ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ବଦଳିବ ନୂଆବଜାର ପ୍ରବେଶ ପଥର ରୂପରେଖ: ଫ୍ଲାଏଓଭର୍‌ ବ୍ରିଜ୍‌ର ହେବ ସୌନ୍ଦର୍ଯ୍ୟକରଣ ,୧ କି.ମି ପାଇଁ ଖର୍ଚ୍ଚ ହେବ ୯ କୋଟି

କଟକ,୦୪/୦୯: ଫ୍ଲାଏ ଓଭର୍‌ ବ୍ରିଜ୍‌ ତଳେ ରହିବ  ମିନି ଫୁଡ୍‌ କୋଟ୍‌ । ପିଲର୍‌ଗୁଡିକରେ ଲାଗିବ ଆକର୍ଷଣୀୟ  ଲାଇଟ୍‌ ଓ ସୁନ୍ଦର ଗଛରେ ସଜ୍ଜା ହେବ । ତା ସହିତ ମିନି  ଭେଣ୍ଡିଂ ଜୋନ୍‌, ଶୌଚାଳୟ ଆଦି ବି ରହିବ। ପିଲାଙ୍କ  ଖେଳକୁଦ ପାଇଁ ରାସ୍ତା କଡ଼ରେ ହେବ ପ୍ଲେଇଙ୍ଗ୍‌ ଜୋନ୍‌।  ଗାଡି ରଖିବା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ ହେବ।  ଏଭଳି କିଛି ଯୋଜନା ସହ ନୂଆ ବଜାର ବସ୍‌ ଷ୍ଟପ୍‌ରୁ  ଓଭର୍‌ ବ୍ରିଜ୍‌ ଛକ ପର୍ଯ୍ୟନ୍ତ ହେବ ସୌନ୍ଦର୍ଯ୍ୟକରଣ ।  ନୂଆ ବଜାର ଭଳି କଟକର ଏକ ପ୍ରବେଶପଥକୁ ଅଧିକ  ଆକର୍ଷଣୀୟ କରିବା ପାଇଁ ସିଏମ୍‌ସି ଦ୍ୱାରା ଖର୍ଚ୍ଚ କରାଯିବ  ପାଖାପାଖି ୯ କୋଟି ଟଙ୍କା। ଏ ନେଇ ପୁଲିସ ହାଉସିଂ  କର୍ପୋରେସନକୁ କାମ ଦିଆଯାଇଥିବା ବେଳେ କିଛି  ଦିନ ତଳେ ଶୁଭ ଦିଆଯାଇ କାମ ଆରମ୍ଭ କରାଯାଇଛି। 

ମହାନଦୀବିହାରରୁ ନୂଆବଜାରକୁ ସଂଯୋଗ କରୁଥିବା  ରାସ୍ତା ଦୀର୍ଘ ବର୍ଷ ହେବ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଛି । ଏହି ରାସ୍ତା ଜଗତସିଂହପୁର ଓ ପାରାଦୀପକୁ ମଧ୍ୟ ସଂଯୋଗ  କରୁଛି । କିନ୍ତୁ ଅନେକ ଦିନ ହେବ ଟ୍ରାଫିକ୍‌ ସମସ୍ୟାରୁ ନେଇ  ରାସ୍ତାଘାଟ ସମସ୍ୟା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି  ପାଖାପାଖି ଗୋଟିଏ କିଲୋମିଟର ବିଶିଷ୍ଟ ଏହି ରାସ୍ତାର  ଉନ୍ନତି ସହିତ ଏହାକୁ ସ୍ୱତନ୍ତ୍ର ମଡେଲ୍‌ରେ ପ୍ରସ୍ତୁତ  କରାଯାଇ ସୌନ୍ଦର୍ଯ୍ୟକରଣ କରିବାକୁ ସିଏମ୍‌ସି ପକ୍ଷରୁ  ନିଷ୍ପତ୍ତି ହୋଇଛି। ତେବେ ଏଥିପାଇଁ ସମୁଦାୟ ୮କୋଟି ୭୭  ଲକ୍ଷ ୫୬ ହଜାର ଶହେ ଟଙ୍କା ବ୍ୟୟ ଅଟକଳ ହୋଇଛି।  ଏହି କାମକୁ ପୁଲିସ୍‌ ହାଉସିଂ କର୍ପୋରେସନକୁ ଦିଆଯାଇଛି।  

