ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ରତ୍ନ ଭଣ୍ଡାର ପାଇଁ ନୂଆ କମିଟି, ଜଷ୍ଟିସ ବିଶ୍ୱନାଥ ରଥ ହେଲେ କମିଟି ଅଧ୍ୟକ୍ଷ

ଭୁବନେଶ୍ବର,୪।୭  ରତ୍ନଭଣ୍ଡାର ପାଇଁ ଥିବା  ପୁରୁଣା କମିଟିଙ୍କୁ ଭାଙ୍ଗି ଦିଆଯାଇଛି। ଏକ ନୂଆ କମିଟି ଗଠନ କରାଯାଇଛି। ଏହି କମିଟିରେ ୧୬ ଜଣ ସଦସ୍ୟ ରହିଛନ୍ତି। କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ରହିଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

କମିଟିର ସଦସ୍ୟ ଭାବେ ଡକ୍ଟର ସି.ବି.କେ ମହାନ୍ତି, ରାଜୀବ ସାହୁ, ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର, ସ୍ବାମୀ ପଜ୍ଞାନନ୍ଦ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜ, ଏଏସଆଇର ସଦସ୍ୟ, ମଧୁସୁଦନ ସିଂହାରି, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲ୍ଲାପାଳ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମନ୍ଦିର ପ୍ରଶାସକ ରହିଛନ୍ତି । ଉକ୍ତ କମିଟିର ବୈଠକ ଆସନ୍ତ ୬ ତାରିଖରେ ବସିବ। ଉକ୍ତ ତାରିଖରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନିଆଯିବ। 

ଜଷ୍ଟିସ ବିଶ୍ୱନାଥ ରଥ ହେଉଛନ୍ତି ଓଡିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି। ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ଆଗରୁ, ସେ ହାଇକୋର୍ଟର ଜଣେ ଦକ୍ଷ ଆଇନଜୀବୀ ଭାବେ ଖୁବ ଖ୍ୟାତି ଅର୍ଜନ କରିଥିଲେ। ବିଶେଷ କରି ଶ୍ରୀମନ୍ଦିର ପ୍ରଶାସନର ଓକିଲ ଭାବେ ସେ ଅନେକ ମାମଲାର ସୁପରିଚାଳନା କରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଗତ ନବକଳେବର ସମୟରେ ରଥଯାତ୍ରା ଏବଂ ଭକ୍ତଙ୍କ ସୁରକ୍ଷାକୁ ଆଧାର କରି ହାଇକୋର୍ଟରେ ଯେଉଁ ମାମଲା ଦାୟର ହୋଇଥିଲା, ଉକ୍ତ ମାମଲାରେ ଜଷ୍ଟିସ ରଥ, ଜଣେ ଆଇନଜୀବୀ ଭାବେ ଶ୍ରୀମନ୍ଦିର ପ୍ରଶାସନର ପକ୍ଷରୁ ବେଶ ବିଚକ୍ଷଣତାର ସହ ଯୁକ୍ତି ଉପସ୍ଥାପନ କରିଥିଲେ। ଜଷ୍ଟିସ ରଥ ହେଉଛନ୍ତି ସ୍ବନାମଧନ୍ୟ ଓକିଲ ତଥା ସ୍ୱାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କର ସୁପୁତ୍ର। ଯେହେତୁ ଶ୍ରୀମନ୍ଦିର ପରିଚାଳନା ସମ୍ପର୍କରେ ଜଷ୍ଟିସ ରଥ ଖୁବ ଅଭିଜ୍ଞତା ହାସଲ କରିଛନ୍ତି, ତେଣୁ ରତ୍ନ ଭଣ୍ଡାର ଖୋଲାଯିବା ନେଇ ଗଠିତ ହୋଇଥିବା କମିଟିକୁ ସେ ସୁଚାରୁରୂପେ ପରିଚାଳନା କରିପାରିବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.