ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜଧାନୀ ଏକ୍ସପ୍ରେସରୁ ୩୦ କିଲୋରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ

ଭଦ୍ରକ, ୨୪।୩: ରାଜଧାନୀ ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ । ଗଞ୍ଜେଇ ସନ୍ଦେହରେ ଯାଞ୍ଚ ବେଳେ ମିଳିଲା ୩୦ କିଲୋ ୩ଶହ ଗ୍ରାମର ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାରରୁ ଅଧିକ ହେବ । ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଛି ଆରପିଏଫ ।

ସୂଚନା ଅନୁଯାୟୀ, ଟ୍ରେନ୍ ନମ୍ବର ୨୨୮୨୩ ରାଜଧାନୀ ଏକ୍ସପ୍ରେସରେ ଜଣେ ଯୁବକ ଦୁଇଟି ବଡ଼ ଟ୍ରଲି ବ୍ୟାଗରେ କିଛି ନେଉଥିବା ନେଇ ସୂଚନା ମିଳିଥିଲା । ଯୁବକ ଜଣକ ବି-୧୦ ବଗିରେ ଦୁଇଟି ବ୍ୟାଗ ରଖିଥିଲା । ଖବର ପାଇ ଭଦ୍ରକ ଷ୍ଟେସନରେ ଟ୍ରେନରେ ଯାଞ୍ଚ କରାଯିବାରୁ ଗଞ୍ଜେଇ ଜବତ ହୋଇଥିଲା । ତେବେ ଗିରଫ ଯୁବକଙ୍କ ନାଁ ନବନିତ କୁମାର ଓ ସେ ବିହାର ଅଞ୍ଚଳର ବୋଲି ରେଳବାଇ ପୋଲିସ ତରଫରୁ ସୂଚନା ମିଳିଛି । ତେବେ ଅଭିଯୁକ୍ତ ଜଣକ ଓଡ଼ିଶାକୁ ଚାକିରି ସନ୍ଧାନରେ ଆସିଥିବା ବେଳେ ଗଞ୍ଜେଇକୁ ଦିଲ୍ଲୀରେ ପହଞ୍ଚାଇବା ପରେ ଏନେଇ ମୋଟା ଅଙ୍କର ଟଙ୍କା ମିଳିଥାନ୍ତା ବୋଲି ସେ ସ୍ୱୀକାର କରିଛି । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.