ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ପ୍ରତି ୨୦ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁର କାରଣ ମଦ; ପ୍ରତିବର୍ଷ ପ୍ରାଣ ହରାଉଛନ୍ତି ୩୦ ଲକ୍ଷ ଲୋକ

Image source: Jagran

ନୂଆଦିଲ୍ଲୀ,୨୬/୦୬: ମଦ୍ୟପାନ ସମ୍ବନ୍ଧରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ହୁ' ଏକ ରିପୋର୍ଟ ଜାରି କରି କହିଛି ଯେ, ପ୍ରତିବର୍ଷ ପ୍ରାୟ ୩୦ ଲକ୍ଷ ଲୋକ ମଦ୍ୟପାନଜନିତ ମୃତ୍ୟୁ ଘଟୁଛି। ଏଥିସହ ଗତ କିଛି ବର୍ଷ ମଧ୍ୟରେ ମୃତ୍ୟୁ ହାର ସାମାନ୍ୟ ହ୍ରାସ ପାଇଛି ବୋଲି ରିପୋର୍ଟରେ କୁହାଯାଇଛି। ଏହି ନୂତନ ରିପୋର୍ଟ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଯଦିଓ ଏହି ସଂଖ୍ୟା ହ୍ରାସ ପାଉଛି, ତଥାପି ଏହା 'ଗ୍ରହଣୀୟ ନୁହେଁ'। 

ମଦ୍ୟପାନ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏହି ସର୍ବଶେଷ ରିପୋର୍ଟରେ କୁହାଯାଇଛି ଯେ ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୨୦ ଜଣଙ୍କ ମଧ୍ୟରୁ ଜଣଙ୍କର ମଦ୍ୟପାନ କାରଣରୁ ହୋଇଥାଏ। ମଦ୍ୟପାନ କରି ଗାଡ଼ି ଚଳାଇବା, ମଦ୍ୟପାନ ସହ ଜଡିତ ହିଂସା ଏବଂ ଅପବ୍ୟବହାର ଏବଂ ବିଭିନ୍ନ ରୋଗ ଏବଂ ବ୍ୟାଧି ଯୋଗୁଁ ଏହି ମୃତ୍ୟୁ ଘଟିଥାଏ। ରିପୋର୍ଟରେ କୁହାଯାଇଛି ଯେ ୨୦୧୯ ରେ ମଦ୍ୟପାନ ଦ୍ବାରା ୨.୬ ମିଲିୟନ ଅର୍ଥାତ୍‌ ୨ କୋଟି ୬୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସର୍ବଶେଷ ଉପଲବ୍ଧ ଆକଳନ ଚଳିତ ବର୍ଷ ବିଶ୍ବର ସମସ୍ତ ମୃତ୍ୟୁର ୪.୭ ପ୍ରତିଶତ ଅଟେ। ଏହି ମୃତ୍ୟୁର ପ୍ରାୟ ତିନି-ଚତୁର୍ଥାଂଶ ପୁରୁଷ ବୋଲି ରିପୋର୍ଟରେ କୁହାଯାଇଛି।

ହୁ' ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଗାବ୍ରିଏସସ୍ କହିଛନ୍ତି, "ମାଦକ ଦ୍ରବ୍ୟର ସେବନ କରିବା ଯୋଗୁ ଏହା ବ୍ୟକ୍ତିଗତ ସ୍ୱାସ୍ଥ୍ୟକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଥାଏ। ଏହାକୁ ସେବନ କରିବା ଦ୍ବାରା, ପୁରୁଣା ରୋଗ, ମାନସିକ ସ୍ବାସ୍ଥ୍ୟ ଅବସ୍ଥାକୁ ପ୍ରଭାବିତ କରିଥାଏ ଏବଂ ଦୁଃଖର ବିଷୟ ଏହା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁର କାରଣ ପାଲଟୁଛି। ସେ କହିଥିଲେ ଯେ '୨୦୧୦ ପରଠାରୁ ମଦ୍ୟପାନ ଓ ଏଥିରେ ହେଉଥିବା ମୃତ୍ୟୁରେ ସାମାନ୍ୟ ହ୍ରାସ ଘଟିଛି ଏବଂ ବିଶ୍ବବ୍ୟାପୀ ଏହା ଦ୍ୱାରା ହୋଇଥିବା କ୍ଷତିରେ ମଧ୍ୟ କମି ନଜର ଆସିଛି। ମଦ୍ୟପାନ କରିବା ଯୋଗୁ ସ୍ୱାସ୍ଥ୍ୟ ଏବଂ ସାମାଜିକ ଭାର ଅପ୍ରିୟ ଭାବେ ଉଚ୍ଚ ସ୍ଥରରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ହୁ' ମହାନିର୍ଦ୍ଦେଶକ କରିଛନ୍ତି ଯେ, 'ଯୁବକମାନେ ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ' ହୁ' କହିଛି ଯେ ୨୦୧୯ ରେ ମଦ୍ୟପାନରେ ମୃତ୍ୟୁହାର ସର୍ବାଧିକ ୧୩ ପ୍ରତିଶତ ଥିଲା ଯେଉଁଥିରେ ୨୦ ରୁ ୩୯ ବର୍ଷ ବୟସ୍କ ବ୍ୟକ୍ତି ସର୍ବାଧିକ ଥିଲେ।

ମଦ୍ୟପାନ କରିବା ନାନା ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏଥିରେ ଯକୃତର ସିରୋସିସ୍ ଏବଂ କିଛି କର୍କଟ ସମେତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୯ ରେ ଘଟିଥିବା ସମସ୍ତ ମୃତ୍ୟୁ ମଧ୍ୟରୁ ପ୍ରାୟ ୧.୬ ନିୟୁତ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ୪୭୪,୦୦୦ ହୃଦ୍‌ରୋଗ, ୪୦୧,୦୦୦ କର୍କଟ ରୋଗ ଏବଂ ୭୨୪,୦୦୦ ଯାତାୟତ ଦୁର୍ଘଟଣା ଏବଂ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି।ଏହି ରିପୋର୍ଟରୁ ଜଣାପଡିଛି ଯେ ମଦ୍ୟପାନ ଦ୍ବାରା ଯକ୍ଷ୍ମା, ଏଚ୍.ଆଇ.ଭି ଏବଂ ନିମୋନିଆ ଭଳି ସଂକ୍ରାମକ ରୋଗରେ ଲୋକମାନେ ଅଧିକ ସଂକ୍ରମିତ ହୋଇଥାନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.