ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସିଆ, ଆଫ୍ରିକାରେ ବେବି ଫୁଡ୍‌ ବିପଦଜନକ, ଅତିରିକ୍ତ ଚିନି ମିଶୁଥିବା ରିପୋର୍ଟ ପ୍ରକାଶ, ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ ୧୯/୦୪: ଏଫ୍‌ଏମ୍‌ସିଜି କମ୍ପାନି ନେସ୍‌ଲେ ବିକାଶମୁଖୀ ଦେଶଗୁଡ଼ିକରେ ବିକୁଥିବା ପିଲାଙ୍କ ଦୁଗ୍ଧ ଏବଂ ସେରେଲାକ୍‌ ଭଳି ଖାଦ୍ୟ ସାମଗ୍ରୀରେ ଅତିରିକ୍ତ ଚିନି ଏବଂ ମହୁ ମିଶାଇଥାଏ । ଜୁରିଚ୍‌ସ୍ଥିତ ପବ୍ଲିକ୍‌ ଆଇ ଆଣ୍ଡ୍‌ ଇଣ୍ଟର୍‌ନ୍ୟାସ୍‌ନାଲ ବେବି ଫୁଡ୍‌ ଆକ୍ସନ ନେଟ୍‌ୱର୍କ(ଆଇବିଏଫ୍‌ଏଏନ) ନିଜ ରିପୋର୍ଟରେ ଏହା ପ୍ରକାଶ କରିଛି ।

ରିପୋର୍ଟ ଅନୁସାରେ, ଏସିଆ, ଲାଟିନ୍‌ ଆମେରିକା ଏବଂ ଆଫ୍ରିକାରେ ବିକ୍ରି ହେଉଥିବା ୬ ମାସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ଗହମରୁ ତିଆରି ପ୍ରାୟ ସମସ୍ତ ବେବି ଫୁଡ୍‌ରେ ପ୍ରତି ଗୋଟିଏ ସର୍ଭିଂରେ ହାରାହାରି ୪ ଗ୍ରାମ ଚିନି ମିଳିଛି । ଭାରତରେ ଏହା ୨.୨ ଗ୍ରାମ ରହିଛି । ପବ୍ଲିକ ଆଇ ଏସବୁ ଦେଶରେ କମ୍ପାନିର ପ୍ରାୟ ୧୫୦ଟି ଉତ୍ପାଦର ଯାଞ୍ଚ ବେଲ୍‌ଜିୟମ୍‌ସ୍ଥିତ ଲ୍ୟାବ୍‌ରେ କରିଛି । ପବ୍ଲିକ୍‌ ଆଇ ଯୁକ୍ତି ବାଢ଼ିଛି ଯେ, ଯଦି ଏ ଅଭିଯୋଗ ସତ ହୁଏ ତେବେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ନିର୍ଦ୍ଦେଶର ଅବମାନନା । ଡବ୍ଲ୍ୟୁଏଚ୍‌ଓ ଗାଇଡ୍‌ଲାଇନ୍‌ ଅନୁସାରେ, ୩ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ଖାଦ୍ୟରେ ଅତିରିକ୍ତ ଚିନି କିମ୍ବା ଅନ୍ୟ କୌଣସି ମିଠା ପଦାର୍ଥର ଉପଯୋଗ କରାଯିବା ଉଚିତ ନୁହେଁ । ଅନ୍ୟପକ୍ଷରେ, ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) କହିଛି ଯେ, ଯଦି ଏ ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ନେସ୍‌ଲେ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏହାକୁ ନେଇ ଯାଞ୍ଚ କରିବେ ବୋଲି କହିଛନ୍ତି । 

କମ୍ପାନି ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି ଯେ,ଏହାର ସମସ୍ତ ଶସ୍ୟ ପ୍ରଡକ୍ଟରେ ପ୍ରୋଟିନ, କାର୍ବୋହାଇଡ୍ରେଟ୍‌, ଭିଟାମିନ, ମିନେରାଲ ଏବଂ ଆଇରନ ଭରି ରହିଛି । ପ୍ରଡକ୍ଟଗୁଡ଼ିକର ପୁଷ୍ଟିକରତତ୍ୱକୁ ନେଇ କମ୍ପାନି ସାଲିସ୍‌ କରେନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.