ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆର୍ଥିକ ରାଜଧାନୀରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର, ମୋବଇଲ୍‌ ଲାଇଟରେ ପ୍ରସବ ନେଲା ମା’ ଓ ନବଜାତର ଜୀବନ

ମୁମ୍ବାଇ: ମୟାନଗରୀ ମୁମ୍ବାଇରେ ମୋବାଇଲ ଲାଇଟ୍‌ରେ ପ୍ରସବ ନେଇଛି ମା ଓ ନବଜାତର ଜୀବନ । କେବଳ ଦୁର୍ଗମ ଅଞ୍ଚଳରେ ଯେ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳେ ତାହା ନୁହେଁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଘଟଣା ମେଟ୍ରୋ ସିଟି ମୁମ୍ବାଇରେ ଘଟିଛି । ପରିବାର ଲୋକେ ଡାକ୍ତର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଖୁସରୁଦ୍ଦିଦ ଅନସାରୀ ନାମକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପତ୍ନୀ ସାହିଦୁନ ଗର୍ଭବତୀ ଥିଲେ । ପ୍ରସବ ନିମନ୍ତେ ତାଙ୍କୁ ସୁଷମା ସ୍ୱରାଜ ମ୍ୟାଟରନିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ହସ୍ପିଟାଲର ବିଜୁଳୀ କଟିଯାଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେନେରେଟର ବି ଲଗାଇ ନଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଫଳରେ ଉକ୍ତ ସମୟରେ ମୋବାଇଲ ଲାଇଟ୍‌ରେ ସାହିଦୁନଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଅପରେସନ ଟେବୁଲ ଉପରେ ଶିଶୁଟି ଆଖି ବୁଜି ଦେଇଥିବା ବେଳେ ସାହିଦୁନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନ୍ୟତ୍ର ନେଇଯିବାକୁ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । 

ସେପଟେ ଅନ୍ୟ ହସ୍ପିଟାଲକୁ ନେବା ବାଟରେ ହିଁ ସାହିଦୁନ ଆଖି ବୁଜି ଦେଇଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଉଭୟ ମା’ ଓ ଶିଶୁଙ୍କ ଜୀବନ ଚାଲି ଯାଇଥିବା ଖୁସରୁଦ୍ଦିଦ ଅନସାରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ଡାକ୍ତର ତଥା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି । 

ସୂଚନାଯୋଗ୍ୟ, ଏହି ମେଡିକାଲ ଦେଶର ସବୁଠୁ ଧନୀ ମହାନଗର ନିଗମ ବୃହମୁମ୍ବାଇରେ ଅବସ୍ଥିତି । ଏହାର ବାର୍ଷିକ ବଜେଟ୍‌ ୫୪ ହଜାର କୋଟି ହୋଇଥିବା ବେଳେ ସ୍ବାସ୍ଥ୍ୟ ଭିତ୍ତିଭୂମି ଲାଗି ୬,୨୫୦ କୋଟି ଆବଣ୍ଟିତ ହୋଇଛି । ଏଭଳି ସ୍ଥିତିରେ ମୋବାଇଲ ଲାଇଟ୍‌ରେ ପ୍ରସବ କେତେଦୂର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.