ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଆମେରିକାରେ ଧୋନି ମ୍ୟାଜିକ୍, ଟ୍ରମ୍ପଙ୍କ ସହ ଖେଳିଲେ ଗଲଫ୍‌... ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ନ୍ୟୁୟର୍କ,୮।୯ : ଦୁନିଆର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ଏମଏସ ଧୋନି ନିଶ୍ଚିତ ଭାବରେ ଆମେରିକା ଗସ୍ତକୁ ଉପଭୋଗ କରୁଛନ୍ତି।ନିକଟରେ ଗତ ଚମ୍ପିଆନ୍‌ କାର୍ଲୋସ ଅଲକାରାଜ ଓ ଜର୍ମାନୀର ଆଲେକ୍ସଜାଣ୍ଡାର୍ ଜେଭେରେଭଙ୍କ ମଧ୍ୟରେ ୟୁଏସ୍ ଓପନ୍ ୨୦୨୩ ପୁରୁଷ ଏକକ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଦେଖିବାକୁ ଦେଖିବାକୁ ଯାଇଥିବା ଧୋନିଙ୍କୁ ବର୍ତ୍ତମାନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବା ଦେଖିବାକୁ ମିଳିଛି। ଉଭୟଙ୍କ ଫଟୋ ଅନଲାଇନରେ ସାମନାକୁ ଆସିଛି ଓ  ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଥିଲା। କୁହାଯାଇଛି ଯେ ଧୋନିଙ୍କୁ ଗଲ୍ଫ ଖେଳିବାକୁ ନିମନ୍ତ୍ରଣ କରିଥିଲେ ନିଜେ ଟ୍ରମ୍ପ 

 



ଧୋନି, କ୍ରିକେଟର ହେବା ପୂର୍ବରୁ ଜଣେ ଫୁଟବଲ ଗୋଲକିପର ଥିଲେ। ଏବେ ଟ୍ରମ୍ପଙ୍କ ସହିତ ଗଲଫ୍ ଖେଳିବାର ମଜା ନେଇଛନ୍ତି। ଏହି ଫଟୋ ସବୁଠାରୁ ପ୍ରଥମେ ଦୁବାଇର ଜଣେ ଉଦ୍ୟଗପତି ହିତେଶ ସାନ୍ଧବୀ ପୋଷ୍ଟ କରିଥିଲେ, ଯିଏକି ଧୋନିଙ୍କର ଜଣେ ବନ୍ଧୁ। ଯେତେବେଳେ ଧୋନି ୟୁଏସ୍ ଓପନରେ ଅଲକରାଜ୍ ବନାମ ଜେରେଭ କ୍ବାଟର ଫାଇନାଲ ଦେଖିବାକୁ ଯାଇଥିଲେ, ସେତେବେଳେ ସାନ୍ଧବୀ ତାଙ୍କ ସହିତ ଥିଲେ। 



ସାନ୍ଧବୀ ଫଟୋ ସେୟାର କରି ଇନଷ୍ଟାଗ୍ରାମ୍‌ରେ ଲେଖିଛନ୍ତି "@mahi7781, @realdonaldtrump ଓ  @rajiv.knack ଗଲଫ୍‌ ସହିତ... ଆମର ହୋଷ୍ଟିଂ ପାଇଁ ଧନ୍ୟବାଦ ମହୋଦୟ।’

 

 

Ms dhoni
America

Copyright © 2022 - Summa Real Media Private Limited. All Rights Reserved.