ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

କେଶକୁ ମଜବୁତ କରିବାକୁ ଲଗାନ୍ତୁ ଏହି ୪ଟି ଜିନିଷ , ହେବ ନାହିଁ ଚୁଟି ଝଡ଼ା

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ କେଶ ଝଡ଼ିବା ଅନେକ ଲୋକଙ୍କର ଏକ ମୁଖ୍ୟ ସମସ୍ୟା ପାଲଟିଛି। ମହିଳା ହୁଅନ୍ତୁ କି ପୁରୁଷ କେଶ ଝଡ଼ିବାକୁ ନେଇ ଖୁବ୍‌ ଚିନ୍ତାରେ ଥାଆନ୍ତି। କେଶକୁ ମଜବୁତ୍‌ କରିବା ପାଇଁ କେମିକାଲ ଯୁକ୍ତ ପ୍ରଡକ୍ଟ ପରିବର୍ତ୍ତେ ନ୍ୟାଚୁରାଲ ଜିନିଷର ବ୍ୟବହାର କରି ପାରିବା। ବିଶେଷକରି କେଶର ମୂଳକୁ ଯଦି ପୋଷଣ ଦିଆ ଯାଏ ତ ଖୁବ୍‌ ଶୀଘ୍ର କେଶ ମଜବୁତ ହେବା ଆରମ୍ଭ ହୋଇଯାଏ। କେଶକୁ ଦୃଢ କରିବା ପାଇଁ ହେୟାର ଅଏଲ୍‌କୁ କେଶରେ ଅଧିକ ଦିନ ଯାଏ ବ୍ୟବହାର କରିବା ବଦଳରେ ଏହି ୪ଟି ଜିନିଷକୁ ଲଗାନ୍ତୁ। କିଛି ଦିନରେ ହେୟାର ଫଲ୍‌ କଣ୍ଟ୍ରୋଲ ହୋଇଯିବ। 

ହେୟାର ମସାଜ୍‌ – କେଶରେ ସବୁ ଦିନ ରାତିରେ ଅଏଲ୍‌ ବ୍ୟବହାର କରିବା ପରିବର୍ତ୍ତେ ସାମ୍ପୁ କରିବାର ୧-୨ ଘଣ୍ଟା ପୂର୍ବରୁ ଅଏଲ ଲଗାନ୍ତୁ। ଏହାସହ ଆଙ୍ଗୁଠି ସାହାଯ୍ୟରେ ମସାଜ କରନ୍ତୁ। ଏଥିରେ ବ୍ଲଡ୍‌ ସର୍କୁଲେସନ ବଢି ଥାଏ ଏବଂ ତେଲ ସହଜରେ ଅବଶୋଷିତ ହୋଇଯାଏ। ଯେଉଁଥିରେ ଜରୁରୀ ପୋଷଣ କେଶକୁ ମିଳିଥାଏ ଏବଂ କେଶ ଝଡ଼ିବା ବନ୍ଦ ହୋଇଥାଏ। 

ଏଲୋବେରା ଜେଲ୍‌ – କେଶର ମୂଳରେ ଏଲୋବେରା ଜେଲ୍‌ର ମସାଜ ମଧ୍ୟ ଫଳପ୍ରଦ ହୋଇଥାଏ। ଏହା କେଶକୁ ନ୍ୟାଚୁରାଲ ମଶ୍ଚରାଇଜ୍‌ କରିବା ସହ ହାଇଡ୍ରେଟ୍‌ ମଧ୍ୟ କରିଥାଏ। ଏହାସହ କେଶକୁ କଣ୍ଡିସନ କରିଥାଏ। ଯେଉଁଥିରେ କେଶ ଶୁଖିଲା ହୋଇ ନଥାଏ ଏବଂ ଝଡ଼ିବା ହ୍ରାସ ପାଏ। 

ଏଗ୍‌ ମାସ୍କ – କେଶକୁ ଦୃଢ କରିବା ପାଇଁ ପାର୍ଲରରେ ପ୍ରୋଟିନ୍‌ କ୍ୟାରେଟିନ୍‌ କରିବା ବଦଳରେ ଏଗ୍‌ ମାସ୍କକୁ ଲଗାନ୍ତୁ। ପ୍ରୋଟିନରେ ଭରପୂର ହେବା କାରଣରୁ, ଯେବେ ଆପଣ ଏଗ୍‌କୁ କେଶ ମୂଳରେ ଲଗାନ୍ତି ତ ଏହା ନିଶ୍ଚୟ କେଶର ମୂଳଯାଏ ପହଞ୍ଚି ଥାଏ ଏବଂ ଏହାକୁ ମଜବୁତ କରିଥାଏ। 

ଗ୍ରୀନ୍‌ ଟି’ରେ ଧୁଅନ୍ତୁ କେଶ – 

କେଶ ଦୁର୍ବଳ ଓ ଶୁଖୁଲା ହୋଇ ଝଡ଼ିବାରେ ଯଦି ଆପଣ ଚିନ୍ତିତ , ଗ୍ରୀନ୍‌ ଟି’ରେ କେଶକୁ ଧୁଅନ୍ତୁ। ଏହା କେଶର ହେୟାର ଫଲିକଲ୍ସକୁ ଖୋଲିବାର କାମ କରିଥାଏ। ଯେଉଁଥିରେ କେଶ ମଜବୁତ୍‌ ହୋଇଥାଏ। ଗ୍ରୀନ୍‌ ଟି ରେ ମିଳୁଥିବା କାଟେଚିନ୍‌ କେଶକୁ ଝଡ଼ିବାରୁ ରୋକି ଥାଏ। ଏହାସହ କେଶ ମଜବୁତ ହୁଏ ଏବଂ ସିଲ୍କି ହୋଇଯାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.