ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଉଚ୍ଚଶିକ୍ଷାରେ ଲାଗୁ ହେବ ଏନ୍‌ଇପି ୨୦୨୦: ଆଜି ବିଶ୍ୱବିଦ୍ୟାଳୟ କୁଳପତି, କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ

ଭୁବନେଶ୍ୱର,୧୩/୦୮: ରାଜ୍ୟରେ  ଲାଗୁ ହେବ ଜାତୀୟ ଶିକ୍ଷାନୀତି-୨୦୨୦ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ  ସରକାର । ପ୍ରାରମ୍ଭିକ ଭାବେ ଉଚ୍ଚଶିକ୍ଷାରେ  ଜାତୀୟ ଶିକ୍ଷା ନୀତି ଲାଗୁକରିବାକୁ  ଯାଉଛନ୍ତି ରାଜ୍ୟ ସରକାର । ଏଥିପାଇଁ  ପାଠ୍ୟକ୍ରମ ମଧ୍ୟ ଏପ୍ରକାର ପ୍ରସ୍ତୁତ ସରିଛି। ନୂଆ କରି ସ୍ନାତକରେ ନାମ ଲେଖାଇଥିବା  ପିଲାମାନଙ୍କଠାରୁ ଏହା ଆରମ୍ଭ ହେବ ବୋଲି ସୂଚନା ରହିଛି । ତେବେ ମଙ୍ଗଳବାର ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର  କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ନେଇ ଏକ  ବୈଠକ ରହିଛି । ଚଳିତ ଶିକ୍ଷାବର୍ଷରୁ ଏହାକୁ  ଲାଗୁ କରାଗଲେ କ’ଣ ସୁବିଧା ରହିବ ଓ  ଅସୁବିଧା ରହିବ ସେନେଇ ଆଲୋଚନା  କରାଯିବ । କୁଳପତିମାନେ ନିଜର ମତ  ରଖିବେ । ପରେ ଆଗାମୀ କାର୍ଯ୍ୟକ୍ରମ ପ୍ରସ୍ତୁତ  କରାଯିବ । 

ଅନ୍ୟପଟେ ଶିକ୍ଷାବିତ୍‌ଙ୍କ କହିବା କଥା,  ଗତ ୧ ତାରିଖରୁ ନୂତନ କରି ସ୍ନାତକରେ  ନାମଲେଖାଇଥିବା ପିଲାମାନଙ୍କ ପାଠପଢ଼ା  ଆରମ୍ଭ ହୋଇଛି । ସରକାର ଯଦି ଏନ୍‌ଇପି  ୨୦୨୦ ଲାଗୁ କରନ୍ତି, ସେହି ଅନୁସାରେ  ପ୍ରସ୍ତୁତ ସିଲାବସ ପୁଣି ଥରେ ପଢ଼ାଇବାକୁ  ପଡ଼ିବ । ତେଣୁ ସରକାର ତୁରନ୍ତ ଏହାକୁ  ଲାଗୁ କରନ୍ତୁ କିମ୍ବା ଆସନ୍ତାବର୍ଷକୁ ଲାଗୁ  କଲେ ଭଲ ହେବ । ଏବେ ସୁଦ୍ଧା ରାଜ୍ୟ  ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ସ୍ନାତକ ପାଇଁ  ୪୦ଟି ବିଷୟର ପାଠ୍ୟକ୍ରମ ଏନ୍‌ଇପି  ୨୦୨୦ ଅନୁଯାୟୀ ପ୍ରସ୍ତୁତ ସରିଛି । ଏପରିକି  ବିଶ୍ୱବିଦ୍ୟାଳୟ ସିଡିସିରେ ଏନେଇ ଆଲୋଚନା କରାଯାଇଛି । 

ଏନ୍‌ଇପି ୨୦୨୦ ଲାଗୁ ହେଲେ ଡିଗ୍ରୀ  କୋର୍ସ ୩ ବର୍ଷ ବଦଳରେ ୪ ବର୍ଷିଆ  ହେବ । ଶିକ୍ଷାର୍ଥୀମାନେ ନିଜ ପସନ୍ଦରେ ଯେ  କୌଣସି ବିଷୟକୁ ଚୟନ କରିପାରିବେ ।  ଅଧାରୁ ପାଠପଢ଼ା ଛାଡ଼ିଲେ ମଧ୍ୟ ପରବର୍ତ୍ତୀ  ସମୟରେ ଯୋଗ ଦେଇ ପଢ଼ିପାରିବେ ।  

ସ୍ନାତକରେ ଗବେଷଣା କଲେ ୪ ବର୍ଷିଆ  ସ୍ନାତକ ଡିଗ୍ରୀ ପାଇପାରିବେ । ଏମ୍‌ଫିଲ୍‌  ପାଠ୍ୟକ୍ରମ ଉଠାଇ ଦିଆଯିବ । ଦକ୍ଷତା  ବିକାଶକୁ ଗୁରୁତ୍ୱ ଦିଆଯିବ । ଏକକ  ପ୍ରବେଶିକା ପରୀକ୍ଷାକୁ ଜାତୀୟ ସଂସ୍ଥା  ପରିଚାଳନା କରିବ । ଗବେଷଣାକୁ ପ୍ରାଧାନ୍ୟ  ଦିଆଯିବ । ଗୁଣାତ୍ମକ ଶିକ୍ଷା ପାଇଁ ସରକାର  ବିକାଶ କରିବେ । ସ୍ଥାନୀୟ ଭାଷାକୁ ଗୁରୁତ୍ୱ  ମିଳିବ । ସୂଚନାଯୋଗ୍ୟ, କର୍ଣ୍ଣାଟକ ସରକାର  ପ୍ରଥମ କରି ୨୦୨୧ ଅଗଷ୍ଟରେ ଏନ୍‌ଇପି  ୨୦୨୦ ଲାଗୁ କରିଛନ୍ତି । ସେହିପରି  ସେହିବର୍ଷ ମଧ୍ୟପ୍ରଦେଶ ସରକାର ମଧ୍ୟ  ଲାଗୁ କରିଛନ୍ତି । ଉତ୍ତରପ୍ରଦେଶ, ଆସାମ,  ରାଜସ୍ଥାନ ଆଦି ବିଭିନ୍ନ ରାଜ୍ୟରେ ଏନ୍‌ଇପି  ୨୦୨୦ ଲାଗୁ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.