ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

Modi 3.0 Cabinet: ନୂଆ ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଲେ ୭ ମହିଳା, ବାଦ୍‌ ପଡ଼ିଲେ ୬ ନେତ୍ରୀ

ନୂଆଦିଲ୍ଲୀ: ଜୁନ୍‌ ୯ (ରବିବାର) ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ତୃତୀୟ ଲାଗି ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ । ଏହା ସହ ମୋଦୀଙ୍କ ନୂଆ କ୍ୟାବିନେଟ୍‌ରେ ଏନଡିଏର ୭୧ ମନ୍ତ୍ରୀ ଶପଥ ନେଇଛନ୍ତି । ୦ସେମାନଙ୍କ ମଧ୍ୟରେ ୭ ମହିଳା ମନ୍ତ୍ରୀ ରହିଛନ୍ତି । ଦ୍ୱିତୀୟ ପାଳିରେ ମୋଦୀଙ୍କ କ୍ୟାବିନେଟରେ ୧୦ ମହିଳା ସାମିଲ ହୋଇଥିବା ବେଳେ ଚଳିତ ଥର ଏହି ସଂଖ୍ୟା ୭ ରହିଛି। ତେବେ ୨ ଜଣ କ୍ୟାବିନେଟ ପାହ୍ୟା ଏବଂ ୫ ଜଣ ରାଷ୍ଟ୍ର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଗତ କ୍ୟାବିନେଟରେ ସାମିଲ ୬ ମହିଳା ବାଦ ପଡ଼ିଛନ୍ତି । 

ମୋଦୀଙ୍କ କ୍ୟାବିନେଟର ୭ ମହିଳା ମନ୍ତ୍ରୀ ହେଲେ ନିର୍ମଳା ସୀତାରମଣ, ଅନ୍ନପୂର୍ଣ୍ଣା ଦେବୀ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ରକ୍ଷା ଖଡସେ, ସାବିତ୍ରୀ ଠାକୁର ଓ ନିମୁବେନ ବମଭାନିୟା । ସେମାନଙ୍କ ମଧ୍ୟରୁ ସୀତାରମଣ ଏବଂ ଅନ୍ନପୂର୍ଣ୍ଣ ଦେବୀ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । 

୬୪ ବର୍ଷୀୟା ନିର୍ମଳା ସୀତାରମଣ ଚଳିତ ଥର ନିର୍ବାଚନ ଲଢ଼ି ନ ଥିବା ବେଳେ ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି । ଅନ୍ନପୂର୍ଣ୍ଣା ଦେବୀ ଝାଡ଼ଖଣ୍ଡର କୋଡରମା ସିଟ୍‌ରୁ ବିଜୟୀ ହୋଇଛନ୍ତି। ରକ୍ଷା ଖଡସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ଏକନାଥ ଖଡସେଙ୍କ ବୋହୂ । ସେ ମହାରାଷ୍ଟ୍ରର ରେଭର ସିଟ୍‌ରୁ ନିର୍ବାଚନ ଜିତି ଲୋକସଭାକୁ ଯାଇଛନ୍ତି। ୩୭ ବର୍ଷୀୟା ରକ୍ଷା ମୋଦୀ କ୍ୟାବେନଟରେ ସବୁଠୁ କନିଷ୍ଠ ମହିଳା ମନ୍ତ୍ରୀ। ସୀତାରମଣ ଓ ଅନ୍ନପୂର୍ଣ୍ଣା ଦେବୀ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଥିବା ବେଳେ ଅନ୍ୟମାନେ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପାଇଛନ୍ତି।

ଏହାବାଦ ଯେଉଁ ୬ ଜଣ ମହିଳା ମନ୍ତ୍ରୀ ଏଥର ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଛନ୍ତି ସେମାନେ ହେଉଛନ୍ତି ସ୍ମୃତୀ ଇରାନୀ, ଭାରତୀ ପାୱାର, ପ୍ରତୀମା ଭୌମିକ, ମୀନାକ୍ଷି ଲେଖି, ଦର୍ଶନା ଜୋର୍ଦ୍ଦସ, ସ୍ୱାଧୀ ନିରଞ୍ଜନ ଜ୍ୟୋତି । ସ୍ମୃତି ଇରାନି ଓ ଭାରତୀ ପାୱାର ଚଳିତ ନିର୍ବାଚନରେ ନିଜ ନିଜ ଆସନରୁ ହାରି ଯାଇଥିବା ବେଳେ ଅନ୍ୟମାନଙ୍କୁ ମଇଦାନକୁ ଓହ୍ଲାଇ ନ ଥିଲା ଦଳ। ଚଳିତ ଲୋକସଭା ନିର୍ବାଚନରେ ସମୁଦାୟ ୭୪ ମହିଳା ବିଜୟୀ ହୋଇଛନ୍ତି। ୨୦୧୯ ମସିହାରେ ଏହି ସଂଖ୍ୟା ୭୮ ଥିଲା ।

ସୂଚନାଯୋଗ୍ୟ, ୨୦୧୪ରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ବେଳେ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ୮ ମହିଳା ମନ୍ତ୍ରୀ ସାମିଲ ହୋଇଥିଲେ। ତାଙ୍କ ଦ୍ୱିତୀୟ ପାଳିରେ ୬ ମହିଳା ପ୍ରଥମେ ଶପଥ ଗ୍ରହଣ କରିଥିବା ବେଳେ ଶେଷ ବେଳକୁ ଏହି ସଂଖ୍ୟା ୧୦ ଛୁଇଁଥିଲା।  ୨୦୨୪ରେ ଶପଥ ଗ୍ରହଣ ସମାରୋହରେ ୭ ମହିଳା ଶପଥ ନେଇଥିବା ବେଳେ ଭବିଷ୍ୟତରେ ଏହି ସଂଖ୍ୟା ବଢ଼ିପାରେ  । 

 

  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.