ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଭିଶିଲ୍ଡ ଓ କୋଭାକ୍ସିନ୍କୁ ନେଇ ନୂଆ ଅଡୁଆ, ବିପଦରେ ପଡିପାରେ ବ୍ୟକ୍ତିଗତ ସୂଚନା

ନୂଆଦିଲ୍ଲୀ,୧୬।୫:  କରୋନା ଭ୍ୟାକସିନ୍‌ର ସାଇଡ୍ ଇଫେକ୍ଔକୁ ନେଇ ଜାରି ଚର୍ଚ୍ଚା ଭିତରେ ଏବେ ଏକ ନୂଆ ଟେନସନ୍ ରହିଛି। ଖବର ରହିଛି ଯେ, ନିହିହ ଲୋକଙ୍କୁ ଭ୍ୟାକସିନ୍‌ର ସାଇଡ୍ ଇଫେକ୍ଟର ଭୟ ଦେଖାଇ ତାଙ୍କର ବ୍ୟକ୍ତିଗତ ତଥ୍ୟ ନିଆଯାଉଛି। ତେବେ ଆଶ୍ବସ୍ତିର କଥା ଯେ, ଏପର୍ଯ୍ୟନ୍ତ କୌଣସି ଆର୍ଥିକ କ୍ଷତି ହୋଇଥିବାର ଖବର ନାହିଁ। ପୋଲିସ ଅଜଣା ନମ୍ବର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି। 

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ପୋଲିସର କହିଛି କିଛି ଠକ ଭ୍ୟାକସିନ୍ ବିଷୟର କଲ୍‌ କରି ଆଧାର ନମ୍ବର ନମ୍ବର, ବ୍ୟାଙ୍କ ଡିଟେଲ୍ସ ଭଳି ବ୍ୟକ୍ତିଗତ ସୂଚନା ନେଉଛନ୍ତି। ରିପୋର୍ଟ ଅନୁସାରେ, ନିକଟରେ କୋଲକାତାରେ ଥିବା ବହୁ ଲୋକଙ୍କୁ ଅଜଣା ନମ୍ବରରୁ ଫୋନ୍ ଆସୁଛି,ଯେଉଁଠି ବ୍ୟକ୍ତି ନିଜକୁ ସ୍ବାସ୍ଥ୍ୟ ବିଭାଗର ବୋଲି କହିଛି ଓ ଭ୍ୟାକସିନ୍ ସମ୍ପର୍କିତ ପ୍ରଶ୍ନ କରୁଛନ୍ତି। 

ଫୋନ୍ ଜରିଆରେ ଲୋକଙ୍କୁ ପଚାରୁଛନ୍ତି, ସେମାନେ ଭ୍ୟାକସିନ୍ ନେଇଛନ୍ତି କି ନାହିଁ? ଯଦି ହଁ, ତେବେ କେଉଁ ଭ୍ୟାକସିନ୍ ନେଇଛନ୍ତି। ଖାସ୍ କଥା ଯେ,  ଆଇଭିଆରଏସ୍‌ ଅର୍ଥାତ ଇଣ୍ଟରଆକ୍ଟିଭ ଭଏସ୍‌ ରେସପନ୍ସ ସିଷ୍ଟମର ସାହାରା ନେଉଛି, ଯାହା ଜରିଆରେ ଟିକାକରଣ ସମ୍ପର୍କିତ ସୂଚନା ହାସଲ କରିବାର ଚେଷ୍ଟା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.