ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମିତ୍ରପୁର ବ୍ଲୁ ଲେକ ନିକଟରେ ରକ୍ତଛିଟା ଘଟଣା, ସାନଭାଇକୁ ହତ୍ୟା କରିବା ପାଇଁ ସୁପାରି କିଲରଙ୍କୁ ଟଙ୍କା ଦେଇଥିଲେ ଭାଇ ଭାଉଜ…

ନୀଳଗିରି ୦୯/୨: ବାଲେଶ୍ଵର ଜିଲ୍ଲା ନିଳଗିରି ଅଞ୍ଚଳରେ ଦୁଇ ଜଣ ସାଙ୍ଗ ଗତ ସୋମବାର ରାତି ଠାରୁ ନିଖୋଜ ଘଟଣାର ପର୍ଦ୍ଧାଫାଶ ହୋଇଛି । ୪ ଦିନ ପରେ ଦୁଇ ଯୁବକଙ୍କ ଶବ ମିଳିଛି । ତେବେ ସାନ ଭାଇକୁ ମାରିବା ପାଇଁ ଭାଇଭାଉଜ ସୁପାରି ଦେଇଥିବା ଜଣାପଡିଛି । ଏନେଇ ୬ ଜଣ ଗିରଫ ହୋଇଥିବା ବେଳେ ବାଲେଶ୍ଵର ଏସ.ପି ସାଗରିକା ନାଥ ପ୍ରେସମିଟ ଜରିଆରେ ସ୍ପଷ୍ଟ ସୂଚନା ଦେଇଛନ୍ତି ।


ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ନୀଳଗିରି ମିତ୍ରପୁର୍ ନିକଟସ୍ଥ ବ୍ଲୁ ଲେକ ନିକଟରେ ଗତ ମଙ୍ଗଳବାର ଏକ ବାଇକ ଛିଡା ହୋଇଥିବା ବେଳେ ପାଖରେ ରକ୍ତ ଛିଟା ପଡିବା ଦେଖାଯାଇଥିଲା । ପାଖରେ ଚପଲ ମଧ୍ୟ ପଡିଥିଲା । ବାଇକର ନମ୍ବର ଦେଖି ଯୁବକ ଜଣକଙ୍କ ପରିଚୟ ମିଳିଥିଲା । ନିଳଗିରି ବ୍ଲକ୍ ଅନ୍ତର୍ଗତ କାଂଶ ପଞ୍ଚାୟତର କାଂଶ ଗ୍ରାମର ସନ୍ତୋଷ ରାଉତଙ୍କ ପୁଅ ଭବାନୀଙ୍କୁ ସୋମବାର ଅପରାହ୍ନରେ ତାଙ୍କ ସାଙ୍ଗ ମନୋରଞ୍ଜନ ମହାପାତ୍ର କୁଆଡେ ଆଣି ଆଉ ଫେରିନଥିଲେ । ପରଦିନ ସକାଳେ ମିତ୍ରପୁର ଅଞ୍ଚଳରେ ଥିବା ବ୍ଲୁ ଲେକ ନିକଟରେ ତାଙ୍କର ଏକ ହିରୋ ହୋଣ୍ଡା ବାଇକ୍ (ଓଡ଼ି, ୦୧ ଆର୍,୬୦୩୦) ଛିଡ଼ା ହୋଇଥିବା ବେଳେ ପାଖରେ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା । ସେପଟେ ଘରକୁ ଫେରିବାର ବିଳମ୍ବ ହେଉଥିବାରୁ ଉଭୟ ପରିବାର ଲୋକେ ଦୁଇ ଜଣଙ୍କ ମୋବାଇଲକୁ କଲ କରିବାରୁ ମୋବାଇଲ୍ ସ୍ୱିଚ୍ ଅଫ୍ ଥିଲା । ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିବା ପରେ ବାଇକର ପ୍ଲକରୁ ତାର ଖୋଲା ଯାଇଥିବା ବେଳେ ଏକ ସ୍ଥାନରେ ପଥର ପଡିଥିବା ବେଳେ ପ୍ରବଳ ରକ୍ତ ପଡିଥିବା ଦେଖାଯାଇଥିଲା । ଘଟଣାସ୍ଥଳରେ ନୀଳଗିରି ଏସଡ଼ିପିଓ ସରୋଜ କୁମାର ଉପାଧ୍ୟାୟ ଓ ଆଇଆଇସି ଗୋପାଳ କର୍ଣ୍ଣ ପହଁଚି ତଦନ୍ତ କରିଥିଲେ ।

