ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭୁବନେଶ୍ୱରରେ ଖୋଲିବ ଏନ୍‌ଆଇଟିର ସଂପ୍ରସାରଣ କେନ୍ଦ୍ର, ୩ ମାସରେ ହେବ କାର୍ଯ୍ୟକ୍ଷମ

ଭୁବନେଶ୍ୱର,୦୮/୦୬: ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଖୁବ୍‌ଶୀଘ୍ର ଖୋଲିବ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ରାଉରକେଲାର ସଂପ୍ରସାରଣ କେନ୍ଦ୍ର । ଚନ୍ଦ୍ରଶେଖରପୁରଠାରେ ୧ ଏକର ଜମିରେ ନିର୍ମିତ ଏହି ଏକାଡେମିକ୍‌ ବିଲ୍ଡିଂ  ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ ହେବ । ଏଠାରେ ଦୂରନିରନ୍ତର ଶିକ୍ଷା ପାଠ୍ୟକ୍ରମ ଓ ସଟ୍‌ ଟର୍ମ କୋର୍ସ (ସ୍ୱଳ୍ପ ଅବଧି ପାଠ୍ୟକ୍ରମ) ପଢ଼ା ହେବ । ଏଥିସହ ଏହି କେନ୍ଦ୍ରରେ ତାଲିମ  ଓ ପ୍ଲେସ୍‌ମେଣ୍ଟ କାର୍ଯ୍ୟକ୍ରମ କରାଯିବ ।  ଏଠାରେ ଅଧ୍ୟାପକ, କର୍ମଚାରୀ ଓ  ଅତିଥିଙ୍କ ରହିବା ପାଇଁ ‘ଟ୍ରାଞ୍ଜିଟ୍‌ ହାଉସ୍‌’  ସୁବିଧା ରହିଛି । ଏହି କେନ୍ଦ୍ରରେ ବିଭିନ୍ନ ବୈଠକ ଓ ସମ୍ମିଳନୀ ମଧ୍ୟ କରାଯିବ ।  

ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଓଡ଼ିଶାର ଶିକ୍ଷାର୍ଥୀଙ୍କୁ ଦୂରନିରନ୍ତର ଶିକ୍ଷା ଦାନ । ରାଉରକେଲା ଟିକେ ଦୂର  ଅଞ୍ଚଳ ହୋଇଥିବାରୁ ସେଠାରେ ତାଲିମ୍‌  ଓ ପ୍ଲେସ୍‌ମେଣ୍ଟ ପାଇଁ ସେପରି ସୁବିଧା ହୋଇପାରୁନାହିଁ । ତେଣୁ ସେସବୁ ଏଠାରେ କରାଯିବ । ଏହି ସଂପ୍ରସାରଣ କେନ୍ଦ୍ର ଯୁବ ଉଦ୍ୟୋଗୀ ଓ ଗବେଷକଙ୍କ  ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବ । ଯେଉଁଥିରେ ନବସୃଜନ, ଉଦ୍ୟୋଗିତା  ଓ ସହଯୋଗକୁ ବୃଦ୍ଧି କରାଯିବ। ଶିଳ୍ପ  ସହଭାଗିତାକୁ ସୁଗମ କରାଯିବା ସହ ଅନ୍ତର୍ଜାତୀୟ ସମ୍ମିଳନୀ କରାଯିବ ।  

ଏନ୍‌ଆଇଟି ରାଉରକେଲା ଉପକୂଳ  ଅଞ୍ଚଳଠାରୁ ଦୂରରେ ଥିବାରୁ ଏହି କେନ୍ଦ୍ର  ଉପକୂଳ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ  ସାହାଯ୍ୟ ହେବ । ଏହି କେନ୍ଦ୍ର ପାଖାପାଖି  ଅଞ୍ଚଳର ଶିକ୍ଷାବିତ୍‌, ଇଞ୍ଜିନିୟରିଂଙ୍କୁ ଏହା  ଅଧିକ ମାତ୍ରାରେ ସାହାଯ୍ୟ କରିବ। ପୂର୍ବ  ଭାତରର ଏକାଡେମିକ୍‌ ଓ ଉଦ୍ୟୋଗୀ ଉତ୍କର୍ଷତା ପାଇଁ ଏକ ହବ୍‌ ହେବ । ଶିଳ୍ପ-ଏକାଡେମିକ୍‌ ସହଯୋଗ ସୁଦୃଢ଼ ହେବ ।  ପାଠପଢ଼ାକୁ ଛାଡ଼ି ଏଠାରେ ଅନେକ  କାର୍ଯ୍ୟକ୍ରମ କରାଯିବ। ଫାଉଣ୍ଡେସନ୍‌  ଫର୍‌ ଟେକ୍ନୋଲୋଜି ବିଜିନେସ୍‌  ଇନ୍‌କ୍ୟୁବେସନ୍‌ (ଏଫ୍‌ଟିବିଆଇ) ସେଣ୍ଟର  ହେବ । ଏହାଦ୍ୱାରା ଯୁବ ଉଦ୍ୟୋଗୀଙ୍କର ଦକ୍ଷତା ଓ ନବସୃଜନ ବୃଦ୍ଧି ହେବ ।  

ସୂଚନାଯୋଗ୍ୟ, ଏନ୍‌ଆଇଟିର  ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସୁନୀଲ  ଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ସମୟରେ ଓଡ଼ିଶା  ସରକାର ଏହି ସଂପ୍ରସାରଣ କେନ୍ଦ୍ର ପାଇଁ  ୧ ଏକର ଜମି ଯୋଗାଇ ଦେଇଥିଲେ ।  ଆଇଆଇଟି ଭୁବନେଶ୍ୱର ହେବା  ପୂର୍ବରୁ ଭୁବନେଶ୍ୱରରେ ଆଇଆଇଟି ଖଗଡ଼ପୁରର ଏକ ସଂପ୍ରସାରଣ କେନ୍ଦ୍ର  ଖୋଲାଯାଇଥିଲା । ସେହି ଆଧାରରେ ଏନ୍‌ଆଇଟି ରାଉରକେଲାର ଏକ  ସଂପ୍ରସାରଣ କେନ୍ଦ୍ର ଖୋଲିବାକୁ ଯୋଜନା  ହୋଇଛି । ଚନ୍ଦ୍ରଶେଖରପୁର ଠାରେ  ତିଆରି ହୋଇଥିବା ଏହି ସଂପ୍ରସାରଣ  କେନ୍ଦ୍ର ଆସନ୍ତା ୩ରୁ ୪ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.