ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦି ୩.୦ ସରକାର, ଶପଥ ନେବାକୁ ମନ୍ତ୍ରୀଙ୍କୁ ଯାଉଛି କଲ୍

ନୂଆଦିଲ୍ଲୀ ୦୯/୦୬:  ଆଜି ଏନଡିଏ ସଂସଦୀୟ ଦଳର ନେତା ତଥା ଲଗାତାର ତୃତୀୟଥର  ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ  ଶପଥ ଗ୍ରହଣ ସମାରୋହ ଆୟୋଜନ  କରାଯିବ । ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର  ଶପଥ ପାଠ କରାଇବେ । ମୋଦିଙ୍କ  ସମେତ ତାଙ୍କ ନୂଆ କ୍ୟାବିନେଟର  ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ  ଗ୍ରହଣ କରିବେ । ଏଥିପାଇଁ ସମସ୍ତ  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଏହାସହ ପିଏମ୍‌ଓ ଅଫିସରୁ ଶପଥ ନେବାକୁ ଥିବା ମନ୍ତ୍ରୀମାନଙ୍କ ନିକଟକୁ ଯାଉଛି ଫୋନ୍ କଲ୍। 

 ଫୋନ୍ କଲ୍ ଯାଇଥିବା ଏନ୍‌ଡିଏ ନେତାମାନଙ୍କ ମଧ୍ୟରେ ନୀତିନ ଗଡ଼କରୀ, ଅମିତ ଶାହ, ପୀୟୂସ ଗୋଏଲ୍,ରାଜନାଥ ସିଂ, ମନୋହରଲାଲ ଖଟ୍ଟର, ଜୋତିରାଦିତ୍ୟ ସିନନ୍ଧ୍ୟା, ଶିବରାଜ ସିଂହ ଚୌହାନ, ସର୍ବାନ୍ଦ ସୋନବୋଲା, ,ରାମନାଥ ଠାକୁର,ନୀତିନ ଗଡ଼କରି,ଚିରାଗ ପାଶୱନ, ଜୟନ୍ତ ଚୌଧୁରୀ,ଲଲନ ସିଂ,ଅର୍ଜୁନ ରାମ ମେଘୱାଲ,ଅନୁୟିୟା ପଟେଲ, ଏଚ୍‌. ଡି କୁମାର ସ୍ବାମୀ, ମୋହନ ନାଇଡୁ, ପି ଚନ୍ଦ୍ରଶୋଖର ପିନାସ୍ବାମୀ, ପ୍ରତାପରାଓ୍ବ ଯାଦବ,ଜୁଏଲ୍ ଓରାମ୍‌ଙ୍କୁ ଫୋନ କଲ ଯାଇଛି। 






  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.