ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍

ଭୁବନେଶ୍ୱର,୦୫/୦୫: ଆଜି ନିଟ୍‌-ୟୁଜି  ପରୀକ୍ଷା । ଦେଶରେ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ପରୀକ୍ଷା ଦେବେ । ୫୫୭ଟି ସହରରେ ପରୀକ୍ଷା କରାଯିବ । ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ୨୦ ଯାଏ ପରୀକ୍ଷା କରାଯିବ । ଦେଶ ବାହାରେ ୧୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । 

ଜାତୀୟ ଶିକ୍ଷା ନୀତି ୨୦୨୦କୁ ଗୁରୁତ୍ୱ  ଦେଇ ନିଟ୍‌ ୟୁଜି ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ କରାଯିବ ।  ଚଳିତବର୍ଷ ପରୀକ୍ଷାରେ କପି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ଲାଗୁ  କରାଯିବ । ଉଭୟ ପରୀକ୍ଷାର୍ଥୀ ଓ ନିରୀକ୍ଷକଙ୍କ ପାଇଁ ବାୟୋମେଟ୍ରିକ୍‌  ଯାଞ୍ଚ କରାଯିବ । ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌ ପରିଦର୍ଶନ କରିବା ସହ ଏଆଇ  ଟୁଲ୍‌ର ବ୍ୟବହାର କରାଯିବ ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି । ପରୀକ୍ଷା ଆରମ୍ଭର ହେବାର ଏକ ଘଣ୍ଟା ପରେ ଏବଂ ଶେଷର ଅଧ  ଘଣ୍ଟା ପୂର୍ବରୁ କୌଣସି ପରୀକ୍ଷାର୍ଥୀଙ୍କୁ ବ୍ରେକ୍‌ ଦିଆଯିବ ନାହିଁ । ଜୁନ୍‌  ୧୪ରେ ଏନ୍‌ଟିଏ ୱେବ୍‌ସାଇଟ୍‌ରେ ରେଜଲ୍ଟ ପ୍ରକାଶ ପାଇବ । ସମସ୍ତ  ସୂଚନା ଏନ୍‌ଟିଏ ୱେବ୍‌ସାଇଟ୍‌ www.nta.ac.inରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.