ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

କରୋନା କାଳରେ ହ୍ରାସ ପାଇଛି ସାଧାରଣ ଲୋକଙ୍କ ଆୟ; କିନ୍ତୁ ଧନୀ ହୋଇଛନ୍ତି ରାଜନୈତିକ ଦଳ; ବର୍ଷକରେ ବଢ଼ିଛି ଏତେ ସମ୍ପତ୍ତି?

ନୂଆଦିଲ୍ଲୀ,୦୪/୦୯: ଆର୍ଥିକ ବର୍ଷ ୨୦୨୦-୨୧ ଏବଂ ୨୦୨୧-୨୨ରେ କରୋନା ମହାମାରୀ ଯୋଗୁ ଲାଗୁ ହୋଇଥିବା ଲକ୍‌ଡାଉନ ପରେ ଲୋକଙ୍କ ଚାକିରୀ ହରାଇବା ଏବଂ ଦରମା କାଟ୍‌ ଯୋଗୁ ଲୋକଙ୍କ ଆୟ ହ୍ରାସ ପାଇଛି। କିନ୍ତୁ ସେହି ସମୟ ମଧ୍ୟରେ ଦେଶର ୮ଟି ପ୍ରମୁଖ ଜାତୀୟ ଦଳର ସମ୍ପତ୍ତିରେ ଏକ ଶକ୍ତିଶାଳୀ ବୃଦ୍ଧି ଘଟିଛି। ୨୦୨୦-୨୧ ରେଏହି ୮ ଟି ରାଜନୈତିକ ଦଳର ସମ୍ପତ୍ତି ଥିଲା ୭୨୯୭.୬୧୮ କୋଟିଯାହାକି ୨୦୨୧-୨୨ ରେ ବୃଦ୍ଧି ହୋଇ ୮୮୨୯.୧୫୮କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହି ଦଳଗୁଡ଼ିକର ସମ୍ପତ୍ତି ପ୍ରାୟ ୨୧ ପ୍ରତିଶତ ବୃଦ୍ଧି ପାଇଛି।

ରିପୋର୍ଟ ଜାରି କରିଛି ଏଡିଆର: 

ନିର୍ବାଚନୀ ସଂସ୍କାରକୁ ନେଇ କାର୍ଯ୍ୟ କରୁଥିବା ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍‌ ବା ଏଡିଆର ଏହି ତଥ୍ୟ ପ୍ରକାଶ କରିଛି। ୨୦୨୦-୨୧ ଏବଂ ୨୦୨୧-୨୨ ମଧ୍ୟରେ ୮ ଟି ଜାତୀୟ ରାଜନୈତିକ ଦଳର ସମ୍ପତ୍ତି ଏବଂ ନେଣଦେଣକୁ ସମୀକ୍ଷା କରି ADR ଏହାର ରିପୋର୍ଟ ପ୍ରକାଶ କରିଛି। ଏହି ୮ ଟି ରାଜନୈତିକ ଦଳ ମଧ୍ୟରେ ବିଜେପି, କଂଗ୍ରେସ, ଏନସିପି, ବିଏସପି, ସିପିଆଇ, ସିପିଏମ୍, ଟିଏମସି ଏବଂ ଏନପିପି ଅନ୍ତର୍ଭୁକ୍ତ।

ପଢ଼ନ୍ତୁ: ଜି-୨୦ କୁ ଆସିବେନି ଜିନ୍‌ପିଙ୍ଗ୍, ଅସନ୍ତୋଷ ପ୍ରକାଶ କଲେ ବାଇଡେନ୍; କହିଲେ...

ବିଜେପି ସବୁଠୁ ଧନୀ ଦଳ: 

ଏଡିଆର ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଯେ୨୦୨୦-୨୧ ରେ ବିଜେପି ମୋଟ ୪୯୯୦.୧୯୫ କୋଟି ଟଙ୍କା ସମ୍ପତ୍ତି ଘୋଷଣା କରିଥିଲା ଯାହାକି ଗୋଟିଏ ବର୍ଷ ପରେ ୨୦୨୧-୨୨ରେ ୨୧.୭ ପ୍ରତିଶତ ବୃଦ୍ଧି ହୋଇ ୬୦୪୬.୮୧ କୋଟି ଟଙ୍କା ହୋଇଛି। ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ୨୦୨୦-୨୧ ରେ ୬୯୧.୧୧ କୋଟି ଟଙ୍କାର ମୋଟ ସମ୍ପତ୍ତି ଘୋଷଣା କରିଥିଲା ଯାହାକି ୨୦୨୧-୨୨ ରେ ୧୬.୫୮ ପ୍ରତିଶତ ବୃଦ୍ଧି ହୋଇ ୮୦୫.୬୮ କୋଟି ଟଙ୍କା ହୋଇଛି। 

ବିଏସ୍‌ପିର ସମ୍ପତ୍ତିରେ ହ୍ରାସ: 

