ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୌସୁମୀ ବାୟୁ ଉପରେ ପଡିନି ବାତ୍ୟା ପ୍ରଭାବ, ମେ ୩୧ରେ କେରଳ ଛୁଇଁବ ମୌସୁମୀ !

ଭୁବନେଶ୍ଵର, ୨୭/୦୫ : ମୌସୁମୀ ବାୟୁ ଉପରେ ପଡିନି ବାତ୍ୟା ରେମାଲ ପ୍ରଭାବ। ମେ ୩୧ କିମ୍ଵା ଜୁନ୍ ୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ ବାୟୁ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ ଆସନ୍ତାକାଲି ଠାରୁ ବଢିବ ପାରଦ। ୨ ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ। କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ। 

ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ସୋମବାର ବାତ୍ୟାର ବିଶେଷ  ପ୍ରଭାବ ରହିବନି । ଖୋର୍ଦ୍ଧାରୁ ବାଲେଶ୍ୱର  ଯାଏ ପାଗ ମେଘୁଆ ରହିବ । ତାତି କମିବ । କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ  କୋହଲା ପାଗ ରହିବ । ସୋମବାର ମଧ୍ୟାହ୍ନ ସୁଦ୍ଧା ବର୍ଷା ହେବ । ଉପକୂଳରେ  ହାଲୁକା ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଭଦ୍ରକ  ଓ ବାଲେଶ୍ୱରରେ ସ୍ୱଳ୍ପ ବର୍ଷା ହୋଇପାରେ । ଜୁନ୍‌ ୧ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ହେବ। ସେହିଭଳି ୨୮ରୁ ତାତି ବଢ଼ିବ । ୨୮  ଓ ୨୯ ଦୁଇ ଦିନ ଭୁବନେଶ୍ୱରରେ ତାତି ୪୧ରୁ  ୪୨ ଡିଗ୍ରୀ ରହିବ । ୨୯ ସୁଦ୍ଧା ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ତାତି ୪୪ ଡିଗ୍ରୀ ରହିବ ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ କହିଛନ୍ତି, ବାତ୍ୟା ରାତି ସାଢ଼େ ୯ଟାରେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ  ସ୍ଥଳଭାଗ ଅତିକ୍ରମ କରିଛି । ଓଡ଼ିଶା ଉପରେ ଆଉ କୌଣସି ପ୍ରଭାବ ରହିବନି । ସୋମବାର ପାଗ ଶୁଖିଲା ରହିବ। ରାଜ୍ୟକୁ ଅଧିକ ଜଳୀୟବାଷ୍ପ ଆସୁଥିବାରୁ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.