ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ନୀତା ଅମ୍ବାନୀ ପୁଅ ବିବାହ ପାଇଁ କାଶୀ ବିଶ୍ବନାଥଙ୍କୁ ଦେଲେ ନିମନ୍ତ୍ରଣ ପତ୍ର

ମୁମ୍ବାଇ,୨୫/୬:ପୁଅ ବାହାଘର ପାଇଁ କାଶୀ ବିଶ୍ବାନାଥଙ୍କୁ ନିମନ୍ତ୍ରଣ କଲେ ନୀତା ଅମ୍ବାନୀ । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ପାଇଁ କାଶୀ ବିଶ୍ବନାଥଙ୍କୁ ନିମନ୍ତ୍ରଣ କରିବା ପାଇଁ ପହଞ୍ଚିଛନ୍ତି ନୀତା  । ବାରଣାସୀରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ନୀତା  । ପରିବାରର ମଙ୍ଗଳ ମନାସି ବାବାଙ୍କୁ ପ୍ରାର୍ଥନା କରିବା ସହ ନିମନ୍ତ୍ରଣ ପତ୍ର ଦେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ନୀତା  ।

୧୦ ବର୍ଷ ପରେ ବାରଣାସୀର କାଶୀ ବିଶ୍ବନାଥ ଆସିଥିବା କହିଛନ୍ତି ନୀତା  । ଏହାରି ମଧ୍ୟରେ ସେଠାରେ ହୋଇଥିବା ବିକାଶକୁ ସେ ବେଶ ପ୍ରଶଂସା କରିଛନ୍ତି । ସେହିପରି ସ୍ବଚ୍ଛତା ସାଙ୍ଗକୁ ସୌର ଶକ୍ତିର ବି ସେ ପ୍ରଶଂତସା କରିଛନ୍ତି। ତେବେ  ଆସନ୍ତା ଜୁଲାଇ ୧୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠାତା ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ଶିଳ୍ପପତି ବୀରେନ ମର୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ବିବାହ ହେବ  । ଅନନ୍ତ-ରାଧିକାଙ୍କ ବିବାହର ନିମନ୍ତ୍ରଣ କାର୍ଡ ଅନୁଯାୟୀ, ବିବାହ କାର୍ଯ୍ୟ ତିନି ଦିନ ଧରି ଚାଲିବ । ୧୨ ଜୁଲାଇରେ ଶୁଭ ବିବାହ କିମ୍ବା ବିବାହ କାର୍ଯ୍ୟ ସହ ଆରମ୍ଭ ହେବ । ଡ୍ରେସ୍ କୋଡ୍ ଭାରତୀୟ ପାରମ୍ପାରିକ ହେବ । ଜୁଲାଇ ୧୩ ଶୁଭ ଆଶୀର୍ବାଦର ଦିନ ହେବ । ଏହି ଦିନ ସମସ୍ତେ ଇଣ୍ଡିଆନ ଫର୍ମାଲ ଡ୍ରେସ କୋଡରେ ନଜର ଆସିବେ । ୧୪ ଜୁଲାଇରେ ଏକ ମଙ୍ଗଳ ଉତ୍ସବ ବା ବିବାହ ରିସେପ୍ସନ୍ ହେବ । ଏହି ଦିନ ସମସ୍ତେ ଇଣ୍ଡିଆନ ଡ୍ରେସ କୋର୍ଡରେ ନଜର ଆସିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.