ଭୁବନେଶ୍ବର, ୨୮।୮ : ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ବରିଷ୍ଠ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ପାଇଁ ବଢିଲା ଅଡୁଆ । ପଣ୍ଡିତ ରାଜେଶଙ୍କୁ ଗୃହ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ୩୦ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ଗୃହ ବିଭାଗ ଆଇପିଏସ ପଣ୍ଡିତ ରାଜେଶଙ୍କୁ ନୋଟିସ କରିଛି।
ରାଜେଶ ପଣ୍ଡିତ ମୌଖିକ ଭାବେ ମଧ୍ୟ ପକ୍ଷ ରଖି ପାରିବେ । ତାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆସିଛି ସେସବୁ ର ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି । ନିର୍ଦ୍ଧାରିତ ସମୟ ଭିତରେ ପକ୍ଷ ନରଖିଲେ ଏକ ପାଖିଆ ନିଷ୍ପତ୍ତି ନେଇ ଗୃହ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ନୋଟିସରେ ଦର୍ଶାଯାଇଛି।
ଜୁଲାଇ ୨୭ ତାରିଖ ରାତିରେ ଆଇପିଏସ ରାଜେଶ ପଣ୍ଡିତ ଜଣେ ମହିଳା ଆଇଆଇସିଙ୍କ ଘରକୁ ଯାଇ ଦୁର୍ବ୍ୟବହାର କରିଥିଲେ। ମହିଳା ଆଇଆଇସିଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ନେଇ ଅଭିଯୋଗ ହୋଇଥିଲା । ଘଟଣା ଜଣା ପଡିବା ପରେ ଆଇପିଏସ ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରିଥିଲେ ରାଜ୍ୟ ସରକାର।