ଏହି ସୌନ୍ଦର୍ଯ୍ୟକରଣ ପାଇଁ ୩ ଟି ଜୋନ୍‌ରେ କାମ  ହେବ । ପ୍ରଥମ ଜୋନ୍‌ରେ ଫ୍ଲାଏ ଓଭର୍‌ ତଳେ ବିଭିନ୍ନ ପ୍ରକଳ୍ପ  କାର୍ଯ୍ୟକ୍ଷମ କରାଯିବ । ଜୋନ୍‌ ୨ ରେ ବ୍ୟବସାୟ ସହିତ  ପାର୍କିଂ କାମ କରାଯିବ । ୩ ନମ୍ବର ଜୋନ୍‌ରେ ରିକ୍ରିଏସନାଲ୍‌  ଏରିଆ, ଗ୍ରୀନ୍‌ ସ୍ପେସ୍‌, ଖେଳ ପଡିଆ ଓ ବସ୍‌ ଷ୍ଟପ୍‌ ତିଆରି  ହେବ । ତେବେ ପ୍ରଥମ ଜୋନ୍‌ରେ ଫ୍ଲାଏ ଓଭର୍‌ ତଳେ  ଫୁଲ ଗଛ ଲାଗିବା ସହିତ ବସିବାକୁ ବ୍ୟବସ୍ଥା ହେବ ।  ପାଶ୍ୱର୍ରେ ଚଲାପଥ ସହିତ ସ୍ୱତନ୍ତ୍ର ଭେଣ୍ଡିଂ ଜୋନ୍‌ ହେବ ।  

ଅତ୍ୟାଧୁନିକ ଲାଇଟ୍‌ ସହିତ କାନ୍ଥକୁ ବଗିଚା ଭାବେ ସଜ୍ଜା  ହେବ । ତାହାବାଦ୍‌ ରାସ୍ତା କଡରେ ଥିବା ଖାଲି ସ୍ଥାନରେ  ମଲ୍ଲି ୟୁଟିଲିଟି ଜୋନ୍‌ ହେବ । ତାହାବାଦ୍‌ ବଗିଚା, ଦୋକାନ  ଘର, ଛୋଟ ଫୁଡ୍‌ କୋଟ୍‌, ଶୌଚାଳୟ ଆଦି ନିର୍ମାଣ ହେବ ।  ସ୍ୱତନ୍ତ୍ର ପାର୍କିଂ ଜୋନ୍‌ରେ ଏକକାଳୀନ ୩୦ଟି କାର୍‌ ସହିତ  ୨୫ରୁ ଅଧିକ ବାଇକ୍‌ ପାର୍କିଂ ହୋଇପାରିବା ଭଳି ବ୍ୟବସ୍ଥା  କରାଯିବ । ଏହି ସୌନ୍ଦର୍ଯ୍ୟକରଣରେ କାର୍ଯ୍ୟରେ ନାଗପୁର  ଭଳି ମଡେଲ୍‌ରେ ଆବର୍ଜନା ସାମଗ୍ରୀରେ ତିଆରି ହେବ  ବିଭିନ୍ନ ପ୍ରକାରର ଆକର୍ଷଣୀୟ ମଡେଲ୍‌ । ପିଲାଙ୍କ ଖେଳକୁଦ  ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ନୂଆ ବଜାରରୁ ବସ୍‌ ଷ୍ଟପ୍‌  ପର୍ଯ୍ୟନ୍ତ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍‌ ହେବ ।  

ଏଥିପାଇଁ ଗତ ଅଗଷ୍ଟ ୧୮ ତାରିଖରେ ଶୁଭ ଦିଆଯାଇ କାମ  ଆରମ୍ଭ କରାଯାଇଛି । ଏହାସହ ୫ଟି ବିଭାଗର ଟଙ୍କା ଖର୍ଚ୍ଚ  କରାଯିବ । ପ୍ରଥମେ କୋଟିଏ ୩୪ ଲକ୍ଷ ୨୩ ହଜାର ଟଙ୍କା,  ଦ୍ୱିତୀୟ ବର୍ଗରେ କୋଟିଏ ୪୫ ଲକ୍ଷ ୫୮ ହଜାର, ତୃତୀୟ  ବର୍ଗରେ ୧ କୋଟି ୧୪ ଲକ୍ଷ ୨ ହଜାର ୭ ଶହ, ଚତୁର୍ଥ  ବର୍ଗରେ ୨ କୋଟି ୫୬ ଲକ୍ଷ ୯୭ ହଜାର ୪ ଶହ ଓ ୫ମ  ବର୍ଗରେ ୨ କୋଟି ୫୭ ଲକ୍ଷ ୫୫ ହଜାର ୭ ଶହ ଟଙ୍କା ଖର୍ଚ୍ଚ  କରିବାକୁ ସିଏମ୍‌ସି ଯନ୍ତ୍ରୀ ବିଭାଗ ଦ୍ୱାରା ନିଷ୍ପତ୍ତି ହୋଇଛି ।

Copyright © 2022 - Summa Real Media Private Limited. All Rights Reserved.