ଭୁବନେଶ୍ଵର, ୦୯/୦୫ : ବିଜେପିର ଫୋକସ୍ ଓଡ଼ିଶା ମିଶନ। ଏଥିପାଇଁ ଓଡ଼ିଶାକୁ ଛୁଟୁଛି କେନ୍ଦ୍ରୀୟ ନେତାଙ୍କ ସୁଅ। ଏହି କ୍ରମରେ ଗୁରୁବାର ନିର୍ବାଚନ ପ୍ରଚାର ଲାଗି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ସେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଯାଇ କରିବେ ନିର୍ବାଚନ ପ୍ରଚାର। ପ୍ରଥମେ ମଧ୍ୟାହ୍ନ ୧୨ ଟା ୧୦ରେ ଗଡ଼କରୀ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ। ଏଥିପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।
ସୁଚନାନୁଯାୟୀ, ନୀତିନ ଗଡ଼କରୀ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ମଧ୍ୟାହ୍ନ ୧ଟାରୁ ୧ଟା ୪୫ ମିନିଟ ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଏହାପରେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବାସଗୃହକୁ ଯିବେ। ଅପରାହ୍ଣ ୩ଟା ୩୦ରେ କୃଷ୍ଣପ୍ରସାଦ ଯାଇ ବିଜେପି ପାଇଁ ପ୍ରଚାର କରିବେ। ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ।