ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଫ୍ୟାସନ ଇଭେଣ୍ଟରେ ସିଦ୍ଧାର୍ଥଙ୍କ ସହ ଫ୍ଲର୍ଟ କରିଲେ ମଡେଲ, ପରେ କିଆରାଙ୍କୁ ଇନଷ୍ଟାଗ୍ରାମରେ ମାଗିଲେ କ୍ଷମା

ଦିଲ୍ଲୀ,୧୧/୦୮: ଦିଲ୍ଲୀର ଏକ ଫ୍ୟାସନ ସୋ’ରେ ସିଦ୍ଧାର୍ଥ ମଲହୋତ୍ରା ଶାନ୍ତନୁ ଏବଂ ନିଖିଲଙ୍କ ପାଇଁ ରନୱେ ଷ୍ଟାର୍ଟ କରିଥିଲେ । ଅଭିନେତା ଏକ ଭିନ୍ନ ଷ୍ଟାଇଲରେ ନଜର ଆସିଥିଲେ । ଏହି ସମୟରେ ସିଦ୍ଧାର୍ଥଙ୍କ କୋ ମଡେଲ୍ ଆଲିସିଆ ତାଙ୍କ ସହ ମଞ୍ଚରେ ଫ୍ଲର୍ଟ କରିଥଲେ । ପରେ ଇନଷ୍ଟାଗ୍ରାମରେ ସିଦ୍ଧାର୍ଥଙ୍କ ପତ୍ନୀ କିଆରା ଆଡଭାନୀଙ୍କୁ କ୍ଷମା ମାଗିଛନ୍ତି । 

ଫ୍ୟାସନ ସୋ’ରୁ ସିଦ୍ଧାର୍ଥ ଏବଂ ଆଲିସିଆଙ୍କର ଭିଡିଓ ଭାଇରାଲ ହୋଇଥିଲା । ସେହି ଭିଡିଓରେ ଆଲିସିଆ ସିଦ୍ଧାର୍ଥଙ୍କ ବ୍ଲେଜର୍‌ ଟାଣୁଥିବାର ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ଷ୍ଟେଜ୍‌ରେ ସେ ସିଦ୍ଧାର୍ଥଙ୍କୁ ଫ୍ଲର୍ଟ କରୁଥିବାର ମଧ୍ୟ ଦେଖାଯାଇଥିଲା । ସିଦ୍ଧାର୍ଥଙ୍କର ଏହି ସୋ’ ଦେଖିବାକୁ ତାଙ୍କ ମା' ଓ ଭାଇ ମଧ୍ୟ ଆସିଥିଲେ । 

ମଡେଲ ଆଲିସିଆ ନିଜ ଇନଷ୍ଟାଗ୍ରାମର ଷ୍ଟୋରୀରେ ସୋ’ର ଅନେକ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ । ଷ୍ଟେଜ୍ ଉପରେ ସିଦ୍ଧାର୍ଥଙ୍କ ସହ ଏଭଳି ବ୍ୟବହାର କରିଥିବାରୁ ପରେ ଆଲିସିଆ କିଆରାଙ୍କୁ କ୍ଷମା ମାଗିବା ସହ #ସରିକିଆରା ଲେଖିଛନ୍ତି । ପରେ ଏକ ସାକ୍ଷାତକାରରେ ଏ ବାବଦରେ ଆଲିସିଆ କହିଛନ୍ତି ଯେ, ଯେହେତୁ ମୁଁ ଜଣେ ମଡେଲ ଏସବୁ ଆମ ପାଇଁ ସାଧାରଣ କଥା । ଆମ ପ୍ରଫେସନ୍ରେ‌ରେ ଏଭଳି କରିବାକୁ ପଡ଼େ । ଆଲିସିଆ ସିଦ୍ଧାର୍ଥଙ୍କ ସହ ‘୩୬୫ ଡେଜ୍’ ଫିଲ୍ମର ରିମେକ୍ ପାଇଁ ଇଚ୍ଛା ପ୍ରକାଶ କରିଥିବା ଏହି ସାକ୍ଷାତକାରରେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.