ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

‘ଇଣ୍ଡିଆ ବ୍ଲକ୍‌କୁ ଖୁବ୍ ଶୀଘ୍ର ଫେରିବେ ନୀତୀଶ କୁମାର’, ଆରଜେଡି ବିଧାୟକଙ୍କ ବଡ଼ ବୟାନ

ପାଟନା,୨୭।୬: ଲାଲୁ ଯାଦବଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଦଳର ଜଣେ ବିଧାୟକଙ୍କ  ମନ୍ତବ୍ୟକୁ ନେଇ ବିହାର ରାଜନୀତିରେ ସରଗରମ। ବିଧାୟକ ଭାଇ ବିରେନ୍ଦ୍ର କହିଛନ୍ତି ,ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଖୁବ ଶୀଘ୍ର ବିଜେପି ଛାଡିବାକୁ ଯାଉଛନ୍ତି। ଏହାପରେ ବିଜେପି ସଫା ହୋଇଯିବ। ବିଜେପିଠାରୁ ଅଲଗା ହେବାପରେ ନୀତୀଶ ଇଣ୍ଡିଆ ବ୍ଲକକୁ ଫେରି ଆସିବେ। ଏହି ଦାବି ପରେ ଅନୁମାନ କରାଯାଉଛି ଯେ, ନୀତୀଶ କୁମାର ପୁଣି ଥରେ INDIA ବ୍ଲକକୁ ଫେରିପାରନ୍ତି । ଯଦି ଏହା ଘଟେ ତେବେ ବିହାର ବିଜେପିର ସ୍ଥିତି ଦୁର୍ବଳ ହୋଇପାରେ। ଏପରିକି ବିହାରରେ ବିଜେପିର ହାତରୁ କ୍ଷମତା ଖସିପାରେ।

ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର ବର୍ତ୍ତମାନ ଏନଡିଏ ମେଣ୍ଟର ଏକ ଅଂଶ। ତେବେ ଆରଜେଡି ଏବଂ ଅନ୍ୟ ବିରୋଧୀ ଦଳ ଅନେକ ଥର କହିଛନ୍ତି ଯେ ସେ ବିଜେପି ଛାଡି INDIA ବ୍ଲକରେ ଯୋଗଦେବେ। ଏହି ଚର୍ଚ୍ଚା ବିହାର ରାଜନୀତିକୁ ଦିନ ଦିନ କରୁଛି ସରଗମର। ସମସ୍ତଙ୍କର ନୀତୀଶ କୁମାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି ନଜର।

ଉଲ୍ଲେଖନୀୟ ଯେ, ବିହାର ବିଜେପି ନେତା ଆଶ୍ବିନୀ ଚୌବେଙ୍କୁ ଏନ୍‌ଡିଏର ନେତୃତ୍ବକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ଚୌବେ କହିଥିଲେ, ବିହାରରେ ଏନ୍‌ଡିଏକୁ ବିଜେପି ନେତୃତ୍ବରେ ନିର୍ବାଚନ ଲଢିବା ଦରକାର ଓ ବିଜେପି ନେତୃତ୍ବରେ ଏନ୍‌ଡିଏ ସରକାର ହେବା ଦରକାର। ପୂର୍ଣ୍ଣ ବହୁମତ ସହିତ ବିଜେପି ଏକାକୀ ଦମ୍‌ରେ ଆସିବା ଦରକାର ଓ ଏନ୍‌ଡିଏକୁ ଆଗକୁ ବଢାଯିବା ଉଚିତ୍। ଚୌବେଙ୍କ ଏହି ବୟାନ ପରେ ନୀତୀଶ କୁମାର ବିଜେପିଠାରୁ ଅଲଗା ହେବାର ଚର୍ଚ୍ଚା ଆହୁରି ବଢିଯାଇଛି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.