ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ନିର୍ଜଳା ଏକାଦଶୀରେ ପାଆନ୍ତୁ ବିଷ୍ଣୁଙ୍କର ଆଶୀର୍ବାଦ, ଜୁନ୍ ୧୮ ତାରିଖରେ ନିଜ ରାଶି ଅନୁଯାୟୀ କରୁନ୍ତୁ ଦାନ...

ନୂଆଦିଲ୍ଲୀ ୧୫/୦୬: ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସର କୃଷ୍ଣପକ୍ଷ ଏବଂ ଶୁକ୍ଳୁପକ୍ଷର ଏକାଦଶୀ ତିଥିରେ ବ୍ରତ ରଖାଯାଇଥାଏ। ମାତ୍ର ୧୫ ଦିନର ଅନ୍ତରାଳରେ ଏକାଦଶୀ ତିଥି ପଡିଥାଏ। କିନ୍ତୁ ସବୁ ଏକାଦଶୀ ମଧ୍ୟରେ ନିର୍ଜଳା ଏକାଦଶୀକୁ ସବୁଠାରୁ କଠିନ ବ୍ରତ ବୋଲି କୁହାଯାଇଛି। କାରଣ ଏଥିରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଅନ୍ନ ତଥା ଜଳର ତ୍ୟାଗ କରିବାକୁ ପଡିଥାଏ ।                                          

ନିର୍ଜଳା ଏକାଦଶୀରେ ଯେଉଁମାନେ ଏହାର ବ୍ରତ ରଖିଥାନ୍ତି, ତା ପରଦିନ ଅର୍ଥାତ ଦ୍ୱାଦଶୀ ତିଥିରେ ପାରଣ ବ୍ରତକୁ ଭାଙ୍ଗିବା କରାଯାଇଥାଏ। ମହାଭାରତରେ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରୁ ଭୀମ ମଧ୍ୟ ଏହି କଠିନ ବ୍ରତର ପାଳନ କରିଥିଲେ। ଚଳିତବର୍ଷ ଜୁନ୍ ମାସ ୧୮ ତାରିଖରେ ନିର୍ଜଳା ଏକାଦଶୀର ବ୍ରତ ପଡୁଅଛି।                                                                                                                         

ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କୁ ସମର୍ପଣ କରାଯାଇଛି। ଏହି ତିଥିରେ ଭଗବାନ ବିଷ୍ଣୁଙ୍କ ସହ ମା ଲକ୍ଷ୍ମୀଙ୍କୁ ପୂଜା କରିବାର ବିଧାନ ରହିଛି। ଏହାଦ୍ୱାରା ଘରେ ସୁଃଖ ସମୃଦ୍ଧି ବଜାୟ ରହିଥାଏ। ଆହିଦିନ ଦାନ ଆଦି କରିବାର ବିଶେଷ ମହିମା ରହିଛି। କିନ୍ତୁ ଅଲଗା ଅଲଗା ଲୋକଙ୍କ ପାଇଁ ଦାନ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। ସେଥିପାଇଁ ଶାସ୍ତ୍ରରେ ରାଶି ଅନୁଯାୟୀ ଦାନ କରିବାର ମହତ୍ତ୍ୱ ରହିଛି। ନିଜ ରାଶି ଅନୁଯାୟୀ ଦାନ କରିବା ଦ୍ୱାରା ଗ୍ରହଙ୍କର ସ୍ଥିତି ଶୁଭ ହୋଇଥାଏ। ଆସନ୍ତୁ ଜାଣିବା ନିର୍ଜଳା ଏକାଦଶୀରେ ଆପଣଙ୍କୁ ନିଜ ରାଶୀ ଅନୁଯାୟୀ କଣ ଦାନ କରିବା ଉଚିତ।

ମେଷ ରାଶି - ନିର୍ଜଳା ଏକାଦଶୀରେ ମେଷରାଶିର ବ୍ୟକ୍ତିଙ୍କୁ ସାତ ପ୍ରକାରର ଶସ୍ୟ ଯଥା ଗହମ, ଯଅ, ରାଶି, ଚାଉଳ, ବାଜରା, ବିରି ଏବଂ ମୁଗ ଦାନ କରିବା ଉଚିତ। ଏହା ଦ୍ୱାରା ନାନାଦି ଚିନ୍ତାରୁ ମୁକ୍ତି ମିଳିଥାଏ।

