ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସମ୍ବଲପୁରରେ ଆଇଆଇଏମର ସ୍ଥାୟୀ କ୍ଯାମ୍ପସ ଲୋକାର୍ପିତ, ଓଡ଼ିଶାର ବିକାଶ ଯାତ୍ରା ପାଇଁ ଆଜି ଏକ ମହତ୍ପୂର୍ଣ୍ଣ ଦିନ : ପ୍ରଧାନମନ୍ତ୍ରୀ

ଭୁବନେଶ୍ବର, ୩।୨ : ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଶନିବାର  ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ଯାମ୍ପସ ଲୋକାର୍ପଣ କରି ଦେଶ ପାଇଁ ଉତ୍ସଗୀକୃତ କରିଛନ୍ତି। ଏଥିସହ  ୬୮୦୦୦ କୋଟି ଟଙ୍କାର  ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ସମାବେଶରେ  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ଏକ ମହତ୍ପୂର୍ଣ୍ଣ ଦିନ। ଶିକ୍ଷା, ରେଳ, ସଡକ, ବିଦ୍ୟୁତ୍ ଏବଂ ପେଟ୍ରୋଲିୟମ କ୍ଷେତ୍ରରେ ପ୍ରାୟ ୬୮,୦୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଆଜି ଆରମ୍ଭ ହୋଇଛି। ସମାଜର ସବୁ  ବର୍ଗର ଲୋକମାନେ  ଆଜିର ବିକାଶମୂଳକ ପ୍ରକଳ୍ପର ଲାଭ ପାଇବେ। ଏହା ଓଡିଶାର ଯୁବକମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। 

ଦେଶର ଜଣେ ସୁପୁତ୍ର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀଙ୍କୁ ଦେଶ ସେବା ପାଇଁ  ଭାରତ ରତ୍ନ ପ୍ରଦାନ କରାଯିବ | ଦେଶ ସେବା କରିଥିବା ବ୍ଯକ୍ତିଙ୍କୁ ଦେଶ କେବେ ଭୁଲେ ନାହିଁ | ଆଡଭାଣୀଙ୍କ ମାର୍ଗଦର୍ଶନ ତାଙ୍କୁ ମିଳିଥିବା କହିବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି | 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଗତ ଦଶନ୍ଧିରେ ଆଇଜର ବ୍ରହ୍ମପୁର, ଆଇଆଇଟି ଭୂବନେଶ୍ବର ପରି ଆଧୁନିକ ଶିକ୍ଷାନୁଷ୍ଠାନ ଗଠନ ସହିତ ଓଡିଶାର ଯୁବକଙ୍କ ଭାଗ୍ୟ ବଦଳିଛି। ବର୍ତ୍ତମାନ ଆଧୁନିକ ପରିଚାଳନା ପ୍ରତିଷ୍ଠାନ ଭାବରେ ଆଇଆଇଏମ୍ ସମ୍ବଲପୁର ପ୍ରତିଷ୍ଠା ହେବା ସହିତ ରାଜ୍ୟର ଭୂମିକା ଆହୁରି ମଜବୁତ ହେବ। ମହାମାରୀ ସମୟରେ ସେ ଆଇଆଇଏମ୍ (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ) ର ମୂଳଦୁଆ ପକାଇବା କଥା ମନେ ପକାଇଥିଲେ ଏବଂ ସମସ୍ତ ବାଧାବିଘ୍ନ ମଧ୍ୟରେ ଏହାର ସମାପ୍ତରେ  ଜଡିତ ଲୋକମାନଙ୍କୁ ପ୍ରଶଂସା କରିଥିଲେ।

ଓଡିଶାକୁ କେନ୍ଦ୍ର ପକ୍ଷରୁ ସବୁକ୍ଷେତ୍ରରେ ସହଯୋଗ ମିଳିଛି | ଗତ ୧୦ ବର୍ଷ ମଧ୍ୟରେ ଓଡିଶାରେ ପେଟ୍ରୋଲ ଓ ପେଟ୍ରୋକେମିକାଲ୍ସ  କେନ୍ଦ୍ର ସରକାର ୧.୨୫ଲକ୍ଷ କୋଟି ପୁଞ୍ଜି ନିବେଶ କରିଛନ୍ତି। ସେହିପରି ରେଳ ବିକାଶରେ ଓଡିଶାକୁ ୨୦୦୪ରୁ ୨୦୧୪ ଅପେକ୍ଷା ଗତ ୧୦ ବର୍ଷରେ ୧୨ ଗୁଣା ଅଧିକ ପୁଂଜି ମିଳିଛି | ସେହିପରି ୫୦ ହଜାର କିଲୋମିଟର ଗ୍ରାମୀଣ ସଡକ ଓ ୪୦୦୦ କିଲୋମିଟର ନୂଆଁ ଜାତୀୟ ରାଜପଥର ନିର୍ମାଣ ହୋଇଛି | ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଆଜି ଉଦଘାଟନ ଫଳରେ ଓଡିଶା ଓ ଝାଡଖଣ୍ଡ ମଧ୍ୟରେ ଅନ୍ତଃରାଜ୍ୟ ସଂଯୋଗ ଦୂରତା ହ୍ରାସ ପାଇବ । ଖଣି, ବିଜୁଳି ଓ ଇସ୍ପାତ ପାଇଁ ଓଡିଶା ପରିଚିତ | ନୂତନ ସଂଯୋଗ ସମଗ୍ର ଅଞ୍ଚଳରେ ନୂତନ ଶିଳ୍ପ ପାଇଁ ସମ୍ଭାବନା ସୃଷ୍ଟି କରିବ ଏବଂ ଏହାଦ୍ୱାରା ହଜାର ହଜାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି। ଏହି ସମାବେଶରେ ରାଜ୍ୟପାଳ ରଘୁବର  ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.