ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ସୋମବାର ଅପରାହ୍ନ ୫ଟାରେ ପ୍ରଥମ ​‌କେନ୍ଦ୍ର କ୍ୟାବିନେଟ ବୈଠକ, ୧୦୦ ଦିନିଆ ବ୍ଲୁ ପ୍ରିଣ୍ଟକୁ ଫୋକସ୍‌

Published By : Prameya | June 10, 2024 8:50 AM

ନୂଆଦିଲ୍ଲୀ ୧୦/୦୬:  ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ତୃତୀୟ ପାଳି ଆରମ୍ଭ । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବା ସହ ନିଜ ମନ୍ତ୍ରିମଣ୍ଡଳରେ ୭୧ ଜଣଙ୍କୁ ମନ୍ତ୍ରୀ ଭାବେ ନେଇଛନ୍ତି । ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରୁ କରୁ ସରକାର ଆକ୍ସନ ମୁଡକୁ ଆସିଛନ୍ତି । ସୋମବାର ଅପରାହ୍ନ ୫ଟାରେ ପ୍ରଥମ କ୍ୟାବିନେଟ  ବୈଠକ ଡକାଯାଇଛି । ପ୍ରତିଶ୍ରୁତି ମୁତାବକ ୧୦୦ ଦିନର କାର୍ଯ୍ୟଖସଡା ଉପରେ ଏହି ବୈଠକ ଡକାଯାଇଛି।  ବୈଠକରେ ପ୍ରଧାନମନ୍ତ୍ରୀ ନୂଆ ମନ୍ତ୍ରୀମାନଙ୍କୁ ଦାୟିତ୍ୱ  ଦେବେ । ଏଥିସହ ବିଭାଗ ବଣ୍ଟନ ନେଇ ମଧ୍ୟ ଆଲୋଚନା  ହେବାର ସମ୍ଭାବନା ରହିଛି । 

ମୋଦି ସରକାରଙ୍କ ତୃତୀୟ  ପାଳି । ତୃତୀୟପାଳିର ପ୍ରଥମ ୧୦୦ ଦିନର ଏଜେଣ୍ଡା  ଉପରେ ଏବେ ରହିବ ସମସ୍ତଙ୍କର ନଜର । ସେଥିଲାଗି ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ  ଅନୁସାରେ, ୧୦୦ ଦିନିଆ ବ୍ଲୁ ପ୍ରିଣ୍ଟରେ ୫୦-୭୦ଟି  ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଓ ପ୍ରସ୍ତାବକୁ ସ୍ଥାନିତ କରାଯାଇଛି ।  ପ୍ରାଥମିକତା ଭିତ୍ତିରେ ସେଗୁଡି଼କର କାର୍ଯ୍ୟାନ୍ୱୟନ ହେବ ।  ଲକ୍ଷ୍ୟଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ବିଭାଗରେ ଥିବା ଲକ୍ଷ୍ୟକୁ ପ୍ରଧାନମନ୍ତ୍ରୀ ଶପଥ ନେବାର  କିଛି ଦିନ ମଧ୍ୟରେ ଘୋଷଣା କରିବେ । ତାହା ସବୁଠାରୁ  ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ୍‌ ହେବ । ଦ୍ୱିତୀୟ ବିଭାଗରେ  ଥିବା ଲକ୍ଷ୍ୟଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀମାନେ  ନୂଆ ସରକାରର ପ୍ରଥମ କିଛି ଦିନ ମଧ୍ୟରେ ଘୋଷଣା କରିବେ । ତୃତୀୟ ବିଭାଗରେ ଥିବା ଲକ୍ଷ୍ୟଗୁଡି଼କୁ ଆସନ୍ତା  ୨-୩ ବର୍ଷ ମଧ୍ୟରେ କାର୍ଯ୍ୟରେ ପରିଣତ କରାଯିବ ।  ତୃତୀୟ ପାଳିରେ ମୋଦି ସରକାର ଯୁବଶକ୍ତିକୁ  ଆଗକୁ ନେବା ଲାଗି ଅନେକ ଯୋଜନା ବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.