ନୂଆଦିଲ୍ଲୀ,୯।୨: ଧିରେ ଧିରେ ବୃଦ୍ଧ ହେଉଛି ଚନ୍ଦ୍ର। ସଙ୍କୁଚିତ ହେବାରେ ଲାଗିଛି। ଏପରିକି ଚନ୍ଦ୍ରପୃଷ୍ଠ ଥଣ୍ଡା ହେବାରେ ଲାଗିଛି। କିଛି ଲକ୍ଷ ବର୍ଷ ପୂର୍ବେ ଏହା ୪୫ ମିଟର ଅର୍ଥାତ ୧୫୦ ମିଟରରୁ ଅଧିକ ସଙ୍କୁଚିତ ହୋଇସାରିଛି। ସଙ୍କୁଚିତ ହେବାର ହାର ମଧ୍ୟ ଏବେ ବି ଜାରି ରହିଛି।
ବୈଜ୍ଞାନିକମାନେ ଏହାକୁ ନେଇ କରିଥିବା ଷ୍ଟଡିରେ ଜଣାପଡିଛି ଯେ, ଚନ୍ଦ୍ରର ଦକ୍ଷିଣ ମେରୁରେ ଆସିଥିବା ଭୂମିକମ୍ପ ଓ ଭୂସ୍ଖଳନ ଭାରତରରୁ ଏଭଳି ହେଉଛି। ନାସା ଓ ଇସ୍ରୋ ସହିତ ବହୁ ସ୍ପେସ୍ ଏଜେନ୍ସି ଦକ୍ଷିଣ ମେରୁରେ ନିଜର ମହାକାଶଚାରୀଙ୍କୁ ଓହ୍ଲାଇବାକୁ ଚାହୁଁଥିଲେ। ତେଣୁ ଏହି ସ୍ଥାନରେ ଷ୍ଟଡି ବହୁତ ଜରୁରୀ। କାରଣ ଏଠାରେ ଭବିଷ୍ୟତରେ ମଣିଷ ନିଜର ମୁନ୍ ସ୍ପେସ୍ ଷ୍ଟେସନ୍ ତିଆରି କରିବ।
ଯଦି ଏହି ସ୍ଥାନ ଭୌଗଳିକ ଭାବରେ ସ୍ଥିର ନୁହେଁ ତେବେ ସେଠାରେ କୌଣସି ବେସ୍ ତିଆରି ହେବନି। କିଏ ବା ଚାହିଁବ ସେହି ବେସ୍ ଷ୍ଟେସନ୍ କୌଣସି ଭୂମିକମ୍ପ କିମ୍ବା ଭୂସ୍ଖଳନର ଶିକାର ହେବ। ସ୍ମିଥ୍ସୋନିୟନ୍ ଇନଷ୍ଟିଚ୍ୟୁଟ୍ର ଫ୍ଲାନେଟରୀ ସାଇଣ୍ଟିଷ୍ଟ ଟମ୍ ଓ୍ବାଲ୍ଟର୍ସ କହିଛନ୍ତି, ଚନ୍ଦ୍ରରେ ଭୂକମ୍ପ ଆସିଥାଏ। ଫଳରେ ମାଟି ଖୁବ୍ ଜୋରରେ ହଲିଥାଏ। ଏଥିରେ ଫ୍ଲଟସ୍ ସ୍ଲିପ ହେବାର ବିପଦ ରହିଛି।
କେବଳ ଏତିକି ନୁହେଁ, ଏହି ଭୂକମ୍ପ ମଧ୍ୟ ଚନ୍ଦ୍ର ପୃଷ୍ଠରେ ଭୂସ୍ଖଳନ ହେବାର ଆଶଙ୍କା ବଢାଇଥାଏ। ଏକ ଗଭୀର ଭୂକମ୍ପ ଅର୍ଥ ଏହାର ଗଭୀରତା ଅଧିକ ନୁହେଁ। ଏପରି ଭୂକମ୍ପ ଯୋଗୁଁ ଅଧିକ କ୍ଷୟକ୍ଷତିର ସମ୍ଭାବନା ଅଛି। ମେରିଲ୍ୟାଣ୍ଡ ୟୁନିଭରସିଟିର ଭୂବିଜ୍ଞାନୀ ନିକୋଲାସ୍ ସ୍କେମର କହିଛନ୍ତି, ଚନ୍ଦ୍ରର ପୃଷ୍ଠ ଶୁଖିଲା, ରୁକ୍ଷ ଏବଂ ଧୂଳିରେ ପରିପୂର୍ଣ୍ଣ। ଶତାବ୍ଦୀ ଶତାବ୍ଦୀ ଧରି ଉଲକାପିଣ୍ଡ ଓ ଧୂମକେତୁ ବର୍ଷା ହେଉଛି।