ବୃଷ ରାଶି -  ଏହି ରାଶିର ଲୋକମାନେ ନିର୍ଜଳା ଏକାଦଶୀରେ ଧଳା ବସ୍ତ୍ର , ଅନ୍ନ ବା ଚିନି, କ୍ଷୀର-ଦହି ଦାନ କରନ୍ତୁ। ଏହାଦ୍ୱାରା ଭାଗ୍ୟରେ ଶୁକ୍ର ଗ୍ରହର ସ୍ଥିତି ମଜଭୁତ ହୋଇଥାଏ। 

ମିଥୁନ ରାଶି - ଏହି ରାଶିର ବ୍ୟକ୍ତି ନିର୍ଜଳା ଏକାଦଶୀରେ ସବୁଜ ରଙ୍ଗର ଫଳ, ପରିବା ବା ବସ୍ତ୍ରର ଦାନ କରନ୍ତୁ। ଏହା ଦ୍ୱାରା ବୁଧ ଗ୍ରହଠାରୁ ଶୁଭଫଳ ମିଳିଥାଏ। 

କର୍କଟ ରାଶି - ଆପଣଙ୍କୁ ନିର୍ଜଳା ଏକାଦଶୀରେ ଜଳ ବା ଜଳ ପୂର୍ଣ ପାତ୍ର ଦାନ କରିବା ଉଚିତ। 

ସିଂହ ରାଶି - ସିଂହ ରାଶିର ବ୍ୟକ୍ତି ନାଲି ରଙ୍ଗର ଜିନିଷ ଯେପରି ମସୁର ଡାଲି, ବସ୍ତ୍ର ଆଦି ଦାନ କରିବା ଉଚିତ। ଏପରି କରିବା ଦ୍ୱାରା ସୂର୍ଯ୍ୟ ଗ୍ରହଠାରୁ ଶୁଭଫଳ ମିଳିଥାଏ। 

କନ୍ୟା ରାଶି -  ଆପଣ ନିର୍ଜଳା ଏକାଦଶୀରେ ଗରୀବ ମାନଙ୍କୁ ଭୋଜନ କରାନ୍ତୁ। ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କର କୃପା ବଜାୟ ରହିବ। 

ତୁଳା ରାଶି - ତୁଳା ରାଶିର ବ୍ୟକ୍ତି ଏହି ଦିନ ମିଠା ଫଳ ବା ସରବତର ଦାନ କରନ୍ତୁ। 

ବିଛା ରାଶି - ଆପଣ ନିର୍ଜଳା ଏକାଦଶୀର ବ୍ରତ ରଖି ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ ଏବଂ ଏଥି ସହିତ ତରଭୁଜ ଦାନ କରନ୍ତୁ। 

ଧନୁ ରାଶି - ଭାଗ୍ୟରେ ଗୁରୁ ରାଶିଠାରୁ ଶୁଭଫଳର ପ୍ରାପ୍ତି ପାଇଁ ଆପଣ କେଶର ଯୁକ୍ତ କ୍ଷୀର ଦାନ କରନ୍ତୁ। 

ମକର ରାଶି - ଆପଣ ନିର୍ଜଳା ଏକାଦଶୀରେ ବୃକ୍ଷ ରୋପଣ କରନ୍ତୁ। ଏଥି ସହିତ ସୋରିଷତେଲ , ରାଶି ଏବଂ କଳା ବିରି  ଇତ୍ୟାଦି ଦାନ କରନ୍ତୁ।

କୁମ୍ଭ ରାଶି - ଆପଣଙ୍କ ପାଇଁ ଜଳଦାନ କରିବା ଅତ୍ୟନ୍ତ ଶୁଭ ହେବ। ଏଥି ସହିତ ଶନିଙ୍କଠାରୁ ଶୁଭ ଫଳ ପାଇବା ପାଇଁ ଏହିଦିନ କଳା ରଙ୍ଗର ବସ୍ତୁ ଦାନ କରନ୍ତୁ। 

ମୀନ ରାଶି - ଏହି ରାଶିର ବ୍ୟକ୍ତି  ନିର୍ଜଳା ଏକାଦଶୀରେ କଦଳୀ, ଆମ୍ୱ ଏବଂ ତରଭୁଜ ଇତ୍ୟାଦି ଫଳର ଦାନ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.