ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯେଉଁ ଚୋର ପାଖରୁ ମିଳିଲା ୨୦ ଲକ୍ଷ ଟଙ୍କାର ମୋବାଇଲ , ତାକୁ ମିଳୁଥିଲା ୨୫ ହଜାର ଦରମା

ଅହମ୍ମଦାବାଦ : ଗୁଜରାଟର ଅହମ୍ମଦାବାଦରେ ଲୋକାଲ କ୍ରାଇମ୍‌ ବ୍ରାଞ୍ଚକୁ ମିଳିଛି ବଡ଼ ସଫଳତା। ମୋବାଇଲ ଚୋରି ଅଭିଯୋଗରେ ଦୁଇ ଜଣ ଲୋକଙ୍କୁ କରିଛି ଗିରଫ। ପଚରାପଚରିରେ ଏହି ଚୋରମାନେ ଯେଉଁ ଖୁଲାସା କରିଛନ୍ତି , ତାହା ବି ଆଶ୍ଚର୍ଯ୍ୟ କରିବା ଭଳି। ଏହି ଦୁଇ ଜଣେ ଚୋର ଏହି ଚୋରି କାମ ମାସିକ ଦରମା ନେଇ କରୁଥିଲେ। ଝାଡ଼ଖଣ୍ଡରେ ରହୁଥିବା ଏହି ଦୁଇ ଯୁବକଙ୍କୁ ପ୍ରତି ମାସରେ ୨୫-୨୫ ହଜାର ଟଙ୍କା ଲେଖାଏଁ ଦରମା ମିଳୁଥିଲା। ତାଙ୍କ ପାଖରୁ ପାଖାପାଖି ୨୦ ଲକ୍ଷ ଟଙ୍କା ଦାମ୍‌ର ଫୋନ୍‌ ଜବତ କରିଛି ପୁଲିସ। 

କ୍ରାଇମ୍‌ ବ୍ରାଞ୍ଚ ଯେଉଁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି, ସେମାନେ ହେଲେ ଅବିନାଶ ମହତୋ (୧୯) ଓ ଶ୍ୟାମ୍‌ କୁର୍ମୀ (୨୬)। ଯିଏକି ଝାଡ଼ଖଣ୍ଡ ନିବାସୀ। ପଚରାପଚରିରେ ଜଣାପଡିଥିଲା କି, ଉଭୟଙ୍କୁ ଅବିନାଶର ବଡ଼ ଭାଇ ପିଣ୍ଟୁ ମହତୋ ଓ ରାହୁଲ ମହତୋ ଚୋରି କାମ ପାଇଁ ଚାକିରିରେ ରଖିଥିଲେ। ତାଙ୍କୁ ଫୋନ୍‌ ଚୋରି ପାଇଁ ନେପାଳ ଓ ବାଂଲାଦେଶ ଯାଏ ବି ପଠାଯାଉ ଥିଲା।

ଝାଡ଼ଖଣ୍ଡରେ ଶ୍ରମିକ ଭାବେ କାମ କରୁଥିବା ଶ୍ୟାମ ଓ ଅବିନାଶଙ୍କୁ ମୋବାଇଲ ଚୋରି କରିବାକୁ ୪୫ ଦିନର ଟ୍ରେନିଂ ମଧ୍ୟ ଦିଆଯାଇ ଥିଲା। ଦୁହେଁ ଏକା ସାଥିରେ ମିଶି ଜନ ଗହଳିପୂର୍ଣ୍ଣ ସ୍ଥାନରେ ଚୋରି କରୁଥିଲେ। ଏଥିରୁ ଜଣେ ଲୋକଙ୍କର ଧ୍ୟାନ ଭଙ୍ଗ କରୁଥିବା ବେଳେ , ଆଉ ଜଣେ ମୋବାଇଲ ଚୋରି କରି ଦୌଡ଼ି ଫେରାର ହୋଇ ଯାଉଥିଲା।

ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି କି, ସେ ଅହମ୍ମଦାବାଦ , ଗାନ୍ଧୀନଗର , ବଦୋଦରା , ଆନନ୍ଦ ଓ ରାଜକୋଟରେ ମୋବାଇଲ ଫୋନ୍ ଚୋରି କରୁଥିଲେ। ପୁଲିସ ଏହି ଅଞ୍ଚଳରେ ମୋବାଇଲ ଚୋରିର ୧୯ଟି କେସ୍‌ ରୁଜୁ କରିଥିଲା। ଅଭିଯୁକ୍ତମାନେ କହିଛନ୍ତି ଯେ, ତାଙ୍କୁ ସୁରତରେ ରେଲୱେ ଷ୍ଟେସନ ପାଖରେ ରହୁଥିବା ଠିକଣା ଦିଆଯାଇ ଥିଲା। ଏହାସହ ତାଙ୍କୁ ପ୍ରତି ମାସରେ ୨୫ ହଜାର ଟଙ୍କା ଦରମା ଦିଆ ଯାଉ ଥିଲା। ସେ ଚୋରି କରି ସବୁ ମାଲ୍‌ ନିଜ ମାଲିକଙ୍କୁ ଦେଉ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.