ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏନସିପି ନେତା ନଓ୍ବାବ ମଲିକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

Image Courtesy: deccanherald

ମୁମ୍ବାଇ: ଜମି ହେରଫେର ମାମଲାରେ ଗିରଫ ହୋଇଥିବା ଏନସିପି ନେତା ଏବଂ ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକ ଅସୁସ୍ଥ । ଶନିବାର ସକାଳ ପ୍ରାୟ ୧୦ଟା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା । ଏନେଇ ନଓ୍ବାବ ମଲିକଙ୍କ ଝିଅ ସନା ମଲିକ ସୂଚନା ଦେଇଛନ୍ତି । ସନା ମଲିକଙ୍କ ଅନୁସାରେ ନଓ୍ବାବ ମଲିକଙ୍କୁ କୁର୍ଲାର କ୍ରିଟି କେୟାର ହସ୍ପିଟାଲର ଏମର୍ଜେନ୍ସି ଓ୍ବାର୍ଡରେ ଭର୍ତ୍ତି କରାଯାଇଛି । ନଓ୍ବାବ ମଲିକଙ୍କୁ ଡାକ୍ତରଙ୍କ ଏକ ଟିମ୍ ଚିକିତ୍ସା କରୁଛନ୍ତି । ପରିବାର ଲୋକଙ୍କ ଅନୁସାରେ, ନଓ୍ବାବ ମଲିକଙ୍କୁ ଶ୍ବାସକ୍ରିୟା କରିବାରେ କଷ୍ଟ ଅନୁଭୂତ ହେଉଛି । 

 ନଓ୍ବାବ ମଲିକଙ୍କୁ ୨୩ ଫେବୃଆରୀ ୨୦୨୨ରେ ଇଡି ଗିରଫ କରିଥିଲା । ନଓ୍ବାବ ମଲିକଙ୍କୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ସହ ଜଡ଼ିତ ଏକ ମାମଲାରେ ଗିରଫ କରାଯାଇଛି । ଦାଉଦ ସହ ଟଙ୍କା ନେଣଦେଣ ଏବଂ ତା ଭଉଣୀ ସହ ଜମି ଦିଆନିଆ ମାମଲାରେ ଜଡ଼ିତ ଥିଲେ ନଓ୍ବାବ ମଲିକ । ଗିରଫ ହେବା ପରେ ନଓ୍ବାବ ମଲିକ ଅନେକ ଦିନ ଜେଲରେ ଥିଲେ । ନିକଟ ଅତୀତରେ ତାଙ୍କୁ ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ଜାମିନ ମିଳିଥିଲା । 

ସେପଟେ ଏନସିପିରେ ବିଦ୍ରୋହ ପରେ ଅଜିତ ପାଓ୍ବାରଙ୍କ ଗୋଷ୍ଠୀରେ ଅଛନ୍ତି ନଓ୍ବାବ ମଲିକ । ବିଧନମଣ୍ଡଳ ଅଧିବେଶନ ଚାଲିଥିବା ବେଳେ ନଓ୍ବାବ ମଲିକ ଶାସକ ଦଳର ବିଧାୟକଙ୍କ ପାଖରେ ବସିଥିଲେ । ଏହକୁ ବିରୋଧ କରି ବିଜେପି ବିଧାୟକ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଅଜିତ ପାଓ୍ବାରଙ୍କୁ ଚିଠି ଲେଖିଥିଲେ । ନଓ୍ବାବ ମଲିକଙ୍କ ଉପରେ ଯେଉଁଭଳି ସବୁ ଅଭିଯୋଗ ରହିଛି ତାଙ୍କୁ ଗୃହକ ଡାକିବା ଉଚିତ ନୁହେଁ ବୋଲି ଫଡନାଭିସ୍‌ କହିଥିଲେ । ସେପଟେ ଏବେ ନିର୍ବାଚନୀ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସାର୍ବଜନୀନ ସ୍ଥାନରେ ନଓ୍ବାବ ମଲିକଙ୍କୁ ଦେଖିବାକୁ ମିଳୁନାହିଁ । ଅସୁସ୍ଥ ଥିବପା ଯୋଗୁ ନଓ୍ବାବ ମଲିକ ରାଜନୀତିକୁ ନିଜକୁ ଦୂରେଇ ରଖିଛନ୍ତି । 

 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.