ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜିଦି ସ୍ବଭାବ ଛାଡ, ପଡୋଶୀଙ୍କ ସହ କଥା ହୁଅ: ମୁଇଜ୍ଜୁଙ୍କୁ ନିଜ ଦେଶରେ ମିଳିଲା ପରାମର୍ଶ

ନୂଆଦିଲ୍ଲୀ,୨୫।୩:   ଭାରତ ଓ ମାଳଦ୍ବୀପ ମଧ୍ୟରେ ଖରାପ ସମ୍ପର୍କ ଭିତରେ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ନିଜ ଦେଶରେ ସମାଲୋଚିତ ହୋଇଛନ୍ତି।  ମାଳଦ୍ବୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲେହ ଏବେ ମୋଇଜ୍ଜୁଙ୍କୁ ଜିଦି ସ୍ବଭାବ ଛାଡିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ପଡୋଶୀ ଦେଶଙ୍କ ସହ ଆଲୋଚନା କରିବା ପାଇଁ ମଧ୍ୟ କହିଛନ୍ତି। ସବୁଠାରୁ ଖାସ୍ କଥା ଏହା ଯେ, ମୋଇଜ୍ଜୁ ଲଗାତର ଭାରତୀୟ ସୈନିକଙ୍କୁ ମାଳଦ୍ବୀପରୁ ବାହାର କରିବାର ଅଭିଯାନ ଚଳାଇଛନ୍ତି।

ମାଳଦ୍ବୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ ନିଜ ଉତ୍ତରାଧିକାରୀ ରାଷ୍ଟ୍ରପତି ମୋଇଜ୍ଜୁଙ୍କୁ ଜିଦି ସ୍ବଭାବ ଛାଡିବା ଓ ଆର୍ଥିକ ଚ୍ୟାଲେଞ୍ଜକୁ ସୁଧାରିବା ପାଇଁ ପଡୋଶୀ ଦେଶଙ୍କ ସହିତ କଥା ହେବାକୁ ପରାମର୍ଶ ଦେଇଛନ୍ତି। ସୋଲିହଙ୍କ ଏହି ଟିପ୍ପଣୀ ସେତେ ଆସିଥିଲା ଯେତେବେଳେ କିଛି ଦିନ ପୂର୍ବରୁ ଚୀନ୍ ସମର୍ଥକ  କୁହାଯାଉଥିବା ମୋଇଜ୍ଜୁ ଭାରତକୁ ଦ୍ବିପାକ୍ଷିକ ଦେଶର ଋଣରୁ ଆଶ୍ବସ୍ଥି ଦେବାର ଆଗ୍ରହ କରିଥିଲେ। ୪୫ ବର୍ଷୀୟ ମୋଇଜ୍ଜୁ ଗତ ବର୍ଷ ସେପ୍ଟେମ୍ବରରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ୬୨ ବର୍ଷୀୟ ସୋଲିହଙ୍କୁ ହରାଇଥିଲେ।

ମାଫନ୍ନୁର ୪ ସଂସଦୀୟ ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢୁଥିବା ମାଳଦ୍ବୀପର ଡେମୋକ୍ରାଟିକ୍ ପାର୍ଟି(ଏମ୍‌ଡିପି)ର ପ୍ରାର୍ଥୀଙ୍କ ପାଇଁ ସମର୍ଥକ ଏକାଠି କରିବାକୁ ମାଲେରେ ଆୟୋଜିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୋଲିହ କହିଛନ୍ତି,ମିଡିଆରେ ଛପିଥିବା ଖବରକୁ ଦେଖନ୍ତୁ, ଯାହାକି କୁହେ ଯେ, ମୋଇଜ୍ଜୁ ଋଣ ପୁନଃଗଠନ ପାଇଁ ଭାରତ ସହ କଥା ହେବାକୁ ଚାହାନ୍ତି। ଆଧାଧୁ ଡଟ୍‌ କମ୍ ନାମକ ସମାଚାର ଓ୍ବେବସାଇଟ୍‌ର କହିବା ଅନୁସାରେ, ସୋଲିହ କହିଛନ୍ତି ଆର୍ଥିକ ଚ୍ୟାଲେଞ୍ଜ ଭାରତର ଋଣ କାରଣ ନୁହେଁ।’

ସୋଲିହ କହିଛନ୍ତି, ମାଳଦ୍ବୀପ ଉପରେ ଚୀନ୍‌ର ୧୮ ବିଲିୟନ ମାଲଦୀଭିୟନ ରୁପିୟା(ଏମ୍‌ଭିଆର)ର ଋଣ ରହିଛି, ସେଭଳି ଭାରତର ୮ ଆରବ ଏମ୍‌ଭିଆରର ଋଣ ରହିଛି ଓ ଏହାର ପରିଶୋଧ ଅବଧି ମଧ୍ୟ ୨୫ ବର୍ଷ ରହିଛି। ସେ କହିଛନ୍ତି, ମୋତେ ବିଶ୍ବାସ ଅଛି ଆମର ପଡୋଶୀ ସାହାଯ୍ୟ କରିବେ। ଆମକୁ ଜିଦି ସ୍ବଭାବକୁ ବନ୍ଦ କରିବା ଦରକାର ଓ ଆଲୋଚନା କରିବା ଦରକାର। ଏଭଳି ବହୁ ପକ୍ଷକାର ଅଛନ୍ତି, ଯେଉଁମାନେ କି ଆମର ସାହାଯ୍ୟ କରିବାକୁ ଚାହାନ୍ତି। କିନ୍ତୁ ସେ (ମୋଇଜ୍ଜୁ) ବୁଝାମଣା କରିବାକୁ ଚାହାନ୍ତି ନାହିଁ। ମୋତେ ଲାଗୁଛି ସେ(ସରକାର) ଏବେ ସ୍ଥିତିକୁ ବୁଝିବାକୁ ଲାଗିଛନ୍ତି।’ ଉଲ୍ଲେଖନୀୟ ଯେ, ମାଳଦ୍ବୀପରେ ୨୧ ଅପ୍ରେଲରେ ବେହାକୁ ଥିବା ସଂସଦୀୟ ନିର୍ବାଚନ ପୂର୍ବରୁ ମୋଇଜ୍ଜୁ ଭାରତ ସହ ୧୬ ବୁଝାମଣା ଥିବା ଟିପ୍ପଣୀ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.