ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ସ୍ୱାତୀ ମାଲିୱାଲ କେସ୍‌ରେ ବିଭବ କୁମାରଙ୍କୁ ମିଳିଲାନି ଆଶ୍ୱସ୍ତି , କୋର୍ଟରେ ହାଜର ପରେ ପଠାଗଲା ଜେଲ୍‌

ନୂଆଦିଲ୍ଲୀ : ସ୍ୱାତୀ ମାଲିୱାଲଙ୍କ ସହ ମାରପିଟି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ଏବେ କୋର୍ଟରୁ ଆଶ୍ୱସ୍ତି ମିଳିବାର ନଜର ଆସୁ ନାହିଁ। କୋର୍ଟ ଏବେ ବିଭବ କୁମାରଙ୍କୁ ୪ଦିନର ନ୍ୟାୟିକ ହେପାଜତରେ ପଠାଇ ଦେଇଛନ୍ତି। ଅର୍ଥାତ୍‌ ବିଭବ ଏବେ ୨୮ ମେ ଯାଏ ଜେଲ୍‌ରେ ରହିବେ। ଏହା ପୂର୍ବରୁ କୋର୍ଟ ତାଙ୍କୁ ୫ଦିନର ପୁଲିସ ହେପାଜତରେ ପଠାଇ ଥିଲେ। ହେପାଜତର ଅବଧି ଆଜି ଶେଷ ହେବାରେ ବିଭବଙ୍କୁ କୋର୍ଟରେ ହାଜର କରାଯାଇ ଥିଲା , ସେଠାରୁ ତାଙ୍କୁ ୪ଦିନର ନ୍ୟାୟିକ ହେପାଜତରେ ପଠାଇ ଦିଆଯାଇଛି। 

କହି ରଖୁଛୁ କି, ସ୍ୱାତି ମାଲିୱାଲ ବିଭବ କୁମାରଙ୍କ ଉପରେ ମାରପିଟିର ଅଭିଯୋଗ ଲଗେଇ ଥିଲେ। ତାଙ୍କର ଅଭିଯୋଗ ଯେ, ୧୩ ମେ’ରେ ଯେବେ ସେ କେଜ୍ରିୱାଲଙ୍କୁ ତାଙ୍କ ଘରେ ଭେଟିବାକୁ ଯାଇଥିଲେ , ସେତେବେଳେ ବିଭବ ତାଙ୍କୁ ଅତି ଦୟନୀୟ ଭାବେ ମାଡ଼ ମାରି ଥିଲେ, ଆଉ ଧମକ ମଧ୍ୟ ଦେଇ ଥିଲେ। ଅଭିଯୋଗ ମୁତାବିକ, ବିଭବ ତାଙ୍କୁ ୭-୮ଟି ଚାପୁଡ଼ା ମାରି ଥିଲେ ଏବଂ ତଳେ ଘୋଷାଡ଼ି ଥିଲେ। ଏହା ପରେ ତାଙ୍କୁ ଗୋଇଠା ମାରିଥିଲେ। ସ୍ୱାତୀ ମାଲିୱାଲଙ୍କ ପକ୍ଷରୁ ଏଫଆଇଆର ରୁଜୁ କରାଯିବା ପରେ ପୁଲିସ ବିଭବଙ୍କୁ ଗିରଫ କରିଥିଲା। 

ପୁଲିସ ବିଭବଙ୍କୁ କୋର୍ଟରେ ହାଜର କରିଥିଲା , ଯେଉଁଠାରୁ ତାଙ୍କୁ ୫ ଦିନର ପୁଲିସ କଷ୍ଟଡିକୁ ପଠାଇ ଦିଆ ଯାଇଛି। ଏହି ସମୟରେ ପୁଲିସ କ୍ରାଇମ୍‌ ସିନ୍‌ ରି-କ୍ରିଏଟ୍‌ କରିବା ପାଇଁ ବିଭବଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀଙ୍କ ନିବାସ ବି ନିଆଗଲା। ଏହା ପୂର୍ବରୁ ସ୍ୱାତୀ ମାଲିୱାଲଙ୍କୁ ନିଆଯାଇ କ୍ରାଇମ୍‌ ରିକ୍ରିଏଟ୍‌ କରାଯାଇ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.