ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ

ପୁରୀ,୧୪/୦୬: ଚଳିତ ବର୍ଷ ସ୍ନାନଯାତ୍ରାକୁ ଶୃଙ୍ଖଳିତ ପାଳନ ନିମନ୍ତେ ଶୁକ୍ରବାର ବସିବାକୁ ଯାଉଛି ନୀତି ସବ୍‌କମିଟି ଏବଂ ଛତିଶା ନିଯୋଗ ବୈଠକ । ନୀଳାଦ୍ରି ଭକ୍ତ ନିବାସଠାରେ ଅପରାହ୍ଣ ୪ଟାରେ ନୀତି ସବ୍‌କମିଟି ବୈଠକ ବସିବାକୁ  ଥିବା ବେଳେ ସନ୍ଧ୍ୟା ୬ଟାରେ ଛତିଶା ନିଯୋଗ ବୈଠକ ହେବ ବୋଲି ଜଣାପଡ଼ିଛି ।  ରାଜେନ୍ଦ୍ରାଭିଷେକଠାରୁ ସ୍ନାନଯାତ୍ରା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଏହି ଦୁଇ ବୈଠକରେ  ଅନୁମୋଦନ ହେବ । ଏହାଛଡ଼ା ସ୍ନାନଯାତ୍ରା ବ୍ୟବସ୍ଥାବଳୀ ଆଲୋଚନା ଓ ଅନୁମୋଦନ  ହେବ । ଆସନ୍ତା ୧୬ ତାରିଖରେ ରାଜେନ୍ଦ୍ରାଭିଷେକ ପଡ଼ୁଛି । ଯେତେବେଳେ କି ଚଳିତ ମାସ ୨୬ ତାରିଖରେ ସ୍ନାନ ପୂର୍ଣ୍ଣିମା ।

ଆସନ୍ତା ଜୁଲାଇ ୭ରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ।  ୧୩ ଦିନିଆ ପକ୍ଷ ପଡ଼ୁଥିବାରୁ ଗୋଟିଏ ଦିନରେ ଅଣସର ପରବର୍ତ୍ତୀ ଗୁପ୍ତନୀତି, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ହେବ । ଏହାକୁ କିପରି ପାଳନ ହେବ ସେନେଇ  ଚର୍ଚ୍ଚା ଲାଗି ରହିଥିବା ବେଳେ ଆସନ୍ତାକାଲି କିଛି ସ୍ପଷ୍ଟ ଚିତ୍ର ଆସିବା ସମ୍ଭାବନା ରହିଛି ।  ନୀତି ସବ୍‌କମିଟି ଓ ଛତିଶା ନିଯୋଗରେ ସ୍ନାନ ଯାତ୍ରା ନୀତି ନିର୍ଘଣ୍ଟ ଅନୁମୋଦନ ପରେ  ଏହାକୁ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଉପସ୍ଥାପିତ କରାଯିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.