ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦି ସରକାର ୩.୦: କେଉଁ କ୍ଷେତ୍ରରେ ଦେଖାଦେବ ଅଭିବୃଦ୍ଧି

ନୂଆଦିଲ୍ଲୀ ୦୬/୦୬: ବହୁମତ ପାଇବାକୁ ସକ୍ଷମ ହୋଇଛି ଏନ୍‌ଡିଏ ।  ୩ ଦିନ ହେବ ବଜାରରେ ଉତ୍ଥାନ ପତନ ଜାରି ରହିଛି । ଆଗକୁ ନିବେଶକ ସେମାନଙ୍କ ପୋର୍ଟଫୋଲିଓକୁ ପୁଣି ଥରେ ସଙ୍ଗଠିତ କରିବେ  ବୋଲି କହିଛନ୍ତି ବଜାର ବିଶେଷଜ୍ଞ । ନୂଆ ସରକାରଙ୍କ ନୀତିରେ କିଛିଟା ସ୍ୱତନ୍ତ୍ରତା ରହିପାରେ ।  କୋଟାକ ଏଏମ୍‌ସି ଏମ୍‌ଡି ନିଲେଶ ଶାହ କହିଛନ୍ତି, ଏଗ୍‌ଜିଟ ପୋଲ ତୁଳନାରେ ନିର୍ବାଚନରେ ଫଳାଫଳ ଆଶା ମୁତାବକ ନ ହେବା ଯୋଗୁ ବଜାର ବଡ଼ ଧରଣର ହ୍ରାସ ହେଲା । ସରକାର  କିଭଳି ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ଉପରେ ନିବେଶକଙ୍କ ଧ୍ୟାନ ରହିଛି । 

ଏନ୍‌ଭିଜନ ସିଇଓ ଏନ୍‌ ଶାହ କହିଛନ୍ତି, ଆଗାମୀ ୩ ରୁ ୬ ମାସରେ ବଜାର କିଭଳି ରହୁଛି କିଛି ଠିକ୍‌ ଭାବେ କହି ହେବନି । ଜୁଲାଇରେ ଆସିବାକୁ ଥିବା ବଜେଟରୁ ବଜାରର ମୁଡ୍‌ ଜାଣି ହେବ । ସରକାର କ’ଣ କରିବାକୁ ଚାହୁଁଛନ୍ତି ଏଥିରୁ ଅନୁମାନ ଲଗାଇ ହେବ । ଆଗାମୀ ୧୦୦ ଦିନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏହି ଅବଧିରେ ଯାହା ଘୋଷଣା ହେବ ତାହା ଆଗାମୀ ୧ରୁ ୨ ବର୍ଷ ଯାଏ କାମରେ ପ୍ରତିଫଳିତ ହେବ । ଏଭଳି ସ୍ଥିତିରେ ନୂଆ ସରକାରଙ୍କ ଯୋଗୁ କେଉଁ ଭଳି କ୍ଷେତ୍ର ସବୁ ଭଲ ପ୍ରଦର୍ଶନ କରିବ ସେ ନେଇ ବିଶେଷଜ୍ଞ କହିଛନ୍ତି ।

ଧାତବ: ଗୋଲ୍ଡ ଲକ୍ସ ପ୍ରିମିୟମ ରିସର୍ଚ୍ଚର ଗୌତମ ଶାହ କହିଛନ୍ତି, ଧାତବ କ୍ଷେତ୍ରର ଆଗାମୀ ୬ ମାସ ଧରି ବେଶ୍‌ ଭଲ ପ୍ରଦର୍ଶନ କରିବ । ଏହି ବର୍ଗରେ ସୂଚକାଙ୍କ ୨୦-୨୫% ବଢ଼ିପାରେ । ତେବେ ସମଗ୍ର ବାସ୍କେଟ ଉପରେ ଏବେ ନିଜର ରହିଛି । ଆଗାମୀ ୫ରୁ ୬ ଦିନରେ ବଜାର ସ୍ୱାଭାବିକ ସ୍ଥିତିକୁ ଫେରିବ । ଆଗାମୀ ଦିନରେ ସମଗ୍ର ଧାତବ କ୍ଷେତ୍ର ଭଲ କରିବ । 

