ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ରେଟ୍ରୋ ଲୁକରେ ରାଜ୍ କରିବ ନୂଆ ‘ବୁଲେଟ୍’, ରହିଛି ଏମିତି ଫିଚର୍ସ...

ନୂଆଦିଲ୍ଲୀ ୧/୯: ଦେଶର ପ୍ରମୁଖ ପରର୍ଫମାନ୍ସ ବାଇକ୍ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ଶେଷରେ ଘରୋଇ ମାର୍କେଟରେ ନିଜ ଫେମସ ବାଇକ୍ ବୁଲେଟ୍ ୩୫୦ର ନେକ୍ସ୍ଟ ଜେନେରେସନ ମଡେଲକୁ ଲଞ୍ଚ୍ କରିଦେଇଛି । ଆକର୍ଷକ ଲୁକ୍ ଏବଂ ଦମଦାର ଇଞ୍ଜିନ୍ ସହିତ ଏହି ବାଇକରେ କମ୍ପାନୀ ଅନେକ ପରିବର୍ତ୍ତନ କରିଛି । ଏହାର ପ୍ରାରମ୍ଭିକ ଦାମ୍ ୧.୭୪ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ରଖାଯାଇଛି । 

ରୟାଲ ଏନଫିଲ୍ଡ ନୂଆ ବୁଲେଟ ୩୫୦ରେ ଏସ୍ଥଟିକ୍ ଏବଂ ମେକାନିକାଲ୍ ପ୍ରତି ରୂପେ ଅପଡେଟ୍ ଦେଇଛି । ଏହା କମ୍ପାନୀର ସବୁଠାରୁ ଶସ୍ତା ମଡେଲ ମଧ୍ୟରୁ ଗୋଟିଏ ଏବଂ ଏହାର ଇତିହାସ ବହୁତ ପୁରୁଣା । ଏହାର ଲୋକପ୍ରିୟତା ଆପଣ ଏଥିରୁ ଜାଣିପାରିବେ କି ଏହି ମଡେଲର ନାଁ ଏହାର ବ୍ରାଣ୍ଡଠୁ ମଧ୍ୟ ଅଧିକ ଫେମସ  । ଅନେକ ଅଞ୍ଚଳରେ ଆଜି ମଧ୍ୟ ଲୋକେ ରୟାଲ ଏନଫିଲ୍ଡ କହିଲେ ବୁଝିପାରିବେନି କିନ୍ତୁ ବୁଲେଟ୍ କହିଲେ ବୁଝିଯିବେ । 

ରୟାଲ ଏନଫିଲ୍ଡ ନିଜର ଏହି ବୁଲେଟ୍ ୩୫୦କୁ ଚେନ୍ନାଇ, ତାମିଲନାଡୁରେ ଲଞ୍ଚ୍ କରିଛି । ଏହି ବାଇକକୁ କମ୍ପାନୀ ନୂଆ ‘J’ ପ୍ଲାଟଫର୍ମରେ ଡେଭଲପ୍ କରିଛି । ଏଥିରେ ଆପଣଙ୍କୁ ନୂଆ ହଣ୍ଟର ଏବଂ ମିଟିୟୋର ଭଳି ମଡେଲ ମିଳିଥାଏ । କମ୍ପାନୀ ଏହି ବାଇକରେ ୩୪୯ ସିସିର ପାୱରର ସିଙ୍ଗଲ-ସିଲିଣ୍ଡର, ଲଙ୍ଗ୍-ଷ୍ଟ୍ରୋକ୍ ଇଞ୍ଜିନ ବ୍ୟବହାର କରୁଛି ଯାହା ୬୧୦୦ ଆରପିଏମରେ ପ୍ରାୟ ୧୯.୯ ବିଏଚପିର ପାୱର ଆଉଟପୁଟ୍ ଏବଂ ୪ ହଜାର ଆରପିଏମରେ ୨୭ ଏନଏମର ଟର୍କ ଜେନେରେଟ୍ କରିଥାଏ । ଏହି ଇଞ୍ଜିନକୁ ୫ ସ୍ପିଡ୍ ଗିୟରବକ୍ସ ପ୍ରଦାନ କରାଯାଇଛି । 

ଏଥିରେ ନୂଆ ହେଡଲାଇଟ୍ ଏବଂ ଟେଲଲାଇଟ୍ ସେଟ୍ ଦିଆଯାଇଛି । କମ୍ପାନୀ ଏହି ବାଇକକୁ ପୂର୍ବ ଭଳି ରେଟ୍ରୋ ଲୁକ୍ ଦେଇଛି । ଏଥିରେ ଏଲସିଡି ସ୍କ୍ରିନ୍ ସହିତ ନୂଆ ଡିଜିଟାଲ୍ ଆନାଲଗ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ମିଳିଥାଏ । ଏହା ବର୍ତ୍ତମାନର ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ତୁଳନାରେ ଅଧିକ ଡିଟେଲ୍ ସୂଚନା ପ୍ରଦାନ କରିବ । ସ୍ୱିଚଗିୟରରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏଥିରେ ନୂଆ ୟୁଏସବି ପୋର୍ଟ ମଧ୍ୟ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.