ନୂଆଦିଲ୍ଲୀ ୧୯/୯: ବିଶ୍ୱର ସବୁଠାରୁ ପପୁଲାର ବାଇକ ରେସିଂ ଚାମ୍ପିଅନସିପ୍ ମୋଟୋଜିପି ଏବେ ପ୍ରଥମ ଥର ଭାରତରେ ଆୟୋଜିତ ହେଉଛି । ବାଇକ୍ ରେସିଂ ବା କାର୍ ରେସିଂ ଲଭର୍ସ ନିଶ୍ଚୟ MotoGP ନାଁ ଶୁଣିଥିବେ । ସେମାନଙ୍କ ପାଇଁ ଏହା କୌଣସି ଡ୍ରିମଠୁ କମ୍ ନୁହେଁ । ଖାସ୍ କଥା ହେଉଛି କି ଚଳିତ ବର୍ଷ ଏହି ଚାମ୍ପିଅନସିପ୍ ଭାରତରେ ହେଉଛି । ମୋଟୋଜିପି ଚାମ୍ପିଅନସିପ୍ ଗ୍ରେଟର ନୋଏଡାର ବୁଦ୍ଧ ଇଣ୍ଟରନ୍ୟାସନାଲ୍ ସର୍କିଟରେ ହେବାକୁ ଯାଉଛି । ୨୨ ସେପ୍ଟେମ୍ବରରୁ ଏହି ଚାମ୍ପିଅନସିପ୍ ଆରମ୍ଭ ହେବ ଏବଂ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । କହିରଖୁଛୁ ୨୦୧୧ଠୁ ଆରମ୍ଭ କରି ୨୦୧୩ ପର୍ଯ୍ୟନ୍ତ ଏହି ରେସିଂ ଏରିଆରେ ୩ ଥର ଫର୍ମୁଲା ୧ ରେସିଂ ଚାମ୍ପିଅନସିପ୍ ହୋଇସାରିଛି ।
ସୂଚନା ଅନୁସାରେ ବୁଦ୍ଧ ଇଣ୍ଟରନ୍ୟାସନାଲ୍ ସର୍କିଟରେ ସମସ୍ତ ସେଫ୍ଟି କାର୍ ଏବଂ ବାଇକ୍ ପୂର୍ବରୁ ହିଁ ପହଞ୍ଚି ସାରିଛନ୍ତି । ୨୨ରୁ ୨୪ ସେପ୍ଟେମ୍ବର ମଧ୍ୟରେ ଏହି ଚାମ୍ପିଅନସିପ୍ ଆରମ୍ଭ ହେବ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଦିୱାନଗି ମଧ୍ୟ ଦେଖିବାକୁ ମିଳୁଛି । କହିରଖୁଛୁ ଯଦି ଏହି ଇଭେଣ୍ଟକୁ ଲାଇଭ୍ ଦେଖିବାକୁ ଚାହୁଁଛନ୍ତି ତେବେ ଅନଲାଇନ୍ ଏହାର ଟିକେଟ୍ ବୁକିଂ କରାଇପାରିବେ ।
ବ୍ୟବସାୟ ଆରମ୍ଭ କରିବା ପାଇଁ ୩ ଲକ୍ଷ ଟଙ୍କା ଲୋନ୍ ଦେବେ ସରକାର, ଟ୍ରେନିଂ ସହିତ ପ୍ରତିଦିନ ମିଳିବ ଷ୍ଟାଇପେଣ୍ଡ୍...
ବୁକ୍ ମାଇ ଶୋର ୱେବସାଇଟର ସୂଚନା ଅନୁସାରେ ଆପଣ ଏହି ଇଭେଣ୍ଟ ପାଇଁ ଏହି ୱେବସାଇଟରୁ ଟିକେଟ୍ ବୁକିଂ କରାଇପାରିବେ । ଏଠାରେ ପ୍ରତିଦିନ ଅନୁସାରେ ଟିକେଟ ସେଲ୍ ହେଉଛି । କହିରଖୁଛୁ ଏହି ଶୋର ଟିକେଟର ପ୍ରାରମ୍ଭିକ ଦାମ୍ ୮୦୦ ଟଙ୍କା ଯାହା ୧.୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । ତେବେ ବୁକ୍ ମାଇଁ ଶୋ ୱେବସାଇଟ୍ ଅନୁସାରେ ଏବେ ବି ଟିକେଟ୍ ବୁକିଂ ହୋଇପାରିବ । ତେବେ ଟିକେଟ୍ ବୁକିଂ ବହୁତ ଅଧିକ ଏବଂ ସ୍ପିଡରେ ହେଉଛି ।
Circle the dates: September 22-24, 2023! Tickets available on @bookmyshowin witness the world's best riders battle it out on our very own Indian soil 🇮🇳 @MotoGP. pic.twitter.com/Mc7i9z5Bp5
— Buddh International Circuit (@BuddhIntCircuit) September 13, 2023
ଟିକେଟ୍ ପ୍ରାଇସ
୮୦୦ ଟଙ୍କା- ନର୍ମାଲ ସିଟ୍ ପାଇଁ
୨୫୦୦ ଟଙ୍କା- ଟର୍ଣ୍ଣ ୧ ରୁ ରେସ୍ ଦେଖିବା ପାଇଁ
୬ ହଜାର ଟଙ୍କା- ୧.୦୬ କି.ମି ବିଶିଷ୍ଟ ରେସ୍ ଟ୍ରାକ୍ ଦେଖିବା ପାଇଁ
୧୫ ହଜାର- ଫ୍ୟାନ୍ ଜୋନ୍ ପାଇଁ ଏକ୍ସପ୍ରେସ୍
୨୦ରୁ ୩୦ ହଜାର- ଗ୍ରାଣ୍ଡଷ୍ଟାଣ୍ଡ୍ ଟିକେଟ୍ ପାଇଁ
୪୦ ହଜାର-ପ୍ଲାଣ୍ଟିନମ୍ କର୍ପୋରେଟ୍ ବକ୍ସ ଟିକେଟ୍ ଏବଂ ମାଗଣା ଖାଦ୍ୟ
୧ ଲକ୍ଷ ୮୦ ହଜାର- ଏସି ଭିଆଇପି ଭିଲେଜ୍ ଲାଉଞ୍ଜ ଏବଂ ଡ୍ରିଙ୍କ୍ସ ସୁବିଧା