ଫାର୍ମା: ଫାର୍ମା କ୍ଷେତ୍ରର ପ୍ରଦର୍ଶନ ମଧ୍ୟ ଉନ୍ନତି ଜାରି ରଖିବ ବୋଲି ଶାହ ଆଶାବାଦୀ ରହିଛନ୍ତି । ଗତ ୩ ମାସ ଏହି ଶେୟାର ଗୁଡିକ ଭଲ କରୁଛନ୍ତି ।  ଏ କ୍ଷେତ୍ରରେ ସିପ୍‌ଲା, ଡକ୍ଟର ରେଡ୍ଡି, ସନ୍‌ ଫାର୍ମା, ଡିଭିସ ଲ୍ୟାବ୍‌ ଭଳି କମ୍ପାନି ଆଖିଦୃଶିଆ ଫଳାଫଳ ଦେଇଛନ୍ତି । 

ବିଏଫ୍‌ଏସ୍‌ଆଇ:ଏମ୍‌କି ଇନଭେଷ୍ଟମେଣ୍ଟର ମୁଖ୍ୟ ନିବେଶ ଅଧିକାରୀ ମନୀଷ ସୋନ୍ଥାଲିଆ କହିଛନ୍ତି, ବିଏଫ୍‌ଏସ୍‌ଆଇ ସହ ରାଷ୍ଟ୍ରାୟତ୍ତ ସଂସ୍ଥା ଏବଂ ଶିଳ୍ପ ଗୁଡିକର ସେୟାର ଭଲ କରିବାର ଢ଼େର ସମ୍ଭାବନା ରହିଛି । ପ୍ରତିରକ୍ଷା, ତୈଳ ବିପଣନ ସଂସ୍ଥା ଏବଂ ଶକ୍ତି ଓ ଫାଇନାନ୍ସ ଭଳି କ୍ଷେତ୍ରଗୁଡିକ ଲାଭରେ ରହିବେ ।

ଭିତ୍ତିଭୂମି, ବିନିର୍ମାଣ, ରାଷ୍ଟ୍ରାୟତ୍ତ: କ୍ୱାଣ୍ଟ ମ୍ୟୁଚୁଆଲ ଫଣ୍ଡ୍‌ର ମୁଖ୍ୟ ନିବେଶ ଅଧିକାରୀ ସନ୍ଦୀପ ଟଣ୍ଡନ କହିଛନ୍ତି, ଭିତ୍ତିଭୂମି, ବିନିର୍ମାଣ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକର ବିକାଶରେ ସରକାର ଚଳିତ ଥର ମଧ୍ୟ ଭଲ କାମ କରିବେ ବୋଲି ଆଶା । ଫଳରେ ଏହି କ୍ଷେତ୍ରରେ ନିବେଶ ପାଇଁ ଉତ୍ସାହିତ ନିବେଶକ ।

ପ୍ରତିରକ୍ଷା, ରେଳ, ଶକ୍ତି:  ଭିତ୍ତିଭୂମି ଏବଂ ବିନିର୍ମାଣ କ୍ଷେତ୍ରକୁ ପ୍ରାଥମିକତା ଦେଇଛନ୍ତି ବିଶେଷଜ୍ଞ । ଶକ୍ତି, ବିନିର୍ମାଣ ଏବଂ ଭିତ୍ତିଭୂମି ଭଳି କ୍ଷେତ୍ର ଗୁଡିକ ବଜାର ଅଭିବୃଦ୍ଧିରେ ସହାୟକ ହେବ । ସେହିଭଳି ପ୍ରତିରକ୍ଷା, ରେଳ ଏବଂ ଶକ୍ତି ଭଳି କ୍ଷେତ୍ର ଭଲ କରିବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି । 


  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.