ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମଶା ଧୂପ ନେଲା ଯୁବକଙ୍କ ଜୀବନ !

ବାଲିପାଟଣା,୧୮/୦୩: ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଅନେକେ ମଶା ଧୂପ ଲଗାଇଥାନ୍ତି । ମାତ୍ର ଏହି ମଶାଧୂପ  କେତେ ଯେ ଭୟଙ୍କର ଜାଣିବା ମୁସ୍କିଲ୍‌ । ମଶା ଧୂପ ଜଣକ ଜୀବନ ନେଇଛି ।  

ଗୁରୁବାର ରାତି ପ୍ରାୟ ୧୨ଟା  ।  ଅଠାନ୍ତର ଗ୍ରାମର ଅଜିତ୍‌ କୁମାର ଦାସ  (ଗୁଗା) ନିଜ କାରରେ ପ୍ରତିଦିନ ଭଳି  ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟକୁ ମାଛ ଆଣିବାକୁ ଯାଇଥିଲେ । ସେଠାରେ ପହଁଞ୍ଚିବା ପରେ ହାତରେ ପ୍ରାୟ ୨ ଘଣ୍ଟା ସମୟ ଥିଲା । ସେଥିପାଇଁ ସେ  କାର ଭିତରେ ଶୋଇଥିଲେ । ମାତ୍ର ମଶା କାମୁଡିବାରୁ ସେ କାର ଭିତରେ ମଶାଧୂପ ଲଗାଇ ଡୋର ବନ୍ଦ  କରିଦେଇଥିଲେ । ୨ ଘଣ୍ଟା ପରେ  ତାଙ୍କ ସହଯୋଗୀ ତାଙ୍କୁ ଉଠାଇବା ପାଇଁ ତାକି ଥିଲେ । ମାତ୍ର ସେ ଗାଡ଼ିର  ଡୋର୍‌ ଖୋଲିନଥିଲେ  । ପରେ  ଡୋର୍‌ ଭଙ୍ଗା ଯାଇ ତାଙ୍କୁ ବାହାରକୁ ଅଣାଯାଇଥିଲା  । ସେତେବେଳକୁ  ସେ ନିସ୍ତେଜ ହୋଇଯାଇଥିଲେ ।  ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ଅଜିତଙ୍କୁ ମୃତ ଘୋଷଣା କରିଥିଲେ ।  ମଶା ଧୂପର ବିଷାକ୍ତ ଧୂଆଁ ଯୋଗୁ ତାଙ୍କର ମୃତ୍ୟୁ  ହୋଇଥିବା ଡାକ୍ତର ଆଶଂକା କରିଛନ୍ତି  । ୩୪ ବର୍ଷୀୟ  ଅଜିତ୍‌ଙ୍କର ଘରେ ପତ୍ନୀ ଏବ ୧୨ ବର୍ଷର ପୁଅ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.