ଢାକା- ବାଂଲାଦେଶରେ ଶେଖ୍ ହସିନାଙ୍କ ପଦ ଓ ଦେଶ ଛାଡ଼ିବା ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ଦାୟିତ୍ୱ ନେବେ। ଏଥିପାଇଁ ସେ ଢାକାରେ ପହଞ୍ଚିଛନ୍ତି। ଗୁରୁବାର ଦଙ୍ଗାରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସେ କହିଛନ୍ତି - ସେମାନଙ୍କର ବଳିଦାନ ଦେଶକୁ ଦ୍ୱିତୀୟ ସ୍ୱାଧିନତା ଦେଇଛି। ଦେଶ ଫେରିବା ପରେ ସେ ଢାକାରେ ବିମାନ ବନ୍ଦରରେ ମିଡ଼ିଆ ସହ କଥାବାର୍ତ୍ତା ହୋଇଥିଲେ। କହିଥିଲେ, ଆଜି ଆମ ପାଇଁ ଗୌରବର ଦିନ। ବାଂଲାଦେଶ ଏକ ନୂଆ ଇତିହାସ ରଚିବ। ବାଂଲାଦେଶକୁ ଆଉ ଏକ ସ୍ୱାଧିନତା ମିଳିଛି। ୮୪ ବର୍ଷିୟ ୟୁନିସ ଗୁରୁବାର ସନ୍ଧ୍ୟାରେ ଦେଶର ନୂଆ ନେତା ଭବେ ଶପଥ ନେଇ ପାରନ୍ତି।
ୟୁନୁସ ଅନେକ ଦିନ ଧରି ଚାଲି ଥିବା ହିଂସା ପରେ ଦେଶରେ ଶାନ୍ତି ସ୍ଥାପନ କରିବାକୁ ଅପିଲ କରିଛନ୍ତି। ଗତ ମାସରୁ ଜାରି ହିଂସାରେ ଅତି କମ୍ରେ ୪୫୫ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ସେ ଦେଶର ନାଗରିକଙ୍କୁ ଜଣେ ଜଣଙ୍କୁ ସୁରକ୍ଷା ଦେବା କଥା କହିଛନ୍ତି । ସେ କହିଛନ୍ତି , ଆଇନ୍ ଓ ବ୍ୟବସ୍ଥାର ରକ୍ଷା କରିବା ଆମର ପ୍ରଥମ କାମ। ଯେବେ ସୁଦ୍ଧା ଆମେ ଆଇନ୍ ଓ ବ୍ୟବସ୍ଥାର ସ୍ଥିତିକୁ ଠିକ୍ କରିନାହିଁ , ଆମେ ଗୋଟିଏ ପାଦ ବି ଆଗକୁ ବଢି ପାରିବୁ ନାହିଁ ।
ମହମ୍ମଦ ୟୁନୁସ୍ ଆହୁରି କହିଛନ୍ତି , ପୂରା ବାଂଲାଦେଶ ଏକ ବଡ଼ ପରିବାର। ସେ କହିଛନ୍ତି , ଲୋକଙ୍କୁ ମୋର ଅନୁରୋଧ ଯେ , ଯଦି ଆପଣଙ୍କୁ ମୋ ଉପରେ ଭରସା ଅଛି ,ତ ସୁନିଶ୍ଚିତ କର କି ଦେଶରେ କେଉଁଠି କାହା ଉପରେ କୌଣସି ହମଲା ନହେଉ। ସେ କହିଛନ୍ତି ସବୁ ଲୋକ ଆମର ଭାଇ। ଆମର କାମ ସେମାନଙ୍କର ରକ୍ଷା କରିବା ।