ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗାଁ ମାଟିରେ ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ବିଧାୟକ ସୁକାନ୍ତ

ବାଲେଶ୍ଵର,୧୬/୪ : ନୀଳଗିରି ବ୍ଲକ କାଂଶ ପଞ୍ଚାୟତରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ହଜାର ହଜାର ବିଜେଡି କର୍ମୀ ଉପସ୍ଥିତ ଥିଲେ । ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଶାଶୂଘର ଗାଁ ମାଟି କାଂଶରୁ ପ୍ରଚାର ଆରମ୍ଭ ମଧ୍ୟ ହୋଇଛି । ଉକ୍ତ ଗାଁର ସଂଗ୍ରାମ ମାଟି ତତ ସହିତ ସ୍ବର୍ଗତ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ବୋହୂ ଲେଖାଶ୍ରୀ ହୋଇଥିବାବେଳେ ଦଳମତ ନିର୍ବିଶେଷରେ ସମସ୍ତେ ଶତ ପ୍ରତିଶତ ଭୋଟ ସାଂସଦ ପ୍ରାର୍ଥୀ ଲେଖାଶ୍ରୀଙ୍କୁ ଦେବାକୁ ବିଧାୟକ ନିବେଦନ କରିଥିଲେ। 

ଉକ୍ତ କର୍ମୀ ସମ୍ମିଳନୀରେ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ରମେଶ ମହାନ୍ତଙ୍କ ଅଧ୍ୟକ୍ଷତାରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବରିଷ୍ଠ ନେତା ଗଙ୍ଗାଧର ମିଶ୍ର, ବିଧାୟକ ପ୍ରତିନିଧି ଉପେନ୍ଦ୍ର ଦାସ, ନାଏବ ସରପଂଚ ଶୁଶାନ୍ତ ମହାଳିକ, ସମିତି ସଭ୍ୟା ରଜନୀ ଗିରି, ପୂର୍ବତନ କାଉନସିଲର ଲୋକନାଥ ଦଳେଇ, ଗଙ୍ଗାଧର ବିଶ୍ୱାଳ, ତପନମହାନ୍ତି, ସାଏବ ନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଠୁଁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଲୋକଙ୍କୁ ବୁଝାଇବା ସହ ୧୦ବର୍ଷ ଭିତରେ ନୀଳଗିରି ନିର୍ବାଚନ ମଣ୍ଡଳୀରେ ବିକାଶ ବାର୍ତ୍ତା ପହଞ୍ଚାଇବାକୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ଭିତରେ ଲାବଣ୍ୟ ଦଳେଇ, ସୁକାନ୍ତ ଦାସ, ନରହରି ମହାଳିକ, ରାକେଶ ଖୁଣ୍ଟିଆ, କୀରଣ ମହାଳିକ, ଶଶୀଧର ମହାଳିକ, ହେମନ୍ତ ମହାପାତ୍ର, ପ୍ରସନ୍ନ ମହାପାତ୍ର, ବାବନ ଖମାରି, ରବୀନ୍ଦ୍ର ଦାସ, ସମେତ ଏକ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.