ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ବାଂଲାଦେଶରେ ନୂଆ ସରକାର: ମୁଖ୍ୟ ଉପଦେଷ୍ଟା ହେଲେ ମହମ୍ମଦ ୟୁନୁସ, ସରକାରରେ ରହିବେ ୧୫ ସଦସ୍ୟ

ଢାକା,୦୮/୦୮: ଗୁରୁବାରବାଂଲାଦେଶରେ ଅନ୍ତରୀଣ ସରକାର  ଗଠନ ହେବ । ରାତି ସାଢ଼େ ୮ଟାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସେନା ମୁଖ୍ୟ ୱକାର-ଉଜ୍‌-ଜମାନ ଏହି ସୂଚନା ଦେଇଛନ୍ତି । ୧୫ ଜଣ ସଦସ୍ୟଙ୍କୁ ନେଇ ନୂଆ ସରକାର କାମ କରିବ । 

ବ୍ୟାପକ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ  ପଦରୁ ଇସ୍ତଫା ଦେଇ ୭୬ ବର୍ଷୀୟା ଶେଖ  ହସିନା ଦେଶ ଛାଡ଼ି ପଳାୟନ କରିଥିଲେ । ଏହାପରେ ଦେଶର ସେନା ଅସ୍ଥାୟୀ ଭାବେ  କ୍ଷମତା ହାତକୁ ନେଇଥିଲା । ଏବେ ଦେଶରେ  ଅନ୍ତରୀଣ ସରକାର ଶପଥ ନେବାକୁ ଯାଉଛି ।  ଏହି ସରକାରରେ ମୁଖ୍ୟ ଉପଦେଷ୍ଟା ଭୂମିକା  ନିର୍ବାହ କରିବେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ । ସେ ଗୁରୁବାର ପ୍ୟାରିସରୁ ସ୍ୱଦେଶ ଫେରିବେ । 

ଟେଲିଭିଜନ୍‌ ଚ୍ୟାନେଲ୍‌ରେ ସୂଚନା ଦେଇ  ସେନା ମୁଖ୍ୟ କହିଛନ୍ତି, ମହମ୍ମଦ ୟୁନୁସଙ୍କ  ତତ୍ତ୍ୱାବଧାନରେ ଗୁରୁବାର ରାତି ୮ଟାରେ  ଅନ୍ତରୀଣ ସରକାର ଶପଥ ନେବ । ଦେଶ  ଏଣିକି ଗଣତାନ୍ତ୍ରିକ ଉପାୟରେ ପରିଚାଳିତ  ହେବ । ସେହିଭଳି ସ୍ୱଦେଶ ଫେରିବା ପୂର୍ବରୁ  ୟୁନୁସ ଆନ୍ଦୋଳନରେ ସାମିଲ ଥିବା ଛାତ୍ରଛାତ୍ରୀଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି, ମୁଁ ସାହସୀ  ଛାତ୍ରଛାତ୍ରୀଙ୍କୁ ଦେଶର ଦ୍ୱିତୀୟ ବିଜୟ ଦିବସ ଅବସରରେ ଅଭିନନ୍ଦନ ଜଣାଉଛି । ସମସ୍ତଙ୍କୁ  ହିଂସା ରୋକି ଶାନ୍ତି ମାର୍ଗ ଆପଣାଇବାକୁ ଅପିଲ୍‌  କରୁଛି । କାନ୍ଧରେ କାନ୍ଧ ମିଳାଇ ଦେଶକୁ ଆଗେଇ ନେବାକୁ ହେବ । 

ବାଂଲାଦେଶରେ ହସିନାଙ୍କ ନେତୃତ୍ୱାଧୀନ  ଆୱାମି ଲିଗ୍‌ ସରକାରର ପତନ ଏବଂ ଅନ୍ତରୀଣ  ସରକାର ଗଠନ ପରିପ୍ରେକ୍ଷୀରେ ବିରୋଧୀ ଦଳ ବିଏନ୍‌ପିରେ ଉତ୍ସବର ମାହୋଲ । ସେହି  ଖୁସିରେ ଆଜି ଦଳ ନିଜ ମୁଖ୍ୟାଳୟରେ  ଜନସଭା କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ  ଖାଲିଦା ଜିୟାଙ୍କ ପୁଅ ତାରିକ ରହମାନ ବି  ଏହି ଜନସଭାରେ ସାମିଲ ହୋଇ ଜନତାଙ୍କୁ  ସମ୍ବୋଧନ କରିଛନ୍ତି । ତାରିକଙ୍କୁ ୨୦୦୪ର  ଆତଙ୍କୀ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ  କରାଯାଇଥିଲା । ଏହାପରେ ସେ ଦେଶ ଛାଡ଼ି  ଲଣ୍ଡନ ପଳାଇଥିଲେ।

ମଙ୍ଗଳବାର ଜେଲରୁ ମୁକୁଳିଥିବା  ଖାଲିଦାଙ୍କୁ ଆଜି ନୂଆ ପାସ୍‌ପୋର୍ଟ ପ୍ରଦାନ  କରାଯାଇଛି । ଦୀର୍ଘଦିନ ହେଲା ଅସୁସ୍ଥ  ରହିଥିବାରୁ ଚିକିତ୍ସା ପାଇଁ ସେ ବିଦେଶ ଯିବାକୁ  ଚାହୁଁଥିଲେ। କିନ୍ତୁ ଅନୁମତି ମିଳି ନ ଥିଲା । ଜେଲରୁ ବାହାରିବା ପରେ ତାଙ୍କୁ ଆଜି ପ୍ରଥମ  ଥର ପାଇଁ ଦେଖିବାକୁ ମିଳିଛି । ସାଢ଼େ ୬ ବର୍ଷ ପରେ ଖାଲିଦା ଜିୟା ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଦେଶର ନିର୍ମାଣ ପାଇଁ ଶାନ୍ତି ଓ  ସଦ୍‌ଭାବର ଆବଶ୍ୟକତା ରହିଛି । ବିନାଶ ଓ  ପ୍ରତିଶୋଧ ଭାବନାରୁ କିଛି ବି ମିଳିବ ନାହିଁ ।  ମୋତେ ଜେଲରୁ ମୁକ୍ତ କରାଯାଇଛି । ମୁଁ ସେହି  ବାହାଦୂର ଲୋକମାନଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ନିଜ ଜୀବନକୁ ବାଜିରେ ଲଗାଇ  ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । 

ଏହି ବିଜୟ ଦୁର୍ନୀତି ଓ ନକାରାତ୍ମକ ରାଜନୀତିରୁ ବାହାରିବା ପାଇଁ ଏକ ସୁଯୋଗ  ଦେଇଛି । ଦେଶକୁ ବିକଶିତ କରିବାର  ସମୟ ଆସିଛି । ଯୁବଗୋଷ୍ଠୀ ଏହି ଦେଶର  ଭବିଷ୍ୟତ । ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ  ଆମକୁ ପଦକ୍ଷେପ ନେବାକୁ ହେବ । ଏହାକୁ  ବାସ୍ତବରେ ପରିଣତ କରିବାକୁ ହେଲେ ବାଂଲାଦେଶକୁ ଗଣତାନ୍ତ୍ରିକ ଦେଶ ବନାଇବାକୁ  ପଡ଼ିବ । ଖାଲିଦା ଜିୟାଙ୍କୁ ୨୦୧୮ରେ ଦୁର୍ନୀତି  ଅଭିଯୋଗରେ ଗିରଫ କରାଯାଇଥିଲା । ସେବେଠାରୁ ସେ ଜେଲରେ ବନ୍ଦୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.