ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଲଗାତର ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପ‌ଥ ଗ୍ରହଣ କଲେ ନୀତୀଶ କୁମାର; ପୁଣି ବିହାରରେ ଏନ୍‌ଡିଏ ସରକାର

Published By : Prameya | January 28, 2024 5:30 PM

ପାଟଣା,୨୮/୦୧: ବିହାରର ବିରାଟ ରାଜନୈତିକ ଘଟଣାକ୍ରମରେ ନୀତୀଶ କୁମାରଙ୍କ ଇସ୍ତଫା ସହିତ ମହାମେଣ୍ଟ ସରକାରର ଅନ୍ତ ଘଟିଛି। କେବଳ  ଏତିିକି ନୁହେଁ ଏହା ସହିତ ୯ମ ଥର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ନୀତୀଶ କୁମାରଙ୍କ ସହିତ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ମଧ୍ୟ ଶପଥ ନେଇଛନ୍ତି। ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ହେଉଛି। ଯେଉଁଠାରେ ଡକ୍ଟର ପ୍ରେମ କୁମାର ବିଜେପି, ବିଜୟ କୁମାର ଚୌଧୁରୀ ଜେଡିୟୁ, ବିଜେନ୍ଦ୍ର ପ୍ରସାଦ ଯାଦବ ଜେଡିୟୁ, ଶ୍ରବଣ କୁମାର ଜେଡିୟୁ, ସାନ୍ତୋଶ କୁମାର ସୁମନ ହମ୍, ସୁମିତ କୁମାର ସିଂ ସ୍ବାଧୀନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ରବିବାର ସକାଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ରାଜେନ୍ଦ୍ର ଭି ଆର୍ଲେକରଙ୍କୁ ଇସ୍ତଫା ପତ୍ର ଦାଖଲ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ରାଜ୍ୟପାଳ ନୀତୀଶଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ନୂତନ ସରକାର ଗଠନ ପର୍ଯ୍ୟନ୍ତ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ରହିବାକୁ କହିଛନ୍ତି। ରାଜ୍ୟପାଳଙ୍କ ଇସ୍ତଫା ଦାଖଲ କରିବା ପରେ ରାଜ ଭବନରୁ ଫେରିବା ବେଳେ ନୀତୀଶ ଗଣମାଧ୍ୟମକୁ କହିଛନ୍ତି ଯେ 'ମୁଁ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି।' ସେ ଏହା ମଧ୍ୟ କହିଛନ୍ତି ଯେ 'ମହାମେଣ୍ଟ' ଠାରୁ ଅଲଗା ହୋଇ ଏକ ନୂତନ ମେଣ୍ଟ ଗଠନ କରିବେ।

ବିହାରରେ ବିଜେପି ପ୍ରଭାରୀ ଦାୟିତ୍ୱରେ ଥିବା ବିନୋଦ ତାୱେଡେ କହିଛନ୍ତି ଯେ 'ଜନତା ଦଳ (ୟୁନାଇଟେଡ୍) ଅଧ୍ୟକ୍ଷ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କହିଛନ୍ତି, “ଆଜି ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଜେଡି(ୟୁ) ସମର୍ଥନରେ ବିଜେପି ବିଧାୟକମାନେ ରାଜ୍ୟରେ ଏନଡିଏ ସରକାର ଗଠନ କରିବାକୁ ନିଷ୍ପତ୍ତି ନିଆଯିବା ପରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବିଜେପି ରାଜ୍ୟ ୟୁନିଟ୍ ସଭାପତି ସମ୍ରାଟ ଚୌଧୁରୀ ବିଧାୟକ ଦଳର ନେତା ଭାବରେ ଏବଂ ବିଜୟ ସିହ୍ନା ଉପନେତା ଭାବରେ ମନୋନୀତ ହୋଇଛନ୍ତି। "

You can also read: ସ୍କ୍ରିପ୍ଟ ଲେଖିଲେ ମମତା, ଅଭିନୟ କଲେ ନିତିଶ...ରିଲିଜ୍‌ ପୂର୍ବରୁ ମହାମେଣ୍ଟର ସିନେମା ଫ୍ଳପ୍‌


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.