁଁ ଅସୁସ୍ଥ ହୋଇଥିଲେ । ତାଙ୍କୁ ଗତ ୪ତାରିଖରେ  ବଡ଼ ଡାକ୍ତରଖାନା ଏଣ୍ଡୋକ୍ରିନୋଲାଜି ବିଭାଗରେ  ଭର୍ତ୍ତି କରାଯାଇଥିଲା । ପ୍ରଫେସର ପି. ରବି କୁମାରଙ୍କ ନେତୃତ୍ୱରେ ଏକ ଟିମ୍‌ ପରୀକ୍ଷା କରି ରୋଗ ଚିହ୍ନଟ କରିଥିଲେ । ରୋଗୀ ଜଣଙ୍କ ‘ପ୍ରାଇମେରୀ ପିଗ୍‌ମେଣ୍ଟେଡ୍‌  ନାଡୁଲାର୍‌ ଆଡ୍ରେନାଲ୍‌’ ନାମକ ବିରଳ ଜେନେଟିକ୍‌  ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । 

ଏହି  ରୋଗରେ କିଡ୍‌ନି ଉପରେ ଥିବା ଉଭୟ ଆଡ୍ରେନାଲ୍‌  ଗ୍ରନ୍ଥିରୁ ମାତ୍ରାଧିକ ହରମାନ୍‌ ନିର୍ଗତ ହୋଇଥାଏ । ଏଭଳି  ରୋଗୀଙ୍କ ଶୀଘ୍ର ଚିକିତ୍ସା ନହେଲେ ହୃଦ୍‌ରୋଗ ଓ ଷ୍ଟ୍ରୋକ୍‌  ଆଶଙ୍କା ରହିଥାଏ ବୋଲି ପ୍ରଫେସର ଡା. ରବି କୁମାର  କହିଛନ୍ତି । ଏଣୁ ଅସ୍ତ୍ରୋପଚାର ପରେ ଉଭୟ ପାଶ୍ୱର୍ର  ଆଡ୍ରେନାଲ୍‌ ଗ୍ରନ୍ଥି ବାହାର କରାଯାଇଛି । ଏଣୁ ରୋଗୀଙ୍କୁ  ଜୀବନ ସାରା କମ୍‌ ଡୋଜ୍‌ର ଷ୍ଟେରଏଡ୍‌ ଦିଆଯିବ। ଏମେ୍‌କସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ  ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ସନ୍ତୋଷ କୁମାର  ମିଶ୍ରଙ୍କ ତତ୍ତ୍ୱାବଧାନ ହୋଇଥିବା ଅସ୍ତ୍ରୋପଚାରରେ ଅଧୀକ୍ଷକ ପ୍ରଫେସର ସୁଚିତ୍ରା ଦାଶ ଆବଶ୍ୟକ  ସହାୟତା ପ୍ରଦାନ କରିଥିଲେ । ଏଣ୍ଡୋକ୍ରିନୋଲୋଜି  ବିଭାଗର ପ୍ରଫେସର ଡା. ରବି କୁମାର, ଶିଶୁରୋଗ  ସର୍ଜରି ବିଭାଗର ଡା. ମାନସ ରଂଜନ ଦାଶ,  ପ୍ରଫେସର ବେଣୁଧର ପାଣିଗ୍ରାହୀ, ପ୍ରଫେସର  ଜ୍ଞାନ ପ୍ରକାଶ ସିଂ ପ୍ରମୁଖ ଅସ୍ତ୍ରୋପଚାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.