ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇଟିଆର୍‌ ଭରୁ ନାହାନ୍ତି ୧.୫୨ କୋଟି, ଟିଡିଏସ୍‌ କଟୁଥିଲେ ବି ରିଟର୍ଣ୍ଣ ଭରିନାହାନ୍ତି

ନୂଆଦିଲ୍ଲୀ, ୧୪।୪: ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ଯୋଗ୍ୟ, ମାତ୍ର ଏଭଳି ଅନେକ ବ୍ୟକ୍ତି ଓ ସଂସ୍ଥା ରିଟର୍ଣ୍ଣ ଫାଇଲ କରୁନାହାନ୍ତି । ସେମାନଙ୍କ ବିରୋଧରେ ଆୟକର ବିଭାଗ ଏକ ଅଭିଯାନ ଚଳାଇବ । ଏଭଳି ୧.୫୨ କୋଟି ଲୋକଙ୍କୁ ଚିହ୍ନଟ କରାଯାଇଛି । ଏମାନେ ଟିକସଯୋଗ୍ୟ ଆୟ କିମ୍ବା ଟାକ୍ସ ଡିଡକ୍ଟେଡ ଆଟ୍‌ ସୋର୍ସ (ଟିଡିଏସ୍‌) ବର୍ଗରେ ରହିଛନ୍ତି । ମାତ୍ର ରିଟର୍ଣ୍ଣ ଫାଇଲ କରୁନାହାନ୍ତି ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି । ଏପ୍ରିଲ ୧୫ ସୁଦ୍ଧା ଏଭଳି ବ୍ୟକ୍ତି ବିଶେଷଙ୍କ ପାଖରେ ପହଞ୍ଚିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକୁ କହିଛି । ଆର୍ôଥକ ବର୍ଷ ୨୦୨୨- ୨୩ରେ ୮.୯ କୋଟି ଟିକସଦାତା ରହିଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ୭.୪ କୋଟି ରିଟର୍ଣ୍ଣ ଫାଇଲ କରିଥିଲେ । ରିଟର୍ଣ୍ଣ ମଧ୍ୟରେ ରିଭାଇଜ ରିଟର୍ଣ୍ଣ ସାମିଲ ରହିଛି । 

ଟିଡିଏସ୍‌ କଟୁଥିଲେ ମଧ୍ୟ ୧୯.୭ ନିୟୁତ ଲୋକ ରିଟର୍ଣ୍ଣ ଫାଇଲ କରୁ ନ ଥିବା ଅଧିକାରୀ ଜଣକ କହିଛନ୍ତି । ଟିକସ ରିଟର୍ଣ୍ଣ ଫାଇଲ କରୁ ନ ଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୯.୩ ନିୟୁତ ବ୍ୟକ୍ତିଗତ ବର୍ଗରେ ରହିଛନ୍ତି । ସେହିଭଳି ୨୮ ହଜାର ହିନ୍ଦୁ ଅଣ ବିଭାଜିତ ପରିବାର, ୧.୨୧ ଲକ୍ଷ ଫାର୍ମ ଏବଂ ଆଉ କିଛି ବର୍ଗ ମଧ୍ୟ ସାମିଲ ରହିଛି । ସେହିଭଳି ପାନ୍‌ ସହ ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ନେଣଦେଣ ମଧ୍ୟ ବୃଦ୍ଧି ହୋଇଛି । ଏହାକୁ ଦେଖିଲେ ରିଟର୍ଣ୍ଣ ଫାଇଲ ହେବାର ଆବଶ୍ୟକତା ରହିଛି । ଯେଉଁ ବ୍ୟକ୍ତିବିଶେଷଙ୍କ ଡାଟା ଏବଂ ସୂଚନା ଠିକ୍‌ ରହିଛି ସେମାନଙ୍କୁ ରିଟର୍ଣ୍ଣ ଫାଇଲ କରିବାକୁ ପରାମର୍ଶ ଦେବ ବିଭାଗ । ସେହିଭଳି ୮ରୁ ୯ ହଜାର ଲୋକଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଅର୍ଥ ଜମା ହୋଇଛି । ସେମାନଙ୍କୁ ଟିକସ ନୋଟିସ ପଠାଇବାକୁ ସ୍ଥିର କରିଛି ବିଭାଗ । 

ଅଧିକାରୀ କହିଛନ୍ତି, ଉଦ୍ଦେଶ୍ୟମୂଳକ ଖୀଲାପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେମାନେ ଜରିମାନା ଭରିବେ । ମାତ୍ର କୌଣସି କାରଣବଶତଃ କାହାର ଆୟରେ ହଠାତ ବୃଦ୍ଧି ହୋଇଛି ସେ କ୍ଷେତ୍ରରେ ସେମାନେ ସ୍ପଷ୍ଟୀକରଣ ସହ ରିଟର୍ଣ୍ଣ ଫାଇଲ୍‌ କରିବାକୁ ହେବ । ଆୟକର ବିଭାଗ ଲୋକଙ୍କ ବ୍ୟାଙ୍କ ନେଣଦେଣ ଉପରେ ନଜର ରଖିଛି । ଟିକସଯୋଗ୍ୟ ଆୟ କ୍ଷେତ୍ରରେ କୌଣସି ଅସଙ୍ଗତି ହେଲେ ବିଭାଗ ଟିକସ ପ୍ରଦାନ କରିବାକୁ ଥିବା ଲୋକଙ୍କୁ ଚିହ୍ନଟ କରିପାରୁଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.