ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଜାତୀୟ ସଙ୍ଗୀତ ବେଳେ ନୱାଜୁଦ୍ଦିନ ସିଦ୍ଦିକୀ କଲେ ଏମିତି , ଭିଡ଼ିଓ ଭାଇରାଲ ପରେ ହେଲେ ଟ୍ରୋଲ୍

ମୁମ୍ୱାଇ - ନୱାଜୁଦ୍ଦିନ ସିଦ୍ଦିକୀ ଏକ ଭିଡ଼ିଓ କ୍ଲିପ୍‌ କାରଣରୁ ଟ୍ରୋଲର ଶିକାର ହୋଇଛନ୍ତି। ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ନେଇ ଲୋକେ ଖୁବ୍‌ କମେଣ୍ଟସ କରୁଛନ୍ତି। ପ୍ରକୃତ ଘଟଣା ହେଲା, ଏକ ଇଭେଣ୍ଟ ବେଳେ ନୱାଜୁଦ୍ଦିନ ସିଦ୍ଦିକୀ ଷ୍ଟେଜ୍‌ରେ କିଛି ଲୋକଙ୍କ ସହ ଠିଆ ହୋଇଥିଲେ। ସବୁ ଲୋକ ଜାତୀୟ ସଙ୍ଗୀତ ଗାଉଛନ୍ତି , କିନ୍ତୁ ନୱାଜ ଚୁରଚାପ ଠିଆ ହୋଇଛନ୍ତି। ଏହି ଭିଡ଼ିଓରେ କିଛି ଲୋକ ନୱାଜଙ୍କ ସପୋର୍ଟରେ ଲେଖିଥିବା ବେଳେ ଆଉ କିଛି ତାଙ୍କୁ ଟ୍ରୋଲ କରିଛନ୍ତି।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି କି, ନୱାଜଙ୍କ ସହ ଠିଆ ହୋଇ ଥିବା ସବୁ ଲୋକ ଜନ ଗଣ ମନ ... ଗାଉଛନ୍ତି , ସେଥିରେ ନୱାଜ ପାଟି ଚଲାଇବାର ନଜର ଆସୁ ନାହାନ୍ତି। ସେମିତି ଚୁପଚାପ ଠିଆ ହୋଇଛନ୍ତି। ଫିଲ୍ମ ମନ୍ତ୍ରା ମିଡ଼ିଆ ଏହି ଭିଡ଼ିଓ ସେୟାର କରିଛି। ଏହାସହ ଲେଖିଛି , ଶକିଂ ଭାଇରାଲ ଭିଡ଼ିଓ ସାମନାକୁ ଆସିଛି, ଯେଉଁଥିରେ ନୱାଜୁଦ୍ଦିନ ସିଦ୍ଦିକୀ ନ୍ୟାସନାଲ ଆନ୍ଥେମ୍‌ ଗାଉ ଥିବାର ନଜର ଆସୁ ନାହାନ୍ତି।

ଏଥିରେ ଜଣେ ବ୍ୟକ୍ତି ଲେଖିଛନ୍ତି , ବୋଧହୁଏ ସେ ମନେ ମନେ ଗାଉଛନ୍ତି , ତୁମମାନଙ୍କୁ ଜଣାପଡ଼ୁ ନାହିଁ । ଆଉ ଜଣେ କମେଣ୍ଟ କରିଛନ୍ତି, ତାଙ୍କୁ ଜଣା ନଥିବ ସେ କଣ କରିବେ। ଜଣେ କମେଣ୍ଟ କରିଛନ୍ତି ତାଙ୍କୁ ବୟକଟ୍‌ କର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.