ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କଲେ ନରେନ୍ଦ୍ର ମୋଦୀ; ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମରୋହରେ ସାମିଲ ହେଲେ ଶତାଧିକ ଅତିଥି

ନୂଆଦିଲ୍ଲୀ,୦୯/୦୬: ରବିବାର ସଂଧ୍ୟା ୭.୨୫ ମିନିଟରେ ଜାତୀୟ ରାଜଧାନୀ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜତ ଭବ୍ୟ ଶପ‌ଥ ଗ୍ରହଣ ସମାରୋହରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପ‌ଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ମୋଦୀଙ୍କୁ ଶପଥ ପାଠ କରାଇଥିଲେ ଦେଶର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଦେଶବିଦେଶର ମାନ୍ୟଗଣ ଆମନ୍ତ୍ରିତ ଅତିଥି ତଥା ବିଶାଳ ଜନସମାଗମ ସମ୍ମୁଖରେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ। କେବଳ ମୋଦୀ ନୁହଁନ୍ତି ବରଂ ତାଙ୍କ ପରେ ପରେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡ଼କରି ଓ ଜଗତ୍‌ପ୍ରସାଦ ନଡ୍ଡା ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 

ମୋଦୀଙ୍କ ସହ ୭୧ ସାଂସଦ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ୭୧ ମନ୍ତ୍ରୀଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ସ୍ବତନ୍ତ୍ର ପ୍ରଭାରୀ ଏବଂ ୩୬ ଜଣ ରାଷ୍ଟ୍ର ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ସେଥିମଧ୍ୟରୁ ୨୭ଟି ଓବିସିରୁ ହୋଇଥିବା ବେଳେ ୧୦ ଟି ଏସସି ବର୍ଗର ରହିଛନ୍ତି। ଏଥି ସହିତ ମୋଦୀ କ୍ୟାବିନେଟରେ ୧୮ ଜଣ ବରିଷ୍ଠ ନେତାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଦୁଇ ପୂର୍ବତନ ସିଏମ୍ ମଧ୍ୟ ମୋଦୀ ସରକାରରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହା ସହିତ ଏନଡିଏ ସହଯୋଗୀମାନଙ୍କର ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି। ଏହି ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ, ତଥାପି ଏହାର ନେତୃତ୍ୱାଧୀନ ଏନଡିଏ ମିଳିତ ଦଳ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିବାରେ ସଫଳ ହୋଇଛି। 

୧୮ ତମ ଲୋକସଭା ନିର୍ବାଚନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ବିଜୟ ପରେ ବିଜେପି ନେତା ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଶପଥ ଗ୍ରହଣ କରାଇଥିଲେ। ଏଥି ସହିତ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କ୍ରମାଗତ ତିନି ଥର ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ସହ ସମାନ ହୋଇଛନ୍ତି। ୨୦୧୪ ରେ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ପରେ ମୋଦୀ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହା ପରେ, ୧୭ ତମ ଲୋକସଭା ନିର୍ବାଚନରେ ଅତ୍ୟଧିକ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ପୁଣିଥରେ ୨୦୨୪ରେ ଏନ୍‌ଡିଏ ମେଣ୍ଟ ବହୂମତ ହାସଲ କରିବା ପରେ ପୁଣିଥରେ ସରକାର ଗଢ଼ିିଛି। 

କେଉଁମାନେ ନେଇଛନ୍ତି ଶପଥ: 

କ୍ୟାବିନେଟ ମନ୍ତ୍ରୀ: 