ଏଡିଆର ରିପୋର୍ଟ ଅନୁଯାୟୀ, ବହୁଜନ ସମାଜ ପାର୍ଟି ହେଉଛି ଏକମାତ୍ର ଜାତୀୟ ଦଳ ଯାହାର ସମ୍ପତ୍ତି ଏହି ଅବଧିରେ ହ୍ରାସ ପାଇଛି। ବିଏସପିର ମୋଟ ସମ୍ପତ୍ତି ୨୦୨୦-୨୧ ରେ ୭୩୨.୭୯ କୋଟି ଥିଲା, ଯାହା ୨୦୨୧-୨୨ରେ ହ୍ରାସ ପାଇ ୬୯୦.୭୧ କୋଟି ଟଙ୍କାକୁ ହ୍ରାସ ପାଇଛି। ପଶ୍ଚିମବଙ୍ଗ ଟିଏମସିର ସମ୍ପତ୍ତି ୨୦୨୦-୨୧ ରେ ୧୮୨.୦୦୧ କୋଟି ଥିଲା, ଯାହାକି ୨୦୨୧-୨୨ ରେ ୧୫୧.୭୦ ପ୍ରତିଶତ ବୃଦ୍ଧି ହୋଇ ୪୫୮.୧୦ କୋଟିରେ ପହଞ୍ଚିଛି। କେବଳ ଟିଏମସିର ସମ୍ପତ୍ତିରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି।

ପଢ଼ନ୍ତୁ: ପୁଟିନଙ୍କ 'ସେପ୍ଟେମ୍ବର ପ୍ଳାନ' କ'ଣ? କିପରି କିଭ୍‌ ଉପରେ ଖୁବଶୀଘ୍ର କବ୍‌ଜା କରିବ ଋଷ

ଋଣ ଉତ୍ସକୁ ନେଇ ହୋଇନାହିଁ ଖୁଲାସା: 

ଏଡିଆର ରିପୋର୍ଟରେ ଏହି ରାଷ୍ଟ୍ରୀୟ ଦଳଗୁଡ଼ିକର ଋଣକୁ ନେଇ ଖୁଲାସା କରାଯାଇଛି। ରିପୋର୍ଟ ମୁତାବକ ଏହି ସମସ୍ତ ୮ ରାଜୈନିକ ଦଳ ଉପରେ ୨୦୨୦-୨୧ରେ ୧୦୩.୫୫୫ କୋଟି ଋଣ ଥିଲାଏଥିମଧ୍ୟରୁ ସବୁଠାରୁ ଅଧିକ ୭୧.୫୮ କୋଟି ଟଙ୍କା କଂଗ୍ରେସ ଉପରେ ବାକି ଥିଲା। ସିପିଏମ୍‌ ଉପରେ ୧୬.୧୦୯ କୋଟି ଟଙ୍କା ବାକି ‌ଥିଲା। ୨୦୨୧-୨୨ରେ କଂଗ୍ରେସର ଋଣ ହ୍ରାସ ପାଇ ୪୧.୯୫ କୋଟି ଟଙ୍କା ହୋଇଥିବା ବେଳେ ସିପିଏମ ଋଣ ହ୍ରାସ ପାଇ ୧୨.୨୧ କୋଟି ଟଙ୍କା ଥିଲା। ବିଜେପି ଉପରେ ୫.୧୭ କୋଟି ଟଙ୍କାର ବାକି ଅଛି।

ଅର୍ଥାତ୍‌ ଗୋଟିଏ ବର୍ଷରେ କଂଗ୍ରେସ ଋଣ ୨୯.୬୩ ଟଙ୍କା ହ୍ରାସ ପାଇଛି। ତେଣୁ ବିଜେପିର ଋଣ ୬.୦୩୫ କୋଟି, ସିପିଏମ ୩.୮୯୯ କୋଟି ଏବଂ ଟିଏମସି ୧.୩୦୬ କୋଟି ଟଙ୍କା ହ୍ରାସ ପାଇଛି। ଏଡିଆର ଏହାର ରିପୋର୍ଟରେ କହିଛି ଯେ ଆଇସିଏଆଇ ନିର୍ଦ୍ଦେଶାବଳୀ ସତ୍ତ୍ବେ ରାଜନୈତିକ ଦଳମାନେ କେଉଁଠାରୁ ଋଣ ନେଇଛନ୍ତି ଆର୍ଥିକ ପ୍ରତିଷ୍ଠାନ, ବ୍ୟାଙ୍କ କିମ୍ବା ଏଜେନ୍ସିର ନାମ ପ୍ରକାଶ କରିନାହାନ୍ତି।

You can also read: 

ବିଶ୍ବକପ୍‌ ୨୦୨୩ ପାଇଁ ଭାରତର ୧୫ ଜଣିଆ ଟିମ୍‌ ପ୍ରସ୍ତୁତ, ଖୁବଶୀଘ୍ର ହେବ ଘୋଷଣା; ଏହି ଖେଳାଳିଙ୍କୁ ମିଳିବ ସୁଯୋଗ


 

political parties
net worth
ADR report

Copyright © 2022 - Summa Real Media Private Limited. All Rights Reserved.