 


ପରେ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହାୟତାରେ ଯାଞ୍ଚ କରିବା ପରେ ଦମକଳ ବାହିନୀ ବ୍ଲୁ ଲେକରେ ବୋଟ ପକାଇ ଖୋଜଖୋଜି କରିଥିଲେ । ଆଜି ସକାଳେ ମଧ୍ୟ ଦମକଳ ବାହିନୀ ଯାଇ ବହୁ ଖୋଜାଖୋଜି କରିଥିବା ବେଳେ ନିଖୋଜ ଦୁଇ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରିବା ପରେ ପୋଷ୍ଟମୋଟମ ପାଇଁ ପଠାଇଥିଲା । ତେବେ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରି ଯିଏ ଅଭିଯୋଗକାରୀ ସିଏ ନିଜେ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲା । ମୃତ ଭବାନୀ ରାଉତଙ୍କ ବଡ଼ ଭାଇ ବିଜୟ କୁମାର ତାଙ୍କ ସ୍ତ୍ରୀଙ୍କ ସହିତ ମିଶି ଜମିଜମା ଓ ପୂର୍ବ ଶତ୍ରୁତା ପାଇଁ ଭବାନୀକୁ ମାରିବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିବା ତଦନ୍ତରୁ ଜାଣିଥିଲା । ତେବେ ପୁରୁଣା ବାଲେଶ୍ଵର ଅଞ୍ଚଳର ୫ ଜଣ ସୁପାରି କିଲରଙ୍କୁ ୧.୪୦ ଲକ୍ଷ ଟଙ୍କା ସୁପାରି ଛିଡିବା ପରେ ୩୦ ହଜାର ଆଡ଼ଭାନ୍ସ ଦେଇଥିଲା । ପୂର୍ବରୁ ଭାବନୀଙ୍କ ସହ କିଛି ଯୁବକ ମିଶି ଭୋଜି ବାହାନାରେ ବ୍ଲୁ ଲେକ ନିକଟକୁ ଡକାଇ ତାଙ୍କୁ ତେଲେଙ୍ଗା କଟୁରି ସାହାଯ୍ୟରେ ହାଣି ମାରିଥିଲେ । ପରେ ତାଙ୍କ ସାଙ୍ଗ ମନୋରଞ୍ଜନ ଦୌଡ଼ିବାରୁ ପ୍ରମାଣ ନଷ୍ଟ କରିବାକୁ ତାଙ୍କୁ ମଧ୍ୟ ମାରିଥିବା ଜଣାପଡିଛି । ଘଟଣାର ଅଞ୍ଚଳବାସୀ ଓ ମନୋରଂଜନଙ୍କ ପରିବାର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । 

ନୀଳଗିରି ପୋଲିସ ଅଭିଯୁକ୍ତ ଭାଇ ବିଜୟ କୁମାର ଓ ତାଙ୍କ ସ୍ତ୍ରୀକୁ ଅଟକ ରଖି ତଦନ୍ତ ପରେ ସୁପାରି କିଲରଙ୍କୁ ଧରିବାକୁ ଜାଲ ବିଛାଇଥିଲା । ଗତକାଲି  ୫ଜଣ ସୁପାରି କିଲର ପୁରୀ ଜଳେଶ୍ବର ମେମୁ ଟ୍ରେନରେ ଆସୁଥିବା ଜାଣି ଗତକାଲି ୪ ଜଣଙ୍କୁ କାବୁ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଖସିଯିବାରେ ସଫଳ ହୋଇଛି । ୪ ଜଣଙ୍କ ପାଖରୁ ୭୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଦୁଇଟି ତେଲେଙ୍ଗା କଟୁରି ,୮ ଟି ମୋବାଇଲ ଫୋନ ,ତିନୋଟି ବାଇକ ଜବତ ହୋଇଛି । ତେବେ ଘଟଣାରେ ୬ ଜଣଙ୍କୁ ଗିରଫ ହୋଇଥିବା ବେଳେ ଆଜି ବାଲେଶ୍ଵର ଏସପି ପ୍ରେସମିଟ ଜରିଆରେ ସମସ୍ତ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.