୧. ନରେନ୍ଦ୍ର ମୋଦୀ 

୨. ରାଜନାଥ ସିଂ

୩. ଅମିତ ଶାହା 

୪. ନିତିନ ଗଡକରୀ

୫. ଜଗତ୍‌ପ୍ରସାଦ ନଡ୍ଡା

୬. ନିର୍ମଳା ସୀତାରମଣ

୭. ଏସ ଜୟଶଙ୍କର

୮. ଶିବରାଜ ସିଂହ ଚୌହାନ

୯. ପୀୟୁଷ ଗୋୟଲ

୧୦. ଧର୍ମେନ୍ଦ୍ର ପ୍ରଧାନ

୧୧. ଏଚଡି କୁମାରସ୍ୱାମୀ

୧୨. ମନୋହର ଲାଲ ଖଟ୍ଟର

୧୩. ଜିତନ ରାମ ମଞ୍ଝି 

୧୪. ଲଲାନ ସିଂ

୧୫. ସର୍ବାନନ୍ଦ ସୋନୋୱାଲ 

୧୬. ଡକ୍ଟର ବିରେନ୍ଦ୍ର କୁମାର 

୧୭. ରାମମୋହନ ନାଇଡୁ

୧୮. ବିଜେପି ନେତା ପ୍ରହ୍ଲାଦ ଯୋଶୀ 

୧୯. ଜୁଏଲ ଓରାମ

୨୦. ଗିରିରାଜ ସିଂ

୨୧. ଅଶ୍ୱିନୀ ବୈଷ୍ଣବ

୨୨. ଜ୍ୟୋତିରାଦିତ୍ୟ ସିନ୍ଧିୟା

୨୩. ଭୁପେନ୍ଦ୍ର ଯାଦବ

୨୪. ଗଜେନ୍ଦ୍ର ସିଂ ଶେଖାୱତ 

୨୫. ଅନ୍ନପୂର୍ଣ୍ଣା ଦେବୀ 

୨୬. କିରେନ ରିଜିଜୁ 

୨୭. ହାର୍‌ଦୀପ ସିଂ ପୁରୀ

୨୮. ଡକ୍ଟର ମନସୁଖ ମାଣ୍ଡଭିୟ 

୨୯. ଜି କିଶାନ ରେଡ୍ଡୀ 

୩୦. ଚିରାଗ ପାସୱାନ୍ 

୩୧. ସିଆର୍‌ ପାଟିଲ୍ 

ରାଷ୍ଟ୍ର ମନ୍ତ୍ରୀ ସ୍ବତନ୍ତ୍ର ଦାୟିତ୍ବ: 

୩୨. ରାଓ ଇନ୍ଦ୍ରଜିତ ସିଂ

୩୩. ଜିତେନ୍ଦ୍ର ସିଂ

୩୪. ଅର୍ଜୁନ ରାମ ମେଘୱାଲ

୩୫. ପ୍ରତାପ ରାଓ ଯାଦବ

୩୬. ଜୟନ୍ତ ଚୌଧୁରୀ

ରାଷ୍ଟ୍ର ମନ୍ତ୍ରୀ:

୩୭. ଜିତିନ ପ୍ରସାଦ

୩୮. ଶ୍ରୀପଦ ଯୋଶୀ ନାଇକ

୩୯. ପଙ୍କଜ ଚୌଧୁରୀ

୪୦. କୃଷ୍ଣପାଲ

୪୧. ରାମଦାସ ଅଠବଲେ

୪୨. ରାମନାଥ ଠାକୁର

୪୩. ନିତ୍ୟାନନ୍ଦ ରାୟ

୪୪. ଅନୁପ୍ରିୟା ପଟେଲ

୪୫. ବି ସୋମନ୍ନା

୪୬. ଡ. ଚନ୍ଦ୍ରଶେଖର ପେମ୍ମାସାନୀ

୪୭. ଏସ.ପି ସିଂ ବଘେଲ

୪୮.  ଶୋଭା କରାନ୍ଦଲାଜେ

୪୯. କିର୍ତ୍ତିବର୍ଦ୍ଧନ ସିଂହ

୫୦. ବନଓ୍ବରୀ ଲାଲ ବର୍ମା

୫୧. ଶାନ୍ତନୁ ଠାକୁର

୫୨. ସୁରେଶ ଗୋପୀ

୫୩. ଏଲ୍.ମୁରୁଗନ

୫୪. ଅଜୟ ଟମ୍‌ଟା

୫୫. ବଣ୍ଡି ସଞ୍ଜୟ କୁମାର

୫୬. କମଲେଶ ପାସଓ୍ବାନ

୫୭. ଭାଗିରଥ ଚୌଧୂରୀ

୫୮. ସତିଶ ଚନ୍ଦ

୫୯. ସଞ୍ଜୟ ସେଠ୍‌

୬୦. ରବନିତ ସିଂହ

୬୧. ଦୁର୍ଗାଦାସ ଉକେ

୬୨. ରକ୍ଷା ନିଖିଲ ଖଡସେ

୬୩. ସୁକାନ୍ତ ମଜୁମଦାର

୬୪.  ସାବିତ୍ରୀ ଠାକୁର

୬୫. ତୋଖନ ସାହୁ

୬୬. ରାଜଭୁଷଣ ଚୌଧୁରି

୬୭. ଭୁପତି ରାଜୁ

୬୮. ହର୍ଷ ମଲ୍‌ହୋତ୍ରା

୬୯. ନିମୁବେନ ବମଭାନିୟା

୭୦. ମୁରଲିଧର ମୋହଲ

୭୧. ଜର୍ଜ କୁରିୟନ

୭୨. ପବିତ୍ର ମାର୍ଗେରିଟା



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.