ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କରୋନା ପରେ ଚାଷ କାମକୁ ଫେରିଛନ୍ତି ୫.୬ କୋଟି ଭାରତୀୟ, ନାବାର୍ଡର ଖୁଲାସା

ନୂଆଦିଲ୍ଲୀ, ୩୦/୦୩: ମହାମାରୀ କୋଭିଡ୍ ପରେ ଗତ ୩ ବର୍ଷରେ ୫.୬ କୋଟି ଭାରତୀୟ ଜମିକୁ ଫେରି ଚାଷ କାମକୁ ଆପଣାଇଛନ୍ତି । ଚାଷ ଛାଡ଼ି ଅନ୍ୟ କାର୍ଯ୍ୟ କରୁଥିବା ବୟସ୍କ ଓ ଯୁବବର୍ଗଙ୍କ ମନ କୋଭିଡ୍ ପରେ ଅନ୍ୟ କାର୍ଯ୍ୟରୁ ଭାଙ୍ଗି ଯାଇଛି । ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହି ଖୁଲାସା କରିଛି ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ।

ଇଣ୍ଡିଆ ଇମ୍ପ୍ଲୋୟମେଣ୍ଟ ରିପୋର୍ଟ-୨୦୨୪ ଅନୁସାରେ, ଦେଶର ୧୦.୦୭ କୋଟି ପରିବାର କୃଷି ଉପରେ ନିର୍ଭର କରନ୍ତି । ଏହି ସଂଖ୍ୟା ଦେଶର ମୋଟ ପରିବାରର ୪୮ ପ୍ରତିଶତ । ଦେଶର ପ୍ରାୟ ୩୯.୪ ପ୍ରତିଶତ ଜନସଂଖ୍ୟା କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ । କିନ୍ତୁ ବୟସ୍କଙ୍କ ସହ ଯୁବପିଢ଼ି ଧିରେ ଧିରେ କୃଷି କାର୍ଯ୍ୟ ଠାରୁ ମୁହଁ ଫେରାଇ ନେଉଥିଲେ ।

କୃଷିକୁ ଛାଡ଼ି ଅନ୍ୟ କାର୍ଯ୍ୟକୁ ଆପଣାଇଥିଲେ । ୨୦୧୯ରେ କୋଭିଡ୍ ଆସିବା ପରେ ଚାଷରେ ଆୟ ବଢ଼ିବା ସହ କୃଷିକ୍ଷେତ୍ରରେ ସୁଯୋଗ ବ୍ୟାପକ ହୋଇଥିଲା । ୨୦୨୦ରୁ ୨୦୨୨ ମଧ୍ୟରେ କୋଭିଡ୍ ପାଇଁ ଦେଶରେ ତାଲାବନ୍ଦ ହୋଇଥିବା ବେଳେ ଲୋକେ କୃଷି ମୁହାଁ ହୋଇଥିଲେ । ସେହି ସମୟରେ ୫.୬ କୋଟି ଶ୍ରମିକ କୃଷି କ୍ଷେତ୍ର ସହ ଯୋଡ଼ି ହୋଇଥିଲେ ।  

୨୦୨୦ ମାର୍ଚ୍ଚରେ ଦେଶରେ ଲକଡାଉନ୍ ଲାଗିବା ପରେ ପ୍ରାୟ ୨ ମାସ ଠପ୍ ହୋଇ ଯାଇଥିଲା ସହର । ଫଳରେ କର୍ମ ସନ୍ଧାନ ଲାଗି ସହର ମୁହାଁ ହୋଇଥିବା ଲୋକେ ବିପୁଳ ସଂଖ୍ୟାରେ ଗାଁକୁ ଫେରିବା ସହ ଚାଷ କାର୍ଯ୍ୟକୁ ଆପଣାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.